By Village Missionary Movement
Monday, 27-Dec-2021ଆଜିର ବାକ୍ୟ (Oriya) 27-12-2021
କୋଣର ପ୍ରଧାନ ପ୍ରସ୍ତର
“ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ କି କେବେ ହେଁ ଧର୍ମଶାସ୍ତ୍ରରେ ଏହି କଥା ପାଠ କରି ନାହଁ, ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପ୍ରସ୍ତର ହେଲା; ପ୍ରଭୁଙ୍କଠାରୁ ଏହା ହେଲା, ଆଉ ତାହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟଜନକ?” - ମାଥିଉ 21:42
ଗୃହ ନିର୍ମାଣ ସକାଶେ ଅନେକ ପ୍ରକାର ମାପର ପଥର ଆବଶ୍ୟକ ହୋଇଥାଏ !ସେଗୁଡିକୁ ସଠିକ ମାପରେ ଧୂଳିସାତ କରି ରଖନ୍ତି !ଗୃହ ନିର୍ମାଣକାରି ହିଁ ଜାଣିଛି, କେଉଁ ପଥର କେଉଁ ସ୍ଥାନରେ ରଖିଲେ ତାହା ଭଲରେ, ପ୍ରୟୋଜନ ଭାବେ ରହିବ !ସେହିପରି ଆମ୍ଭମାନଙ୍କୁ ସୃଷ୍ଟି କରିଥିବା ପ୍ରଭୁ ଜାଣନ୍ତି, ଆମ୍ଭମାନଙ୍କୁ କେଉଁ ସ୍ଥାନରେ, କେଉଁ ଅବସ୍ଥାରେ ରଖିବା ଉଚିତ !କିପରି କଢ଼ାଇନେବା ଉଚିତ, ସେ ଜାଣନ୍ତି !ସେହିପରି କୋଣରେ ସେଟ ହେଉଥିବା ପଥର ହେଉଛି କାନ୍ଥର ଦୁଇ ପାର୍ଶ୍ୱକୁ ଧରିବା ଓ ବୋହି ରଖିବା ପଥର ହୋଇ ରହିବ !ସେହିପରି ପ୍ରଭୁଯୀଶୁଖ୍ରୀଷ୍ଟ ପରମେଶ୍ୱରଙ୍କୁ ମାନବ ଜାତିକୁ ସଂଯୋଗ କରୁଥିବା ପ୍ରଧାନ କୋଣ ପଥର ସଦୃଶ୍ୟ ରହିଛନ୍ତି !
ପ୍ରଧାନ ଯାଜକବୃନ୍ଦ, ପ୍ରଚାରକବୃନ୍ଦ ସାଧୁକୀୟମାନଙ୍କ ଦ୍ଵାରା ତୀରସ୍କାର, ନିଷେଧ କରାଯାଇ ଥିବା ବ୍ୟକ୍ତି ଜଣକ ହେଲେ ଯୀଶୁଖ୍ରୀଷ୍ଟ !ପରିତ୍ରାଣ କର୍ତ୍ତା ପୃଥିବୀର ଲୋକର ପାପକୁ ଉଦ୍ଧାର କରିବାକୁ ମେଷବଳି ହେଲେ !ଯିହୂଦୀମାନଙ୍କ ଦ୍ଵାରା ତୀରସ୍କାର, ଓ ଫୋପାଡ଼ି ହୋଇଥିବା ପଥର ସଦୃଶ୍ୟ ସେ ଥିଲେ !ସେ କୋଣର ପ୍ରଧାନ ପଥର ସଦୃଶ୍ୟ ବୃଦ୍ଧିରେ ଠିଆ ହେଲେ !ଏହା ପରମେଶ୍ୱରଙ୍କର ଦିନହୀନକୁ, ବିଧେୟତାକୁ ପାଇ ଥିବା ଉପହାର ବୋଲି କହିପାରୁ !
ପ୍ରିୟ ଭାଇ ଓ ଭଉଣୀମାନେ, ଆପଣମାନେ ମଧ୍ୟ ତୁମ୍ଭ ପରିବାରରେ, କାର୍ଯ୍ୟସ୍ଥାନରେ କିଛିକୁ ପ୍ରୟୋଜନ ନ ଥିବା ପଥର ସଦୃଶ୍ୟ ରହିଅଛ କି ? ଏମାନେ ପ୍ରୟୋଜନ ବିହୀନ, କୌଣସି କାମକୁ ପାରନ୍ତି ନାହିଁ ବୋଲି ମୁଦ୍ରାଙ୍କିତ ହୋଇଛ କି ? ଚିନ୍ତା କରନ୍ତୁ ନାହିଁ !ଯିହୂଦୀମାନଙ୍କ ଦ୍ଵାରା, ଅନ୍ୟମାନଙ୍କ ଦ୍ଵାରା ନିଷେଧ କରିଥିବା ପଥର ସଦୃଶ୍ୟ ଥିଲେବି, ଯୀଶୁ ବାପା ହିଁ ସମସ୍ତ ମାନବ ଜାତିର ପରିତ୍ରାଣ ରୂପେ ବୃଦ୍ଧି କଲେ !ତୁମ୍ଭମାନଙ୍କୁ ମଧ୍ୟ ତୁମ୍ଭ ପରିବାର, ଅନ୍ୟମାନଙ୍କର ମଧ୍ୟରେ ବୃଦ୍ଧି କରିବାକୁ ସେ ଶକ୍ତିଶାଳୀ ଅଟନ୍ତି !
ଯାକୁବର ପ୍ରଥମ ସ୍ତ୍ରୀ ଲେୟା, ତାର ସ୍ୱାମୀ ଯାକୁବଙ୍କ ଦ୍ଵାରା, ତାର ଭଉଣୀ ରାହେଲ ଦ୍ଵାରା ତୀରସ୍କାର ହେଲା !ସ୍ୱାମୀର ପ୍ରେମରୁ ଦୂରେଇ ହେଲା, ଭଉଣୀ ସଉତୁଣୀ ପ୍ରେମ ମିଳିଲା ନାହିଁ !କିନ୍ତୁ ପରମେଶ୍ୱର ତାଙ୍କୁ ତୀରସ୍କାର କରି ନାହାନ୍ତି !ତାହାକୁ ଗର୍ଭବତୀ କରି ଆନନ୍ଦିତ କଲା !ସେ ଜନ୍ମ ଦେଇ ଥିବା ଯିହୂଦା ବଂଶରୁ ହିଁ ଯୀଶୁଖ୍ରୀଷ୍ଟ ଜନ୍ମ ନେଲେ !ହଁ ଫୋପାଡ଼ି ଦିଆ ଯାଇଥିବା ଅବସ୍ଥାରେ ଥିବା ଯାହାକୁ ହେଉ ବୃଦ୍ଧି କରିବା ପରମେଶ୍ୱରଙ୍କର ସହଜ ଅଟେ !ତେଣୁ ଆମ୍ଭେ ଫୋପାଡ଼ି ହୋଇଥିବା ଅବସ୍ଥାରେ ଥିବାବେଳେ, ପରମେଶ୍ୱରଙ୍କୁ ଚାହିଁବା, ସେ ଆମ୍ଭଙ୍କୁ ବୃଦ୍ଧି କରି ଆଶୀର୍ବାଦ କରିବେ, ଆମେନ୍, ହାଲେଲୁଆ !
- ଶ୍ରୀମତୀ ଭୁବାନା ଧାନାବାଲାନ
ପ୍ରାର୍ଥନାର ଅଂଶ :-
ପ୍ରତ୍ୟେକ ଖ୍ରୀଷ୍ଟିଆନ ସୁସମାଚାର ପ୍ରକାଶିତ କରିବା ସାକ୍ଷୀରେ ପରିବର୍ତନ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.