Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 10-01-2022
Share:

By Village Missionary Movement

Monday, 10-Jan-2022

ଆଜିର ବାକ୍ୟ (Oriya) 10-01-2022

 

ଖାଲି ରୁହ ନାହିଁ 

 

“ଦିନ ଥାଉ ଥାଉ ମୋହର ପ୍ରେରଣକର୍ତ୍ତାଙ୍କ କର୍ମ କରିବା ଆମ୍ଭମାନଙ୍କ କର୍ତ୍ତବ୍ୟ; ଯେଉଁ ସମୟରେ କେହି କର୍ମ କରି ପାରେ ନାହିଁ, ଏପରି ରାତ୍ରି ଆସୁଅଛି ।“ - ଯୋହନ 9:4

 

ଚେନ୍ନାଇ, ମୁମ୍ବାଇ, ଦିଲ୍ଲୀ ନାମକ ବଡ଼ ବଡ଼ ସହରରେ ଜନଶକ୍ତି ପ୍ରତିନିଧି ଚଳାଉ ଥିବା ଲୋକେ ବହୁତ ହୋଇଗଲେ !ସେମାନଙ୍କର କାର୍ଯ୍ୟ ହେଉଛି,ଯେକୌଣସି କମ୍ପାନୀ ଏବଂ ସଂସ୍ଥାକୁ କାମ କରିବାକୁ ଲୋକ ଆବଶ୍ୟକ କହି, କେହି କହିଲେ ସେଠାକୁ ସେମାନଙ୍କୁ ପଠାନ୍ତି !କାହାକୁ ଖାଲି ରଖନ୍ତି ନାହିଁ !ପାଠୁଆ, ଅପାଠୁଆ ସମସ୍ତ ପ୍ରକାର ମଣିଷ ଏମାନଙ୍କ ଠାରେ ଥାନ୍ତି !କିଏ ଡାକିଲେ ମଧ୍ୟ ସଙ୍ଗେ ସଙ୍ଗେ ଏମାନେ ପଠାନ୍ତି !ଏହା ଦ୍ଵାରା ସେହି କମ୍ପାନୀକୁ ଆର୍ଥିକସ୍ଥିତି ବଢେ, କାର୍ଯ୍ୟ ମଧ୍ୟ ଠିକ ସମୟରେ ହୁଏ !

 

ପବିତ୍ର ବାଇବଲରେ ମଧ୍ୟ ଯୀଶୁଖ୍ରୀଷ୍ଟ କହିଥିବା ଉପମା ଏକ ଆଚ୍ଚର୍ଯ୍ୟ ଅଟଇ ! ଜଣେ ଗୃହକର୍ତ୍ତାଙ୍କ ସଦୃଶ, ଯେ ସକାଳ ହେବାମାତ୍ର ଆପଣା ଦ୍ରାକ୍ଷାକ୍ଷେତ୍ରରେ ମୂଲିଆ ଲଗାଇବାକୁ ବାହାରିଗଲେ । ଆଉ ସେ ମୂଲିଆମାନଙ୍କ ସହିତ ଦିନକୁ ଏକ ଦିନର ମୂଲ ପାଇଁ ଚୁକ୍ତି କରି ସେମାନଙ୍କୁ ଆପଣା ଦ୍ରାକ୍ଷାକ୍ଷେତ୍ରକୁ ପଠାଇଲେ । ପୁଣି, ପ୍ରାୟ ନଅଟା ସମୟରେ ବାହାରିଯାଇ ବଜାରରେ ଅନ୍ୟମାନଙ୍କୁ ନିଷ୍କର୍ମା ହୋଇ ଠିଆ ହୋଇଥିବା ଦେଖି ସେମାନଙ୍କୁ ମଧ୍ୟ କହିଲେ, ତୁମ୍ଭେମାନେ ସୁଦ୍ଧା ଦ୍ରାକ୍ଷାକ୍ଷେତ୍ରକୁ ଯାଅ, ପୁଣି, ଯାହା ଠିକ୍, ତାହା ତୁମ୍ଭମାନଙ୍କୁ ଦେବି; ଆଉ ସେମାନେ ଗଲେ । ପୁଣି, ଥରେ ସେ ପ୍ରାୟ ବାରଟା ଓ ତିନିଟା ସମୟରେ ବାହାରିଯାଇ ସେହି ପ୍ରକାର କଲେ ପୁଣି, ପ୍ରାୟ ପାଞ୍ଚଟା ସମୟରେ ସେ ବାହାରିଯାଇ ଆଉ କେତେକ ଜଣଙ୍କୁ ଠିଆ ହୋଇଥିବା ଦେଖି ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ କାହିଁକି ଏଠାରେ ଦିନଯାକ ଖାଲିରେ ଠିଆ ହୋଇଅଛ ?କେତେ ଉତ୍ତମ ଉଦାହରଣ, ତାପରେ ସେମାନେ ତାହାଙ୍କୁ କହିଲେ, କାରଣ କେହି ଆମ୍ଭମାନଙ୍କୁ ମୂଲ ଲଗାଇ ନାହାଁନ୍ତି । ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ମଧ୍ୟ ଦ୍ରାକ୍ଷାକ୍ଷେତ୍ରକୁ ଯାଅ ।ପରେ ସନ୍ଧ୍ୟା ହୁଅନ୍ତେ ଦ୍ରାକ୍ଷାକ୍ଷେତ୍ରର ଅଧିକାରୀ ଆପଣା ବେବର୍ତ୍ତାଙ୍କୁ କହିଲେ, ମୂଲିଆମାନଙ୍କୁ ଡାକି ଶେଷ ଲୋକମାନଙ୍କଠାରୁ ଆରମ୍ଭ କରି ପ୍ରଥମ ଲୋକମାନଙ୍କ ପର୍ଯ୍ୟନ୍ତ ମୂଲ ଦିଅ !ଏହା ପାଇ ସେମାନେ ଆନନ୍ଦରେ ଫେରିଗଲେ !

 

ବନ୍ଧୁଗଣ, ଆମ୍ଭ ପରମେଶ୍ୱରଙ୍କ ହୃଦୟର ଆଲୋଚନା ଦେଖିଲ କି ? ଆମ୍ଭେ ଦିନ ବେଳେ ଖାଲି ରହିବା କଦାପି ପରମେଶ୍ୱର ଇଚ୍ଛା କରନ୍ତି ନାହିଁ !କିଛିବି ଇଶ୍ୱରଙ୍କ ନିମନ୍ତେ କରୁଥିବାକୁ ହେବ !ଆମ୍ଭର ଚତୁରତା, ଆମ୍ଭର ସାମର୍ଥ୍ୟ ଯାହାବି, ଯାହା ଆମେ ଜାଣିଛୁ ସେ ସବୁ ଇଶ୍ୱରରଙ୍କର ରାଜ୍ୟ ବିସ୍ତାର ନିମନ୍ତେ କରିବାକୁ ହେବ !ନୂତନ ଭାବେ ଆସିଥିବା ଏହି ନୂଆ ବର୍ଷରେ ଏକ ସଂକଳ୍ପ ନେବା !ଆମେ କରିପାରିବା ଅନୁସାରେ ପ୍ରଭୁଙ୍କର ନିମନ୍ତେ ଲେଖିବା, ଗାଇବା, ସଂଘର୍ଷ କରିବା, ଦେବା, ପ୍ରଭୁଙ୍କର ବିଷୟରେ ଅନ୍ୟମାନଙ୍କୁ ଜଣାଇବା, ଖାଲିରେ ରହିବାକୁ ହେବ ନାହିଁ ବୋଲି ନିଷ୍ପତି ନେବା !ସେବକମାନଙ୍କୁ ସହଯୋଗ କରିବା !ପ୍ରଭୁଙ୍କର ରାଜ୍ୟ ବିସ୍ତୃତ ନିମନ୍ତେ ସହଯୋଗୀ ହେବା !ଆପଣ ଯେକୌଣସି କାମ କଲେ ସୁଧା ଅନ୍ତତଃ ଗୋଟିଏ ଘଣ୍ଟା ସମୟ ବାହାର କରି ଦେଶ ନିମନ୍ତେ ପ୍ରାର୍ଥନା କରିଆସେତ !

- ଟି. ଶଙ୍କର ରାଜ 

 

ପ୍ରାର୍ଥନାର ଅଂଶ :-

ବଡ଼ଦିନ କାର୍ଯ୍ୟକ୍ରମ ଦ୍ଵାରା ଅନୁପ୍ରାଣିତ ହୋଇଥିବା ଆତ୍ମାମାନଙ୍କ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al meritking meritking giriş meritking güncel giriş perabet perabet perabet giriş deneme bonusu deneme bonusu veren siteler Vdcasino vaycasino vaycasino giriş vaycasino güncel giriş matbet matbet giriş matbet güncel giriş yakabet yakabet giriş yakabet güncel giriş betsmove betsmove giriş betsmove güncel giriş betsat betsat giriş betsat güncel giriş perabet perabet giriş perabet güncel giriş dumanbet giriş dumanbet dumanbet güncel giriş kingroyal kingroyal giriş kingroyal güncel giriş marsbahis marsbahis giriş marsbahis güncel giriş kingroyal kingroyal giriş kingroyal güncel giriş meritking meritking giriş meritking güncel giriş meritbet meritbet giriş meritbet güncel giriş nakitbahis nakitbahis giriş nakitbahis güncel giriş dumanbet dumanbet giriş dumanbet güncel giriş Holiganbet holiganbet giriş holiganbet güncel giriş bahissenin bahissenin giriş bahissenin güncel giriş bayconticasino bayconticasino giriş bayconticasino güncel giriş imajbet imajbet giriş imajbet güncel giriş prizmabet prizmabet giriş pashagaming pashagaming giriş pashagaming güncel giriş interbahis interbahis giriş interbahis güncel giriş jojobet superbetin matbet jojobet marsbahis marsbahis güncel marsbahis güncel giriş deneme bonusu deneme bonusu veren siteler bahsegel vaycasino vaycasino giriş perabet perabet giriş holiganbet holiganbet giriş holiganbet holiganbet giriş holiganbet holiganbet giriş jojobet jojobet giriş Superbetin superbetin giriş superbetin güncel giriş süperbetin