By Village Missionary Movement
Saturday, 08-Jan-2022ଆଜିର ବାକ୍ୟ (Oriya) 08-01-2022
ଯୀଶୁଙ୍କଠାରୁ ଆରମ୍ଭ କରନ୍ତୁ
“ଅତଏବ, ଏଡ଼େ ବୃହତ୍ ମେଘ ତୁଲ୍ୟ ସାକ୍ଷୀମାନଙ୍କ ଦ୍ୱାରା ବେଷ୍ଟିତ ହେବାରୁ ଆସ, ଆମ୍ଭେମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସର ନେତା ଓ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମ୍ଭମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେଉ ।“ - ଏବ୍ରୀ 12:1
ଗୋଟିଏ ସମ୍ମେଳନର ମିଳିତ ସହଯୋଗରେ ଅନେକ ଲୋକ ଏକତ୍ରିତ ହୋଇଛନ୍ତି !ସେଠାରେ ବିଖ୍ୟାତ ପ୍ରସଙ୍ଗକ, ଜଣେ ପ୍ରସଙ୍ଗ ନିମନ୍ତେ ଆମନ୍ତ୍ରଣ ହୋଇଛନ୍ତି !ତାହାର ସନ୍ଦେଶ ଆରମ୍ଭ ନିମନ୍ତେ ସମସ୍ତେ ଅପେକ୍ଷାରେ ଥାଆନ୍ତି !ସେ ଆସିବା କ୍ଷଣି ସମସ୍ତେ ଠିଆ ହୋଇ, ଯୀଶୁ ଯୀଶୁ ବୋଲି ଡାକିବା ନିମନ୍ତେ କହିଲେ !ଏହା କିଛି ଲୋକ କହିଲେ, ଇଏ କାହିଁକି ପ୍ରସଙ୍ଗ କରିବା ଛାଡି ଛୋଟ ପିଲାଙ୍କ ସଦୃଶ୍ୟ ହେଉଛି ? ଏହିପରି ପାଞ୍ଚ ମିନିଟ ଚାଲିଗଲା !ସେତେବେଳେ ସେହି ସଭାସ୍ଥଳ ସମସ୍ତ ପ୍ରଭୁଙ୍କର ମହିମାରେ ପୂର୍ଣ୍ଣ ହେଲା !ସେହି ସଭାସ୍ଥଳରେ ଥିବା ଅନେକଙ୍କ ଠାରେ ଥିବା ଅପବିତ୍ର ଆତ୍ମା ଗୁଡିକ ବାହାରକୁ ଚାଲିଯିବା ଆରମ୍ଭ ହେଲା !ଅନେକଙ୍କ ଶରୀରରେ ଥିବା ରୋଗ ଗୁଡାକ ସୁସ୍ଥ ହେଲା !ଅନେକ ଲୋକ ଯୀଶୁଖ୍ରୀଷ୍ଟଙ୍କୁ ନିଜ ପରିତ୍ରାଣ କର୍ତ୍ତା ରୂପେ ଗ୍ରହଣ କରିବାକୁ ସୁବିଧା ହେଲା !ତାପରେ ପ୍ରଭୁଙ୍କର ସାହାଯ୍ୟରେ ଉତ୍ତମ ରୂପେ ସେ ପ୍ରସଙ୍ଗ କଲା !
ଯୀଶୁଖ୍ରୀଷ୍ଟ ଆମ୍ଭ ନିମନ୍ତେ ଏକ ଉତ୍ତମ ସାହାଯ୍ୟକାରୀ ବ୍ୟକ୍ତି ରୂପେ ଅଛନ୍ତି !ତାହା ହେଉଛି ବିଶ୍ୱାସର କର୍ତ୍ତା ହୋଇଥିବା ସେ ତାହାକୁ ଆରମ୍ଭ କରିବାକୁ, ଲିଭାଇବା ପାଇଁ ସାହାଯ୍ୟ କରୁଛନ୍ତି !ହଁ ସମସ୍ତ ବାଇବଲ ମଧ୍ୟ ତାଙ୍କ ଦୌଡରେ ପ୍ରଭୁଙ୍କର ନିମନ୍ତେ ବିଜୟୀ ଭାବେ ଶେଷ କରିଥିବା ଜୀବନରେ, ବଳହୀନତା, ନିରୁଉଚ୍ଚାହ,ଆରୋହଣ ବୋଲି ଅନେକ କଷ୍ଟ ଅବସ୍ଥା ଆସିବା ବେଳେ ତାହା ସେମାନେ ବିଜୟୀ ହେଲେ, ସମସ୍ତେ ସେମାନଙ୍କର ନିରୁଉଚ୍ଚାହକୁ, ସେମାନଙ୍କର ଅବସ୍ଥାକୁ ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା କରି, ପବିତ୍ର ଆତ୍ମାର ସାହାଯ୍ୟ ପାଇ, ଧୌର୍ଯ୍ୟରେ ଆଗକୁ ଯାଇ, ସେମାନଙ୍କର ଦୌଡକୁ ସମାପ୍ତି କଲେ !ସେମାନେ ସେହିପରି ଦୌଡ଼ିବା ବେଳେ ଅନେକ ସେମାନଙ୍କର ବିଶ୍ୱାସକୁ ଦେଖି ନିନ୍ଦା କରି, ହିଂସା କରି ଲଜ୍ୟା ଭାବେ ହାସ୍ୟାସ୍ପଦ କରିଥାଇ ପାରନ୍ତି !କିନ୍ତୁ ଏହି ସମସ୍ତକୁ ପାର ହୋଇ ସେମାନେ ପ୍ରଭୁଙ୍କର ଆଡକୁ ଅନାଇ ଆଗକୁ ବଡ଼ିଲେ !ସେମାନେ ଲାଜ ହୋଇ ନାହାନ୍ତି !ସେମାନେ ପଡିଗଲେ ସୁଧା ତାଙ୍କୁ ଉଠାଇ ସଜାଇ କଢାଇ ନେଇ ବିଜୟୀ ଦେଉଥିବା ପରମେଶ୍ୱର ତାଙ୍କ ଠାରେ ହିଁ ଅଛନ୍ତି !
ପ୍ରିୟ ବନ୍ଧୁଗଣ, ଏହି ବର୍ଷ ଆରମ୍ଭରେ ରହିଥିବା ତୁମ୍ଭମାନେ ମଧ୍ୟ ଅନେକ ନିର୍ଣ୍ଣୟ ନେଇ ଥାଇପାର !ଉତ୍ତମ, ସଦାପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ !ଆପଣ ଗୋଟିଏ ମାତ୍ର ମନେ ରଖନ୍ତୁ !ତାହାଙ୍କ ସାହାଯ୍ୟ ବିନା ଆମ୍ଭେ କିଛି କରି ପାରିବା ନାହିଁ !ଏହା ପୂର୍ବରେ ଥିବା ବର୍ଷରେ ତୁମ୍ଭେ ନେଇ ଥିବା ନିର୍ଣ୍ଣୟ ଗୁଡିକରୁ ବିଫଳତା ହୋଇ ଥାଇପାର !ମାତ୍ର ନିରୁଉଚ୍ଚାହିତ ହୁଅ ନାହିଁ !ଉପରେ ଆମେ ଶୁଣିଥିବା ପ୍ରସଙ୍ଗ ସଦୃଶ୍ୟ, ଯୀଶୁଙ୍କୁ ଆଗରେ ରଖି, ତାଙ୍କ ନିମନ୍ତେ ସବୁକିଛି କରନ୍ତୁ !ବିଶ୍ୱାସକୁ ଆରମ୍ଭ କରିଥିବା ସେ ତୁମ୍ଭ ନିମନ୍ତେ ବିଜୟୀର ସ୍ତମ୍ଭକୁ ଆଗ ପୋତିବେ !
ଏସ. ମୋନଜ କୁମାର
ପ୍ରାର୍ଥନାର ଅଂଶ :-
ମୋକ୍ଷପ୍ରୟାଣମ ପତ୍ରିକା ମୁଦ୍ରଣ କରିବାକୁ ପ୍ରତିମାସରେ ଅନେକ ଟଙ୍କାର ଆବଶ୍ୟକ ଅଛି, ଏହି ଆବଶ୍ୟକ ପୂର୍ଣ୍ଣ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.