Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 05-01-2022
Share:

By Village Missionary Movement

Wednesday, 05-Jan-2022

ଆଜିର ବାକ୍ୟ (Oriya) 05-01-2022

 

ନୂତନ କାର୍ଯ୍ୟ 

 

“ଦେଖ, ଆମ୍ଭେ ଏକ ନୂତନ କାର୍ଯ୍ୟ କରିବା; ତାହା ଏବେ ଅଙ୍କୁରିତ ହେବ; ତୁମ୍ଭେମାନେ କି ତାହା ଜାଣିବ ନାହିଁ? ଆହୁରି, ଆମ୍ଭେ ପ୍ରାନ୍ତର ମଧ୍ୟରେ ପଥ ଓ ମରୁଭୂମିରେ ନଦନଦୀ କରିବା।“ - ଯିଶାଇୟ 43:19

 

ସତୁରି ବର୍ଷ ପୂର୍ବେ ଘଟିଥିବା ସତ ଘଟଣା !ଯୋଶେଫ, ଖ୍ରୀଷ୍ଟିପାଦ୍ମା ଦମ୍ପତିଙ୍କୁ ପ୍ରାୟ ବାର ବର୍ଷ ହେବ ସନ୍ତାନ ନାହାନ୍ତି !ଡାକ୍ତର କହିଦେଲେ କି ଯେ ଆଉ ତୁମ୍ଭର ସନ୍ତାନ ହେବ ନାହିଁ !ଯୋଶେଫଙ୍କର ନାନୀ ଏଗନେସର, ସେଵା କରୁଥିବା ମାଆଙ୍କୁ ଘରକୁ ପଠାଇ ପ୍ରାର୍ଥନା କରିବା ନିମନ୍ତେ କହିଲେ !ଇଗ୍ନେସର ମାଆ ଯୋଶେଫ ଓ ଖ୍ରୀଷ୍ଟି ଦୁଇ ଜଣଙ୍କୁ ମୁଣ୍ଡରେ ହାତ ରଖି ପ୍ରାର୍ଥନା କଲା !ତାପରେ ସେ କହିଲା, ଦଶମ ମାସରେ ତୁମ୍ଭଙ୍କୁ ଏକ କନ୍ୟା ସନ୍ତାନ ଜନ୍ମ ହେବ !ଯୀଶୁଙ୍କୁ ଅଂଜ୍ଞ ପରିବାରରେ ଜନ୍ମ ହୋଇ ବଢ଼ି ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିବା ଖ୍ରୀଷ୍ଟି ପାଦ୍ମା, ଯୀଶୁଖ୍ରୀଷ୍ଟ ମୋତେ ସନ୍ତାନ ଦେବେ ବୋଲି ବିଶ୍ୱାସ କଲା !କିନ୍ତୁ ଖ୍ରୀଷ୍ଟିଆନ ପରିବାରରେ ଜନ୍ମ ହୋଇ ବଢ଼ି ଥିବା ଯୋଶେଫ କହିଲା, ଡାକ୍ତର ସନ୍ତାନ ହେବ ନାହିଁ କହି ଦେଲେ, ଏହି ମାଆ ମୁଣ୍ଡରେ ହାତ ପକାଇ ପ୍ରାର୍ଥନା କଲେ ସନ୍ତାନ ହୋଇଯିବକି ? ଦଶମ ମାସରେ କନ୍ୟା ସନ୍ତାନ ଜନ୍ମ ନେବ ବୋଲି କହୁଛନ୍ତି !ଠିକ ଅଛି ମୁଁ ଏହି ତାରିଖକୁ ଲେଖିକି ରଖିବି !ପରମେଶ୍ୱର ଯାହା କହନ୍ତି ତାହା ହିଁ ହେବ !ଖ୍ରୀଷ୍ଟି ଗର୍ଭବତୀ ହେଲା !ଦଶମ ମାସରେ କନ୍ୟା ଶିଶୁକୁ ଜନ୍ମ ଦେଲା !ବିଶ୍ୱାସକୁ କ୍ଷୀର ସଦୃଶ୍ୟ ଅଜାଡି ପୋଷଣ କଲା !ଭବିଷ୍ୟତରେ ସେହି ସନ୍ତାନ ମହାନ ସେବିକା ଭାବେ ଉଭା ହେଲା!

 

ଆପଣଙ୍କର ଜୀବନରେ ଯେକୌଣସି ତ୍ରୁଟି ରହି ଥାଇପାରେ, ଆବଶ୍ୟକ ରହି ଥାଇପାରେ !ଅସୁସ୍ଥତାର ରୋଗ, ଋଣ ବୋଝ, ପୁତ୍ର ବେକାରୀ ହେବା, ଝିଅଟିର ବିବାହ ଏପରି ଅନେକ ଆବଶ୍ୟକ ରହି ଥାଇପାରେ !ବିଚଳିତ ହୁଅ ନାହିଁ !ଇଶ୍ୱର ଉପରେ ଭରସା ରଖ !ମନ ଦେଇ ତାହାଙ୍କୁ ସ୍ତୁତି କର !ଆବଶ୍ୟକ ନିମନ୍ତେ ବଚସା ନ କରି, ସେ କରିଥିବା ଉପକାର ନିମନ୍ତେ, କରିବାକୁ ଯାଉଥିବା ଉପକାର ନିମନ୍ତେ କୃତଜ୍ଞତା ପୂର୍ଣ୍ଣ ହୃଦୟରେ ତାହାଙ୍କୁ ସ୍ତୁତି କର !

 

ଅରଣ୍ୟରେ ମାର୍ଗ, ମରୁଭୂମିରେ ନଦୀ ଗୁଡିକ ଆମ୍ଭ ପରମେଶ୍ୱର ସୃଷ୍ଟି କରି ପାରନ୍ତି !ମେଷ ଜଗୁଆଳି ଦାଉଦଙ୍କୁ ଇଶ୍ରାଏଲ ମାନଙ୍କର ମହାନ ରାଜା କଲେ !ଅନାଥ ହୋଇ ରହିଥିବା ଏସ୍ଟିଏର ଏକଶହ ସତେଇଶ ଦେଶକୁ ରାଣୀ ହେଲା !ବିଜାତୀୟ ହୋଇଥିବା ୠତ ଯୀଶୁଖ୍ରୀଷ୍ଟଙ୍କର ବଂଶାବଳୀରେ ସ୍ଥାନ ସଂଗ୍ରହ କରିନେଲା !ସେମାନଙ୍କୁ ବୃଦ୍ଧି କରିଥିବା ଇଶ୍ୱର ଏହି ନୂତନ ବର୍ଷରେ ଆପଣଙ୍କର ଜୀବନରେ ମଧ୍ୟ ନୂତନ କାର୍ଯ୍ୟ କରିବେ !ଅଦଦ୍ଭୁତ ଭାବେ ଆଶୀର୍ବାଦ କରିବେ !

- ଶ୍ରୀମତୀ ୱାନାଜା ପାଲ ରାଜ 

 

ପ୍ରାର୍ଥନାର ଅଂଶ :-

ଏହି ନୂତନ ବର୍ଷରେ ସେବାକାର୍ଯ୍ୟ ବୋଝ ବିସ୍ତାର ହେବାକୁ, ପରମେଶ୍ୱର ଦେଇ ଥିବା ଯୋଜନାକୁ ବାଧା ନ ଥାଇ ପୂରଣ ହେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al