By Village Missionary Movement
Thursday, 16-Dec-2021ଆଜିର ବାକ୍ୟ (Oriya) 16-12-2021
ପ୍ରତିଜ୍ଞା ନା ଶରୀର
“ଆଉ, ସେହି ବାକ୍ୟ ଦେହବନ୍ତ ହେଲେ, ପୁଣି, ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ, ଆଉ ପିତାଙ୍କଠାରୁ ଆଗତ ଅଦ୍ୱିତୀୟ ପୁତ୍ରଙ୍କ ମହିମା ସଦୃଶ ଆମ୍ଭେମାନେ ତାହାଙ୍କ ମହିମା ଦେଖିଲୁ ।“ - ଯୋହନ 1:14
ମାର୍ଗଶିର ମାସର ଥରୁଆ ଶୀତରେ ଗାଢ ନିଦ୍ରାରେ ପିତାମାତା ଶୋଇଛନ୍ତି !ସେତେବେଳେ ସକାଳହେବାକୁ ଯାଉଥିବା ବେଳେ ହଠାତରେ ତାଙ୍କର ଛୋଟ ବାବୁମାନେ ବିକଳ ହୋଇ ଚିତ୍କାର କରି କାନ୍ଦିବା ଶୁଣି ପିତାମାତା ଫଟ କିଣା ଉଠିଲେ !ଦଶ ବର୍ଷ ହେବ କ୍ରନ୍ଦନର ଲୁହ ବହି ଯାଇଥିବା ତାଙ୍କର ଦୁଃଖଦ ଜୀବନରେ ଦ୍ୱିଗୁଣ ଭଲ କରିବି ବୋଲି ପ୍ରଭୁଙ୍କର ପ୍ରତିଜ୍ଞା ପ୍ରକାରେ ଦୁଇଟି ଯାଆଁଳା ଛୁଆଁ ଗୋଟିଏ ମାସ ପୂର୍ବରୁ ଜନ୍ମ ନେଇଥିଲେ !ପିଲାମାନଙ୍କର କ୍ରନ୍ଦନର ସ୍ୱର ଶୁଣି, ସେମାନଙ୍କର ଭୋକ ମେଣ୍ଟାଇବାକୁ ନିର୍ଣ୍ଣୟ କଲେ !ତାଙ୍କର ଆଇ ଦେଇ ଥିବା କ୍ଷୀରରେ ଭୋକକୁ ମେଣ୍ଟାଇ ଶୋଇବାକୁ ଆରମ୍ଭ କଲା ବଡ଼ ଛୁଆଁ !କିନ୍ତୁ ଛୋଟ ଛୁଆଁର କାନ୍ଦ ବନ୍ଦ ହେଲା ନାହିଁ !ଆଇ ଦେଇଥିବା କ୍ଷୀର ବୋତଲରେ ମନ ନ ଦେଇ କ୍ରନ୍ଦନ କରୁଥିବା ଛୋଟ ଛୁଆଁକୁ ମାଆ ଉଠାଇ ଆଲିଙ୍ଗନ କଲା !ସେ ପିଲାମାନଙ୍କ ହଷ୍ଟେଲରେ ଥିବାବେଳେ ଶିଖିଥିବା ଗୀତକୁ ଗାଇବାକୁ ଆରମ୍ଭ କଲା !ଜନ୍ମ ହୋଇ ଏକ ମାସ ହୋଇଥିବା ବେଳେ, ମାଆଙ୍କର ସ୍ୱରକୁ ମନେରଖିଥିବା ସେଇ ବାବୁ କ୍ରନ୍ଦନକୁ ବନ୍ଦ କରି ଶାନ୍ତିରେ ମାଆ କୋଳରେ ଗାଢ଼ ନିଦ୍ରାରେ ଶୋଇଲା !ବଡ଼ ବାବୁ ଭୋକକୁ କ୍ଷୀରରେ ମେଲହୋଇ ଶୋଇ ପଡିଲା !ଛୋଟ ବାବୁ ମାଆଙ୍କର ପ୍ରେମର ଗୀତରେ ଆଲିଙ୍ଗନରେ ସନ୍ତୁଷ୍ଟ ହେଲା !
ବାଇବଲରେ ମଧ୍ୟ ଏଷୌ ଏବଂ ଯାକୁବ ନାମକ ଦୁଇଜଣ ଯାଆଁଳା ଭାଇମାନେ ତାଙ୍କର ପିତାଙ୍କର ଆଶୀର୍ବାଦ ପାଇବାକୁ ଆଶା କଲେ !ସାନ ଭାଇ ଯାକୁବ ତାଙ୍କ ବଡଭାଇ ସଦୃଶ୍ୟ ବେଶ ଧାରଣ କରି, ପ୍ରତାରଣା କରି ପିତାଙ୍କର ଆଶୀର୍ବାଦକୁ ପ୍ରତିଜ୍ଞାରେ ପାଇଲା !ଏଷୌ ତାଙ୍କ ପିତାଙ୍କର ବିସ୍ତୃତ ସମ୍ପତିକୁ ବ୍ୟବହାର କରି ତାହାକୁ ତାର ଜୀବନ ସାରା ଅନୁଭବ କଲା !ପିତାଙ୍କର ଠାରୁ ପ୍ରତିଜ୍ଞା ସ୍ୱରୂପ ଆଶୀର୍ବାଦ ପାଇଥିବା ଯାକୁବ କିଛି ନ ଥିବା ବ୍ୟକ୍ତି ରୂପେ ଖାଲି ହସ୍ତରେ ଯଷ୍ଟି ଧରି ବାହାରିବା ବେଳେ, ତାହାର ପିତା ଦେଇ ଥିବା ପ୍ରତିଜ୍ଞା ନାମକ ଆଶୀର୍ବାଦକୁ ପାଇ ଇଶ୍ରାଏଲ ଲୋକଙ୍କ ପିତା ରୂପେ ବଦଳିଗଲା !ସନ୍ତାନ ସନ୍ତାନମାନଙ୍କୁ ସେଇ ଆଶୀର୍ବାଦ ଆସୁଅଛି !
ସେହିପରି ଆମ୍ଭ ଜୀବନରେ ଆମ୍ଭେମାନେ ଅନେକ ପ୍ରତିଜ୍ଞା ପାଇ, ସେ ସମସ୍ତକୁ ଆନନ୍ଦରେ ଦୃଢ଼ତାରେ ଧରିକି ବିଶ୍ୱାସରେ ସେହି ସମସ୍ତକୁ ନିଜର କରିବା !ପ୍ରତିଜ୍ଞା କେବେବି ମିଛ କୁହେ ନାହିଁ !ଶରୀର ଧାରୀ ହୋଇଥିବା ଯୀଶୁଖ୍ରୀଷ୍ଟ ଭୁଲ ନ କରିବା ପରମେଶ୍ୱର !ଯାକୁବ ତାଙ୍କ ବଡ଼ଭାଇ ଏଷୌର ନାମ କହି ପିତାଙ୍କର ନିକଟକୁ ଯାଇ ଆଶୀର୍ବାଦ ପାଇଲା ସଦୃଶ୍ୟ ଆମ୍ଭେମାନେ ମଧ୍ୟ, ଆମ୍ଭମାନଙ୍କର ବଡଭାଇ ହୋଇ ରହିଥିବା ଯୀଶୁଖ୍ରୀଷ୍ଟଙ୍କ ନାମରେ ପିତାଙ୍କ ଠାରେ ଆଶୀର୍ବାଦ ପାଇବାକୁ ଆମ୍ଭେ ଆଗରେ ରହିବା !
- ଶ୍ରୀମତୀ ୱାଶାନ୍ତି ରାଜ ମୋହନ
ପ୍ରାର୍ଥନାର ଅଂଶ :-
ଆନ୍ଧ୍ରପ୍ରଦେଶର ବିଜୟନଗର ଜିଲ୍ଲାର ରେଖା ପୁଣ୍ୟଗିରି ପର୍ବତ ଉପରେ ଥିବା ଚର୍ଚ୍ଚ ନିର୍ମାଣ କାର୍ଯ୍ୟ ଶୀଘ୍ର ସଂପୂର୍ଣ୍ଣ ହେବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.