By Village Missionary Movement
Wednesday, 22-Dec-2021ଆଜିର ବାକ୍ୟ (Oriya) 22-12-2021
ଭୟ କର ନାହିଁ
"...ଜିଖରୀୟ, ଭୟ କର ନାହିଁ, କାରଣ ତୁମ୍ଭର ନିବେଦନ ଶୁଣାଯାଇଅଛି...।" - ଲୂକ 1:13
ଖ୍ରୀଷ୍ଟମାସ ଦିନ ପାଖେଇ ଆସୁଥିଲେ ଆମ୍ଭ ହୃଦୟରେ ବହୁତ ଖୁସି ଥିଲେବି, ଜୀବନରେ କେବେକେବେ ଦୁଃଖ ଦେଉଥିବା କିଛି କାର୍ଯ୍ୟ ବିଷୟରେ, ଭୟ ସବୁବେଳେ ଆମ୍ଭ ହୃଦୟରେ ରହିଥାଉଛି !ଆଜିର ଦିନରେ ମଧ୍ୟ ଖ୍ରୀଷ୍ଟମାସ ଘଟଣାରେ "ଭୟ କର ନାହିଁ"ବୋଲି ପରମେଶ୍ୱର କହିଥିବା ଆଜ୍ଞାକୁ ଧ୍ୟାନ କଲେ ଉତ୍ତମ ଥିବ ବୋଲି ଭାବୁଅଛି !
ଜିଖରୀୟ, ଭୟ କର ନାହିଁ, ତୁମ୍ଭର ନିବେଦନ ଶୁଣାଯାଇଅଛି (ଲୁକ :-1:13)!ଅନେକ ବର୍ଷ ହେବ ତୁମ୍ଭଙ୍କୁ ଗୋଟିଏ ପୁଅ ଦରକାର ବୋଲି ଜିଖରୀୟ ପ୍ରାର୍ଥନା କରିଥିବେ !କିନ୍ତୁ ଯୀଶୁଖ୍ରୀଷ୍ଟ ଜନ୍ମ ହେବାକୁ ଛଅ ମାସ ପୂର୍ବରୁ ବାପ୍ତିସ୍ମ ଯୋହନ ଜନ୍ମ ନେଇ ଖ୍ରୀଷ୍ଟଙ୍କ ନିମନ୍ତେ ସରଳ ମାର୍ଗ କରିବାକୁ ହେବ ବୋଲି ପିତାଙ୍କର ଇଚ୍ଛା ଥିଲା !ତେଣୁକରି ଡେରିରେ ଉତ୍ତର ମିଳୁଚି !ଏଥର ତୁମ୍ଭର କିଛି ପ୍ରାର୍ଥନା ଉତ୍ତର ଆସିବାକୁ ଡେରି ହେଉଛି କି ? ଯଦି ତୁମ୍ଭର ଅଣ୍ଟୁ ହାଲିଆ ହୋଇ ଯାଇ ଥାଇ ପାରେ !ପ୍ରିୟ ବନ୍ଧୁଗଣ, ଭୟ କର ନାହିଁ ପରମେଶ୍ୱରଙ୍କର ଡେରି ନାହିଁ ବୋଲି ଅର୍ଥ ନୁହେଁ !ସେ ଡେରି କଲେବି ଉପକାରକୁ ଅନୁଗ୍ରହ କରିବେ !
ଆଗୋ ମରୀୟମ, ଭୟ କର ନାହିଁ, କାରଣ ତୁମ୍ଭେ ଈଶ୍ୱରଙ୍କ ଛାମୁରେ ଅନୁଗ୍ରହ ପାଇଅଛ (ଲୁକ :-1:30) !ଅନୁଗ୍ରହ କିଏ ପାଇ ପାରିବେ ? ଆତ୍ମାରେ ଦିନହୀନ ଲୋକ ପାଇବ !କେତେ ମୂଲ୍ୟ ଦେଲେବି, କେଉଁଠି କ୍ରୟ କରି ନ ପାରିବା ଅନୁଗ୍ରହକୁ ମରିୟମ ବିନାମୂଲ୍ୟରେ ପାଇଲା !ସାଧାରଣ ବଢ଼େଇକୁ ନିରୂପଣ କରାଯାଇଥିବା ମରୀୟମ, ଗୋଟିଏ ସାଧାରଣ ପରିବାରର ବ୍ୟକ୍ତି ଅଟନ୍ତି !ଜଗତର ଉଦ୍ଧାର କର୍ତ୍ତା ଜନ୍ମ ହେବାକୁ, ପରମେଶ୍ୱର ତାଙ୍କୁ ପସନ୍ଦ କରିବାର କାରଣ କଣ ? ହଜାର ହଜାର ଯିହୂଦୀ କନ୍ୟାଙ୍କ ମଧ୍ୟରେ ମରୀୟମଙ୍କର ହୃଦୟରେ ଲୁଚି ରହିଥିବା ଦିନହୀନତା ହିଁ ସଦାପ୍ରଭୁଙ୍କର ଦୃଷ୍ଟି ତାହାଙ୍କୁ ଅନୁଗ୍ରହ କଲା !ଆଜିର ଦିନରେ ଆପଣଙ୍କର ଘନତା ବିହୀନ ଅବସ୍ଥା ବିଷୟରେ ଦୁଃଖ କରୁଛ କି ? ମରୀୟମଙ୍କର ସଦୃଶ୍ୟ ଦିନହୀନ ମନସ୍ତ ରୁହନ୍ତୁ !ଆପଣଙ୍କର ଉର୍ନ୍ନତି ନିକଟରେ ଅଛି !
ମେଷପାଳକ, ଭୟ କର ନାହିଁ; ଦେଖ, ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁ ଜଣାଉଅଛି (ଲୁକ :-2:10)!ଦେବଦୂତଗଣ, ଏହି ବାକ୍ୟକୁ ମେଷଜଗୁଆଳିକୁ ରାତ୍ରି ବେଳେ ଜଣାଇଲେ !ରାତି କହିଲେ କେହି କାମ ନ କରିବା ସମୟ !ସେହି ସମୟରେ ସୁସମ୍ବାଦ ପ୍ରକାଶିତ କରାଯାଉଛି !ଆଉ ଆପଣର ଜୀବନ ଅନ୍ଧାରିଆ ହୋଇ ଦେଖା ଯାଉଛି କି ? କେଉଁ ଆଡେ ଆଗକୁ ଯିବାକୁ ହେବ ବୋଲି ଚିନ୍ତା କରି ଠିଆ ହୋଇଛ କି ? ଭୟ କର ନାହିଁ, ତୁମ୍ଭର ଜୀବନକୁ ଆଲୋକିତ କରିବାକୁ ଯୀଶୁଖ୍ରୀଷ୍ଟ ଅଛନ୍ତି !ପ୍ରତ୍ୟେକ ଦିନ ତାଙ୍କରି ମୁଖ ଦର୍ଶନକୁ ଖୋଜିଲେ, ତୁମ୍ଭର ମୁଖ ପ୍ରକାଶିତ ହେବ !ଭୟ କର ନାହିଁ, ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବା (ଯିଶାଇୟ :-41:14)!
- ଏସ. ଜୟୀ କୁମାରୀ
ପ୍ରାର୍ଥନାର ଅଂଶ '-
ଗୋଟିଏ ଗ୍ରାମରେ ବିଶେଷ ଭାବେ ଖ୍ରୀଷ୍ଟମାସ ସେବାକାର୍ଯ୍ୟ କରିବାକୁ ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ଆବଶ୍ୟକ ଅଟେ, ସାହାଯ୍ୟକାରୀଙ୍କୁ ସଦାପ୍ରଭୁ ଉଠାଇବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.