Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 09-01-2022 (Kids Special)
Share:

By Village Missionary Movement

Sunday, 09-Jan-2022

ଆଜିର ବାକ୍ୟ (Oriya) 09-01-2022 (Kids Special)

 

ରାସ୍ତାରେ ରଖା ଯାଇଥିବା ପଥର 

 

“ଅନ୍ୟମାନଙ୍କୁ ଦୟା ଦେଖାଉଥିବା ଲୋକମାନେ ଧନ୍ୟ; କାରଣ ପରମେଶ୍ୱର ସେହିମାନଙ୍କୁ ଦୟା କରିବେ।“ - Mathew 5:7

 

ଜଣେ ରାଜା ତାଙ୍କ ଲୋକଙ୍କ କାର୍ଯ୍ୟ ଜାଣିବା ନିମନ୍ତେ ସାଧାରଣ ବ୍ୟକ୍ତି ରୂପେ ବେଶଧାରଣ କରି ଗୋଟିଏ ବଡ଼ ପଥରକୁ ଜନଗହଳି ପୂର୍ଣ୍ଣ ରାସ୍ତା ମଝିରେ ରଖିଲା !ସେହି ପଥର ତଳେ ଏକଶହ ରୁପାମୁଦ୍ରା ଏବଂ ଗୋଟିଏ ଚିଠି ମଧ୍ୟ ରଖିଲା !ତାପରେ କାହାକୁ ନ ଜଣାଇ କଣ ହେଉଛି ବୋଲି ଅନୁଧ୍ୟାନ କରୁଥାଏ !ସେହି ରାସ୍ତାରେ ସମସ୍ତେ ଚାଲୁଥାନ୍ତି !ରାମୁ ନାମକ ବ୍ୟକ୍ତି ଆସି ସେହି ସାହିରେ ବାଧା ଦେଉଥିବା ପଥରକୁ ଦେଖିବା କ୍ଷଣି ରାଗିକି କହିଲା, କର ଆଦାୟକାରୀ ମନ୍ତ୍ରୀମାନେ କେହି ଏହାକୁ ଧରାଛୁଆଁ କରନ୍ତି ନାହିଁ !ରାସ୍ତା ମଝିରେ ଏତେ ବଡ଼ ପଥର ଥିଲେ କେମିତି ଲୋକେ ଯିବାଆସିବା କରିବେ ? ଏହା ଅନ୍ୟାୟ ଅଟେ ବୋଲି ବଚସା କରି ଚାଲିଗଲା !ସେହି ରାସ୍ତା ଦେଇ ୱେଲାନ ଆସିଲା !ତରବରରେ ଆସୁଥିବା ବେଳେ ତାଙ୍କ ଗୋଇଠିରେ ସେହି ପଥର ବାଜିଲା !ସଙ୍ଗେ ସଙ୍ଗେ ସେ ମଧ୍ୟ ରାଗିକି, ପଥରକୁ ଆଉ ଥରେ ଗୋଇଠି ମାରି, ମୋର ଗୋଡ଼ରେ ଆଘାତ ହେଲା ପରି କଲ !କିଏ ଜ୍ଞାନ ନ ଥାଇ ଏହି ପଥରକୁ ଏପରି ରାସ୍ତାରେ ଗଡ଼ାଇ ଦେଉଛି ? ଅଜ୍ଞାନୀ କହି ରାଗରେ ଗାଳି ଦେଇ, ପଥରକୁ ପୁଣି ଥରେ ଚକଟି ସେଠାରୁ ଚାଲିଗଲା !ତାପରେ ମାଣି ନାମକ ବାଳକ ଆସିଲା !ସେ ମଧ୍ୟ ସେହି ପଥରକୁ ଧ୍ୟାନ ନ ଦେଇ ଗୋଡ଼ ଖସି, ପଥର ଉପରେ ବାଜି ତଳେ ପଡିଗଲା !କିନ୍ତୁ ସେ ଉଠି ଏପରି କେତେ ଜଣ ପଡିଗଲେ କି, ଜାଣିନାହିଁ ? କିଏ କି ଏହି ପଥରକୁ ଏଠାରେ ପକାଇ ଚାଲିଗଲେ, କହି ମୋ ପରି ଆଉ କେହି ତଳେ ପଡ଼ିବାକୁ ନାହିଁ ବୋଲି ସେହି ପଥରକୁ ରାସ୍ତାରୁ ହଟାଇଲା !ଗଡ଼ାଇ ଦେବା କ୍ଷଣି ଦେଖିଲା, କିଯେ ସେହି ପଥର ତଳେ ଗୋଟିଏ ଚିଠି ଏବଂ ଚକମକ ହେଉଥିବା ଏକଶହ ରୁପାମୁଦ୍ରା ସେଠି ଦେଖାଗଲା !ସେହି ଚିଠିରେ ଲେଖାଯାଇଛି, ପଥର ଗଡ଼ାଇବା ବ୍ୟକ୍ତିକୁ ଏହି ରୁପାମୁଦ୍ରା ଉପହାର ଅଟେ !ମାଣି ଚିଠି ଓ ରୁପାମୁଦ୍ରା ନେଇ ଆନନ୍ଦରେ ଦେଖୁଥିବା, ସେହି ଦେଶର ରାଜା ଧ୍ୟାନ କରି, ତାକୁ ପ୍ରସଂଶା କରି ତାହାର ଯୋଜନାକୁ କହିଲା !ମାଣି ସେହି ଏକଶହ ରୁପାମୁଦ୍ରାକୁ ନେଇ ଖୁସିରେ ଚାଲିଗଲା !

 

ପ୍ରିୟ ଭାଇ ଓ ଭଉଣୀମାନେ, ରାମୁ ଓ ୱେଲନଙ୍କ ସଦୃଶ୍ୟ ରାଗିଲେ ଆମ୍ଭେ କିଛିବି ସାଧନ କରିପାରିବା ନାହିଁ !କେବଳ ବଥା ହିଁ ବଳକା ହେବ !ଅନ୍ୟମାନେ ଅସୁବିଧା ହେବାକୁ ନାହିଁ ବୋଲି ଦୟା ଦେଖାଇ ଥିବା ମାଣି, ସେହି ରାସ୍ତା ମଝିରେ ଥିବା ପଥରକୁ ଗଡ଼ାଇଲା, ତେଣୁ ଦୟାଳୁ ଲୋକ ଦୟା ପାଇଲା !ନ ରାଗିକି ଶାନ୍ତିରେ ଥିଲେ, ଜ୍ଞାନରେ ଆମ୍ଭେ କାର୍ଯ୍ୟ କରିପାରିବା !ବଢ଼ି ପାରିବା!

- ଶ୍ରୀମତୀ ଆଣଭି ଜ୍ୟୋତି ଷ୍ଟାଲିନ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al