Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 07-01-2022
Share:

By Village Missionary Movement

Friday, 07-Jan-2022

ଆଜିର ବାକ୍ୟ (Oriya) 07-01-2022

 

ପବିତ୍ରତା 

 

“ଆହୁରି ତୁମ୍ଭେମାନେ ଆମ୍ଭର ବିଧି ମାନ୍ୟ କରି ପାଳନ କରିବ; ଆମ୍ଭେ ତୁମ୍ଭମାନଙ୍କର ପବିତ୍ରକାରୀ ସଦାପ୍ରଭୁ ଅଟୁ।“ - ଲେବୀୟ ପୁସ୍ତକ 20:8

 

ଉଣେଇଶ ଶତାଦ୍ଦୀରେ ୟାଲପାନ ନାମକ ସହରରେ ଦୁଇ ଜଣ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଯୋଗୁ ସୁବ୍ରମଣି ନାମକ ବ୍ୟକ୍ତିଙ୍କୁ ବନ୍ଦୀ କରାଯାଇ କାରାଗାରରେ ନିକ୍ଷେପ କରାଗଲା !ଏହାକୁ ବିଚାର କରିଥିବା ବିଚାରପତି ଫାଶ ଦେବାପାଇଁ ଆଜ୍ଞା କଲା !ସେହି ଦିନରେ ବ୍ରିକେନ ରିଚ ନାମକ ବ୍ୟକ୍ତି ଶ୍ରୀଲଙ୍କାର କାରାଗାରର ବନ୍ଦୀ ମାନଙ୍କର ମଧ୍ୟରେ ସେଵା କରି ଆସିଲା !ବ୍ରିକେନ ରିଚ ପ୍ରଚାର କରିଥିବା ସୁସମାଚାର ଦ୍ଵାରା ସୁବ୍ରମଣି ଯୀଶୁଖ୍ରୀଷ୍ଟଙ୍କୁ ନିଜର ପରିତ୍ରାଣ କର୍ତ୍ତା ରୂପେ ଗ୍ରହଣ କରି, ମୋତେ ପ୍ରେମ କରିବାକୁ ଯୀଶୁ ଅଛନ୍ତି ବୋଲି ନୀରିକ୍ଷଣରେ ବାଇବଲକୁ ପଡିବାକୁ ଆରମ୍ଭ କଲା !ଯୀଶୁ ଖ୍ରୀଷ୍ଟ ମୋର ସମସ୍ତ ପାପ କ୍ଷମା କରିଲେ ବୋଲି, ପାପ କ୍ଷମାର ସଂପୂର୍ଣ୍ଣ ସହିତ, ସେ କହିଥିବା ବାକ୍ୟର ସତ୍ୟତାକୁ ଅଭିଜ୍ଞତା ଭାବରେ, ସେ ସ୍ୱାଦ ଚାଖିଥିବା ପ୍ରଭୁଙ୍କର ପ୍ରେମକୁ ଅନ୍ୟମାନଙ୍କୁ ପ୍ରକାଶିତ କରି ଆସିଲା !ଇଏ ଯୀଶୁଙ୍କୁ ନିଜର ପରିତ୍ରାଣ ରୂପେ ଗ୍ରହଣ କରି, ମୃତ୍ୟୁର ଭୟ ନ ଥାଇ ଫାଶ ଦଣ୍ଡକୁ ଧୌର୍ଜର ସହିତ ଠିଆ ହେଲା !ସେ ମୃତ୍ୟୁ ହେବା ପୂର୍ବରୁ "ଯୀଶୁ ପ୍ରେମ କରୁଛନ୍ତି"ନାମକ ଗୀତଟି ଲେଖିଲା !ଏହି ଗୀତଟି ଆମ ମଣ୍ଡଳୀରେ ଆଜି ପର୍ଯ୍ୟନ୍ତ ଗାଉଥିବା ଏକ ଗୀତ ରୂପେ ପ୍ରଭୁଙ୍କର ଗୌରବ କରି ଆସୁଛି !

 

ପବିତ୍ର ବାଇବଲରେ ପ୍ରେରିତ ପାଉଲ ଓ ଶିଲା ସୁସମାଚାର ପ୍ରଚାର କଲେ !ସେଥିପାଇଁ ସେମାନେ କାରାଗାରରେ ବନ୍ଦୀ ହେଲେ !ଏମାନେ କାରାଗାରରେ ପ୍ରାର୍ଥନା କଲା ବେଳେ ସଦାପ୍ରଭୁ ଏମାନଙ୍କର ବନ୍ଦନକୁ ଫିଟାଇ ଦେଲେ !ସେତେବେଳେ କାରାଗାର ରକ୍ଷକ ନିଦରୁ ଉଠି, କାରାଗାରର ସମସ୍ତ ବନ୍ଦୀମାନେ ଖସି ପଳାଇଲେ ବୋଲି ଭାବି ଆତ୍ମହତ୍ୟା କରିବାକୁ ଚେଷ୍ଟା କଲା !ଏହି ଅବସ୍ଥାରେ ପାଉଲ ତାଙ୍କୁ ଆତ୍ମହତ୍ୟାରୁ ଉଦ୍ଧାର କରି, ସୁସମାଚାର କଲା !ତାହା ଦ୍ଵାରା ସେ ମନପରିବର୍ତ୍ତନ ହୋଇ ଯୀଶୁଙ୍କୁ ଗ୍ରହଣ କରି, ତାଙ୍କ ସପରିବାର ପରିତ୍ରାଣ ପାଇବାକୁ ପରିଚାଳିତ କଲେ !

 

ଏହା ପଡ଼ୁଥିବା ପ୍ରିୟ ବନ୍ଧୁଗଣ, ଆପଣମାନେ କେତେ ବଡ଼ ପାପ କରିଥିଲେବି, ତୁମ୍ଭେ କେତେ ବଡ଼ ଦୋଷୀ ହୋଇଥିଲେ ମଧ୍ୟ, ଯୀଶୁ ମୋର ପାପକୁ କ୍ଷମା କରି, ମୋତେ ପବିତ୍ରତା କର ବୋଲି ମାଗିବା ବେଳେ, ଯୀଶୁ ଆମ୍ଭର ସମସ୍ତ ପାପକୁ କ୍ଷମା କରି, ଆମ୍ଭମାନଙ୍କୁ ପବିତ୍ରତା କରିବାକୁ ପ୍ରସ୍ତୁତ ଅଛି !ଆମ୍ଭର ପାପ ନିମନ୍ତେ କୃଶରେ ହତ ହେଲେ !କାହିଁକିନା ତାହାଙ୍କର ପବିତ୍ର ରକ୍ତ ଦ୍ଵାରା ସମସ୍ତ ପାପକୁ ଧୌତ କରି ପବିତ୍ର କରି, ଆମ୍ଭଙ୍କୁ ନୂତନ ବ୍ୟକ୍ତି ଭାବେ ପରିବର୍ତ୍ତନ କରିଥିଲେ କେବଳ ଯୀଶୁଖ୍ରୀଷ୍ଟ !ତୁମ୍ଭେ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରି, ପାପରୁ ଧୌତ ହୋଇ, ମୃତ୍ୟୁରୁ ଭୟ ନ ରହି, ଏକ ନୂତନ ଜୀବନରେ ଜୀବନଯାପନ କରନ୍ତୁ !

- ପି. ବି. ବିଲ୍ଲିଅମ୍ସ 

 

ପ୍ରାର୍ଥନାର ଅଂଶ :-

ମୋକ୍ଷପ୍ରୟାଣାଂର ସମ୍ପାଦକ ଏବଂ ସହଯୋଗୀ ସେବକ ସମସ୍ତଙ୍କୁ ସଦାପ୍ରଭୁ ବିଶେଷ ଜ୍ଞାନରେ ପୂର୍ଣ୍ଣ କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al