By Village Missionary Movement
Saturday, 25-Dec-2021ଆଜିର ବାକ୍ୟ (Oriya) 25-12-2021
ଆଲୋକ ଆସିଗଲା
“ଏଥିଉତ୍ତାରେ ପରମେଶ୍ୱର କହିଲେ, “ରାତ୍ରିରୁ ଦିବସକୁ ପୃଥକ୍ କରିବା ନିମନ୍ତେ ଆକାଶମଣ୍ଡଳରେ ଜ୍ୟୋତିର୍ଗଣ ଉତ୍ପନ୍ନ ହେଉନ୍ତୁ; ପୁଣି, ସେ ସବୁ ଚିହ୍ନ ଓ ଋତୁ ଓ ଦିବସ ଆଉ ବର୍ଷର କାରଣ ହେଉନ୍ତୁ।“ - ଆଦି ପୁସ୍ତକ 1:14
ସୁସ୍ୱାଗତମ ଭାଇ ଓ ଭଉଣୀମାନେ, ଆଜି ବଡ଼ଦିନ ପର୍ବ, ଆମ୍ଭ ସମସ୍ତଙ୍କୁ ଖୁସି ତ !ବରଷକୁ ଥରେ ବଡ଼ଦିନ ପର୍ବ ଆସେ !ରଙ୍ଗବେରଙ୍ଗ ଆଲୁଅରେ ଏହି ବଡ଼ଦିନ ପର୍ବକୁ ପାଳନ କରୁଛୁ !ହଁ ଆମ୍ଭର ସବୁଦିନ ଜୀବନରେ ଉଜ୍ଜ୍ୱଳତା ଅଛି କି ? ମୁଁ ଜାଣିଥିବା ଜଣେ ବାବୁ ଅଛନ୍ତି !ସେ ଜଣେ ଅପାଠୁଆ !ପିତାମାତାଙ୍କର ଆଜ୍ଞାଧୀନରେ ନାହିଁ !ଏହା ଭାବି ତାହାର ମାଆ ମୋ ନିକଟରେ ଲୁହ ଝରାଇ ତାଙ୍କୁ ଉତ୍ତମ ଉପଦେଶ ଦିଅନ୍ତୁ କହି ପଠାଇଲା !ମୁଁ ସେହି ବାଳକକୁ ଡାକି ପଚାରିଲି, ସେ ମୋତେ ଲୁହ ଝରାଇ କହିଲା, ନାନୀ ମୋର ବାପା ସବୁଦିନ ମଦ ପିଅନ୍ତି !ମୁଁ ପାଠରେ ଧ୍ୟାନ ଦେଇ ପାରୁନାହିଁ !ଆଜ୍ଞାଧିନ ପାଇଁ ମନ ଆସିନାହିଁ !ମୁଁ ତାକୁ ପଚାରିଲି, ଭାଇ ତୁମ୍ଭ ନାମ କଣ ? ସେଥିପାଇଁ ସେ କହିଥିବା ଉତ୍ତରଟି ଶୁଣି ମୋ ଆଖିରୁ ଲୁହ ଝରିଗଲା !ହଁ ତାହାର ନାମ ଉଜ୍ଜଳ !କେବଳ ତାହାର ନାମ ହିଁ ଉଜ୍ଜଳ, କିନ୍ତୁ ତାହାର ଜୀବନ ଅନ୍ଧକାରରେ ରହିଗଲା !
ଉପରେ କୁହାଯାଇଥିବା ବାକ୍ୟ ଅନୁଯାୟୀ, ଉଜ୍ଜଳ କିରଣରୁ (ଆଲୋକ)ଜଗତରେ ସୃଷ୍ଟି କରି, ଆମ୍ଭ ପରମେଶ୍ୱର ରାତ୍ରି ଓ ଦିବସକୁ ଗୋଟିଏ ବିଦ୍ୟାଶ କରି ପୃଥକ କଲେ !ଆମ୍ଭ ପରମେଶ୍ୱର ସୃଷ୍ଟି କରିଥିବା ଏହି ଆଲୋକ ହିଁ ପୃଥିବୀରେ କ୍ୟାଲେଣ୍ଡର ଆସିବାର ମୁଖ୍ୟ କାରଣ !ଆଜି ଏହି ଆଲୋକ ନ ଥିଲେ, ଆମ୍ଭେ ଦିନ, ମାସ, ବର୍ଷ, ବଡ଼ଦିନ ପର୍ବ, ନୂତନ ବର୍ଷ ବୋଲି କହି ପାରି ନ ଥାନ୍ତେ !ସେ ସୃଷ୍ଟି କରିଥିବା ଆଲୋକକୁ ହିଁ ଏତେ ଶକ୍ତି ଥିବାବେଳେ, ସେ ହିଁ ଆମ୍ଭ ଜୀବନକୁ ଆସିଲେ, ଆମ୍ଭ ଜୀବନ କେତେ ପ୍ରକାଶିତ ହୋଇ ପରିବର୍ତ୍ତନ ହେବ !ଯୀଶୁ ହିଁ ସେହି ଆଲୋକ !ସେ ଏହି ପୃଥିବୀରେ ଜନ୍ମ ନେଇ ଅନ୍ଧକାରରେ ଥିବା ଆମ୍ଭମାନଙ୍କୁ ପୃଥକ କରି ସୁନ୍ଦର ଆଲୋକ ଆଣିଲେ !ବନ୍ଧୁ, ଆଜି ହିଁ ବଡ଼ଦିନ ପର୍ବ ନାହିଁ !ଅନ୍ଧକାରରୁ ଆଲୋକକୁ ଆସିଥିବା ଆମ୍ଭ ସମସ୍ତଙ୍କୁ ସବୁଦିନ ବଡ଼ଦିନ ପର୍ବ ଅଟେ !ଏହା ପାଠ କରୁଥିବା ଲୋକେ ଆଲୋଚନା କରନ୍ତୁ !ମୁଁ ପଚାରିଥିବା ପ୍ରଶ୍ନ ସଦୃଶ୍ୟ ଆପଣଙ୍କର ଜୀବନରେ ଉଜ୍ଜ୍ୱଳତା ଆସିଲା କି ? ଆଜି ମୋ ଜୀବନରେ କଠିନରେ ଅଛି ବୋଲି କହୁଥିବା ବ୍ୟକ୍ତିଗଣ ଶୁଣନ୍ତୁ !ଏବେ ହିଁ ଯୀଶୁ ବାପାଙ୍କୁ ତୁମ୍ଭ ଜୀବନକୁ ଆହ୍ୱାନ କରନ୍ତୁ !ତୁମ୍ଭେ ହିଁ ନୁହେଁ, ତୁମ୍ଭ ଦ୍ଵାରା ଅନେକଙ୍କ ଜୀବନ ମଧ୍ୟ ପ୍ରକାଶରେ ପରିବର୍ତ୍ତନ ହୋଇଯିବ !ମେରୀ ଖ୍ରୀଷ୍ଟମାସ ଟୁ ଅଲ !
- ଵି. ବିଶାଳ
ପ୍ରାର୍ଥନାର ଅଂଶ :-
ଆଜି ଆମ୍ଭ ପୁଳାଲାଇକୋଟା କ୍ୟାମ୍ପସରେ ହେଉଥିବା ବଡ଼ଦିନ ପର୍ବର କାର୍ଯକ୍ରମରେ ଅନେକ ଅଂଶ ଗ୍ରହଣ କରି, ସମସ୍ତେ ସ୍ୱର୍ଗୟ ସନ୍ତାନ ହେବାକୁ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.