Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 18-12-2021
Share:

By Village Missionary Movement

Saturday, 18-Dec-2021

ଆଜିର ବାକ୍ୟ (Oriya) 18-12-2021

 

ପିତାଙ୍କ ପ୍ରେମ 

 

“ଖ୍ରୀଷ୍ଟ ଯେପରି ତୁମ୍ଭମାନଙ୍କୁ ପ୍ରେମ କଲେ, ପୁଣି, ଆମ୍ଭମାନଙ୍କ ନିମନ୍ତେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସୁଗନ୍ଧି ନୈବେଦ୍ୟ ଓ ବଳି ସ୍ଵରୂପେ ଆପଣାକୁ ଉତ୍ସର୍ଗ କଲେ, ସେହିପରି ପ୍ରେମରେ ଆଚରଣ କର।“ - ଏଫିସୀୟ 5:2

 

ସମୁଦ୍ର କୂଳ ନିକଟକୁ ଏକ ଜଳ ଜାହାଜ ଆସୁଛି !ତାହା ପୃଥିବୀ ସାରା ସୁସମାଚାର ବୋହି ନେବା "ଲୋଗୋସ" ନାମକ ଜଳ ଜାହାଜ !"ଓଏମ"ଅପେରସନ ମୋବାଲାଇଜେସନ ନାମକ ସେବା କାର୍ଯ୍ୟ କରୁଥିବା ସଂସ୍ଥାର ଅଟଇ !ତାହାର ପତାକା ଉଡାଉ ଥିବା ସ୍ତମ୍ଭରେ ଗମ୍ଭୀର ଭାବେ ଉଡିଥିବା ପତାକାରେ ଏପରି ମୁଦ୍ରଣ କରାଯାଇଛି, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ (ଯୋହନ :-3:16)!ହଁ ପିତାଙ୍କର ପ୍ରେମ ଏହି ବାକ୍ୟ ମାଧ୍ୟମରେ କେତେ ଉତ୍ତମ ରୂପେ ବର୍ଣ୍ଣନା କରାଯାଇଛି !

 

ପରମେଶ୍ୱର ସୌନ୍ଦର୍ଯ୍ୟ ରୂପେ ଏହି ପୃଥିବୀକୁ ସୃଷ୍ଟି କଲେ !ସେଠାରେ ସମସ୍ତେ ଆନନ୍ଦରେ ଜୀବନଯାପନ କରିବାକୁ ହେବ, ତାହା ହିଁ ପରମେଶ୍ୱରଙ୍କର ଇଚ୍ଛା !ଚିରହରିତ ଏଦନ ଉଦ୍ୟାନ ସୃଷ୍ଟି କରି, ସେଠାରେ ଆଦାମ ଏବଂ ହବାଙ୍କୁ ରଖିଲେ !ଆଜ୍ଞା ଉଲଙ୍ଗନ ପାପ ସେମାନଙ୍କର ଆନନ୍ଦକୁ ପତନ କଲା !ମନୁଷ୍ୟ ପାପର ଜାଲରେ ଛନ୍ଦି ହୋଇଗଲା !ଏହିପରି ମାନବ ଜାତିର ପାପରୁ, ମୃତ୍ୟୁ ଭୟରୁ ମୁକ୍ତ କରିବାକୁ ଖ୍ରୀଷ୍ଟ ଏହି ପୃଥିବୀକୁ ଆସିଲେ !ହଁ, ପରମେଶ୍ୱର ତାହାଙ୍କ ନିଜ ପୁତ୍ରଙ୍କୁ ଆମ୍ଭ ନିମନ୍ତେ ଦୟା କରିବା ଦ୍ଵାରା ପାପୀ ହୋଇଥିବା ଆମ୍ଭ ପ୍ରତି, ସେ ଭରସା କରିଥିବା ପ୍ରେମକୁ ବ୍ୟକ୍ତ କଲେ !

 

ଖ୍ରୀଷ୍ଟମାସ, ପିତାଙ୍କ ପ୍ରେମର ପ୍ରତୀକ !ଯୀଶୁଙ୍କୁ ଅନୁଗ୍ରହ କରି, ଏତେ ସେ ଆମ୍ଭଙ୍କୁ ପ୍ରେମ କଲେ !ପିତା ପରମେଶ୍ୱରଙ୍କର ଅଗାଢ଼ ପ୍ରେମକୁ ଦେଖୁଛୁ !ଆମ୍ଭେ ସମସ୍ତେ ଉତ୍ତମ ଲୋକ ନୁହେଁ କିନ୍ତୁ ଆମ୍ଭେ ପାପୀ ହୋଇଥିବା ବେଳେ ହିଁ ଆମ୍ଭଙ୍କୁ ପ୍ରେମ କରି, ତାଙ୍କର ପୁତ୍ରଙ୍କୁ ଏହି ଜଗତକୁ ପ୍ରେରଣ କଲେ !ପ୍ରଭୁଯୀଶୁଖ୍ରୀଷ୍ଟ କୃଶରେ ତାଙ୍କର ଦୁଇ ହସ୍ତ ବିସ୍ତାରି ଆମ୍ଭ ପ୍ରତି ଭରସା କରିଥିବା ପ୍ରେମକୁ ଦେଖାଉଛନ୍ତି !

 

ପ୍ରିୟ ବନ୍ଧୁଗଣ, "ପ୍ରେମ "ଏହା ବାଇବାଲର ଏକ "କେନ୍ଦ୍ରବିନ୍ଦୁ"ଅଟେ !ଖ୍ରୀଷ୍ଟିଆନ ଜୀବନର କେନ୍ଦ୍ର ମଧ୍ୟ ତାହାହିଁ ଅଟେ !ପରମେଶ୍ୱର ମଧ୍ୟ ଆମ୍ଭଙ୍କୁ ପ୍ରେମ କଲା ସଦୃଶ୍ୟ ଆମ୍ଭେ ମଧ୍ୟ ଜଣକୁ ଜଣେ ପ୍ରେମ କରିବାକୁ ବଧପରିକର ଅଟୁ !ଏହି ଆଜ୍ଞା ହିଁ ପ୍ରଧାନ ହୋଇ ରହିଛି !ତେଣୁ ଏହି ଖ୍ରୀଷ୍ଟମାସ ଦିନରେ ମଧ୍ୟ ଆମ୍ଭେ କାହାରି ପ୍ରତି ଅନିଷ୍ଟ କାର୍ଯ୍ୟ ନାଇତ ଶତ୍ରୁତା କରିଛୁ ମାନେ, ସେ ସମସ୍ତକୁ ଉତ୍ତମ ମନରେ ସଜାଡ଼ିବାକୁ ଚେଷ୍ଟା କରିବା !ଗୋଟିଏ ଛୋଟ ହସ ଏବଂ ଗ୍ରୀଟିଙ୍ଗ କାର୍ଡ ପଠାଇ, ଆମ୍ଭର ପ୍ରେମର ସମ୍ବାଦକୁ ସେୟାର କରିବା !ଏହି ସବୁ ପୁନଃବାର ସମ୍ପର୍କକୁ ସମିଷ୍ଟ କରିବା ବ୍ରିଜ ସଦୃଶ୍ୟ ଥିବ !ଏହି ଖ୍ରୀଷ୍ଟମାସ ସମୟ ତାହାର ଉପଯୁକ୍ତ ସମୟ !ତେଣୁ ଅନ୍ୟମାନଙ୍କୁ ପ୍ରେମ କରିବା, ଅପକାରିକୁ ମଧ୍ୟ ଉପକାର କରିବା, ଶତ୍ରୁଙ୍କୁ ପ୍ରେମ କରିବା, ଖ୍ରୀଷ୍ଟଙ୍କର ମାନକକୁ ସଫଳ କରିବା !

- ଭାଇ. ଡେଭିଡ଼ ଦାୱାମାଣି 

 

ପ୍ରାର୍ଥନାର ଅଂଶ :-

ମୋକ୍ଷ ପ୍ରାୟାଣାମ ପତ୍ରିକାକୁ ଲେଖି ଦେଉଥିବା ବ୍ୟକ୍ତିମାନଙ୍କୁ ପରମେଶ୍ୱର ବିଶେଷତ୍ୱ ଆତ୍ମାରେ ପୂର୍ଣ୍ଣ କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al