Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 17-12-2021
Share:

By Village Missionary Movement

Friday, 17-Dec-2021

ଆଜିର ବାକ୍ୟ (Oriya) 17-12-2021

 

ଖ୍ରୀଷ୍ଟ ଜନ୍ମର ରହସ୍ୟ 

 

“ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ ।" - ମାଥିଉ 1:21

             

ଯୀଶୁଖ୍ରୀଷ୍ଟ ଏହି ପୃଥିବୀରେ ଜନ୍ମ ହେବାବେଳେ ଯିହୂଦୀମାନେ କଣ ଆଲୋଚନା କଲେ ମାନେ, ସେମାନେ ଶାସନ କରୁଥିବା ରୋମିୟ ରାଜ୍ୟରୁ ଇଏ ମୁକ୍ତ କରିବେ, ବିଶେଷକରି ରାଜ୍ୟ ସ୍ଥାପନ କରିବେ ଏହା ଥିଲା ତାଙ୍କର ଭାବନା !ତେଣୁକରି, ପ୍ରଭୁ, ଆପଣ କଣ ଏହି ସମୟରେ ଇସ୍ରାଏଲ ହସ୍ତରେ ପୁନର୍ବାର ରାଜ୍ୟଭାର ସମର୍ପଣ କରୁଅଛନ୍ତି କି ବୋଲି (ପ୍ରେରିତ :-1:6) ପଚାରିଲେ !

 

ହଁ ଯୀଶୁ ବଞ୍ଚିଥିବା ସମୟରେ ଯିହୂଦୀମାନେ ରୋମିୟମାନଙ୍କୁ ଦାସତ୍ଵରେ ରଖିଥିବା ସତ୍ୟ ଅଟଇ !କିନ୍ତୁ ଖ୍ରୀଷ୍ଟ ପୃଥିବୀକୁ ଆସିବାର ଉଦ୍ଦେଶ୍ୟ, ସେମାନଙ୍କୁ ଏହି ପୃଥିବୀର ଦାସତ୍ଵରୁ ମୁକ୍ତ କରିବାକୁ ନୁହେଁ ତାହାଠୁ ନିଷ୍ଠୁର ପାପର ଦାସତ୍ଵରୁ ମୁକ୍ତ କରିବାକୁ ହିଁ ଆସିଲେ !ଏହି ପାପର ଦାସତ୍ଵ, ଏହି ପୃଥିବୀର ଦାସତ୍ଵ ଠାରୁ ସର୍ବଦା କ୍ଷତି ଅଟେ ବୋଲି ଦେଖି ଗୁରୁତ୍ୱ ରୂପେ ପାପ ଠାରୁ ମୁକ୍ତ କରିବାକୁ ସିଦ୍ଧ ହେଲେ !କିନ୍ତୁ ଯିହୂଦୀମାନେ ତାହାକୁ ଗ୍ରହଣ କଲେ ନାହିଁ !ଆଉ ମସିହର ଆଗମନ ନିମନ୍ତେ ଅପେକ୍ଷାରେ ଅଛନ୍ତି !ଅହୋ.. ଅନୁତାପ, ଅହୋ.. କେତେ ଦୁଃଖଦ !କିନ୍ତୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ଜନ୍ମର ରହସ୍ୟକୁ ଗ୍ରହଣ କରିଅଛୁ !କିନ୍ତୁ ପାପ ଠାରୁ ପ୍ରକୃତ ମୁକ୍ତ ପାଇଛୁ କି ? 

 

ହେ ଖ୍ରୀଷ୍ଟିଆନ, ନିଶାସେବନ, ବ୍ୟର୍ଥଭକ୍ତି, ବ୍ୟାବିଚାର, ଜଗତର ଆଶା, ସମସ୍ତ ପାପଠୁ ମୁକ୍ତ କରିବାକୁ ଆସିଥିବା ଖ୍ରୀଷ୍ଟଙ୍କର ଜନ୍ମ ଦିନକୁ ପ୍ରଶଂଶିତ କରୁଛୁ !ଆମ୍ଭେମାନେ ପ୍ରକୃତରେ ମୁକ୍ତି ପାଇଛୁ କି ? ଅହୋ.. ଆଉ ଅନେକ ଖ୍ରୀଷ୍ଟିଆନ, ସେମାନେ ଜନ୍ମ ଦିନକୁ ପାଳନ କରୁଥିଲେ ବି ତାହାଙ୍କର ଜନମର ରହସ୍ୟକୁ ଗ୍ରହଣ ନ କରି, ପାପର ଦାସ ହୋଇ ଅଛନ୍ତି !ଏହାଠାରୁ ମୁକ୍ତ ନ ହୋଇ, ଆମ୍ଭେମାନେ ଖ୍ରୀଷ୍ଟିଆନ ହୋଇ ରହିବା କିଛିବି ପ୍ରୟୋଜନ ନାହିଁ !ସେ ଜନ୍ମ ନେଇ ଥିବା ଦିନକୁ ପ୍ରତ୍ୟେକ ବର୍ଷ ପାଳନ କଲେବି ପ୍ରୟୋଜନ ନାହିଁ !ଆଲୋଚନା କରିବା !ସମସ୍ତ ପାପ ଠାରୁ ପ୍ରକୃତ ମୁକ୍ତର ପରିତ୍ରାଣ ପାଇକି ତାହାଙ୍କର ସାକ୍ଷୀ ହୋଇ ବଞ୍ଚିବା କେତେ କଷ୍ଟ, ସେହିପରି ସେ ଆମ୍ଭ ନିମନ୍ତେ ଏହି ପୃଥିବୀକୁ ଦୁଇ ହଜାର ବର୍ଷରୁ ଅଧିକ ଦୟା କରିଥିଲେ ମଧ୍ୟ ଆମ୍ଭେ ଆଉ କାହିଁକି ଦାସତ୍ଵ ହୋଇ ରହିବା ? 

 

ପ୍ରିୟ ଭାଇମାନେ, ଭାଇମାନେ, ଅନେକ ଥର ଖ୍ରୀଷ୍ଟ ବେଥେଲିହିମରେ ଜନ୍ମ ହୋଇଥିଲେ ମଧ୍ୟ, ଯଦି ସେ ତୁମ୍ଭ ହୃଦୟରେ ଜନ୍ମ ନ ନେଲେ କଣ ପ୍ରୟୋଜନ ଅଟେ !ଆଜିର ଦିନରେ ତାହାକୁ ଗ୍ରହଣ କରିବା, ଡେରି କରନ୍ତୁ ନାହିଁ, ଯାହା ସତ୍ୟ ତାହାହିଁ ତୁମ୍ଭେ ସଂପୂର୍ଣ୍ଣ ରୂପେ ତାହାଙ୍କ ହସ୍ତରେ ସମର୍ପିତ ହୁଅନ୍ତୁ, ପ୍ରକୃତ ଆନନ୍ଦର ଖ୍ରୀଷ୍ଟମାସକୁ ପାଳନ କରନ୍ତୁ !

- ଭାଇ ଶାମୁଏଲ ଜାବାରାତ୍ନାମ 

 

ପ୍ରାର୍ଥନାର ଅଂଶ :-

ଆନ୍ଧ୍ର ପ୍ରଦେଶର ପାଡେରୁ ଓ ଆରୁକୁୱେଲି ଅଞ୍ଚଳରେ ନୂତନ ଭାବେ ସେବା କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al jojobet giriş jojobet casibom giriş bets10 extrabet royalbet süperbetin jojobet casibom holiganbet galabet matbet matbet giriş hilbet bahiscasino celtabet antikbet betoffice