Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 15-12-2021
Share:

By Village Missionary Movement

Wednesday, 15-Dec-2021

ଆଜିର ବାକ୍ୟ (Oriya) 15-12-2021

 

ଦୟା 

 

“ଦୁଷ୍ଟ ଆପଣାର ପଥ ଓ ଅଧାର୍ମିକ ଆପଣା ସଂକଳ୍ପ ପରିତ୍ୟାଗ କରୁ; ପୁଣି, ସେ ସଦାପ୍ରଭୁଙ୍କ ପ୍ରତି ଫେରୁ, ତହିଁରେ ସେ ତାହାକୁ ଦୟା କରିବେ; ଆଉ, ସେ ଆମ୍ଭମାନଙ୍କର ପରମେଶ୍ୱରଙ୍କ ପ୍ରତି ଫେରୁ, କାରଣ ସେ ବହୁଳ ରୂପରେ କ୍ଷମା କରିବେ।“ - ଯିଶାଇୟ 55:7

 

ଆଦିମ ଦୋଳର ପରିତ୍ରାଣ ସେନାର ସ୍ଥାପକ ବିଲିୟାମ ବୂତର ସମାଧି କାର୍ଯ୍ୟକ୍ରମ ରାଜାମାନଙ୍କର କ୍ରେଡିଟର ସତର୍କ ଅଭିଵାବକ ସହିତ ହେଉଥାଏ !ସମସ୍ତେ ସେହି କଫିନରେ ଫୁଲ ଅର୍ପଣ କରୁଥାନ୍ତି !ସେଠାରେ ଜଣେ ସ୍ତ୍ରୀ ମଇଳା ଲୁଗା ପରିଧାନ କରି ଠିଆ ହୋଇଥିବା ଦେଖି ରାଣୀ ତାଙ୍କୁ ପଚାରିଲା, ଏହାଙ୍କୁ ତୁମ୍ଭେ କେମିତି ଜାଣିଛ ? ସେ ସ୍ତ୍ରୀ ଜଣକ ଉତ୍ତର କଲା, ଇଏ ଆମ୍ଭ ସଦୃଶ୍ୟ ଲୋକଙ୍କୁ ସର୍ବଦା ଦୟା କରୁଥାନ୍ତି !ପ୍ରଭୁଙ୍କର ଦାସ ଜର୍ଜ ୱାଇଟ ଫିଲଡ କହନ୍ତି,"ଅନ୍ୟମାନଙ୍କର ଯନ୍ତ୍ରଣାକୁ ଆମ୍ଭ ଯନ୍ତ୍ରଣା ପରି ହୃଦୟରେ ଗ୍ରହଣ କରିବା ହିଁ ଦୟା"!

 

ପୃଥିବୀରେ ଜନ୍ମ ନେଉଥିବା ମଣିଷ, କରୁଥିବା ଶ୍ରମ ଗୁଡିକ ଅନେକ ଅଟେ !ପ୍ରତ୍ୟେକ ଜଣ ତାଙ୍କ ନିଜ ନିଜର ପାପରେ ଛନ୍ଦି ହୋଇ ଯନ୍ତ୍ରଣା ଅନୁଭବ କରୁଛନ୍ତି !ଆଉ କେତେକ ଜଣ ରୋଗରେ, ଋଣ ବୋଝରେ, ପରିବାରର ସନ୍ତାନମାନଙ୍କ ଦ୍ଵାରା, ବନ୍ଧୁମାନଙ୍କ ଦ୍ଵାରା ଉତ୍ତର ନ ପାଇ ଯନ୍ତ୍ରଣା ପାଉଛନ୍ତି !ଆଉ ଅନେକେ ସେମାନଙ୍କର ନିଷ୍ଠୁର ପାପ ଦ୍ଵାରା, ବ୍ୟତିକ୍ରମ ଦ୍ଵାରା, ଦୁରାଶା ଦ୍ଵାରା ଯନ୍ତ୍ରଣା ପାଇବା ଲୋକେ ଅଛନ୍ତି !

 

ଏହି ସମସ୍ତଙ୍କର ଯନ୍ତ୍ରଣାକୁ ତାଙ୍କ ନିଜର ଯନ୍ତ୍ରଣା ସଦୃଶ୍ୟ ଗ୍ରହଣ କରିଥିବା ବ୍ୟକ୍ତି ହେଉଛନ୍ତି, ଆମ୍ଭ ରକ୍ଷାକର୍ତ୍ତା ଯୀଶୁଖ୍ରୀଷ୍ଟ !ଆଲୋଚନାରେ କରୁଥିବା ପାପ ନିମନ୍ତେ କଣ୍ଟାର ମୁକୁଟ ଧାରଣ କଲେ !ହୃଦୟରେ କରିଥିବା ପାପ ନିମନ୍ତେ ବର୍ଚ୍ଛାରେ ଆଘାତ ହେଲେ !ହସ୍ତରେ ଓ ଗୋଡ଼ ଦ୍ଵାରା କରିଥିବା ପାପ ନିମନ୍ତେ ଲୁହାର କଣ୍ଟା ମାରିଲେ !ଯନ୍ତ୍ରଣାର ପାପରେ ଛଟପଟ ହେଉଥିବା ଆମ୍ଭଙ୍କୁ ସେଠାରୁ ରକ୍ଷା ପାଇବା ନିମନ୍ତେ ଏହି ଜଗତରେ ମନୁଷ୍ୟ ଧାରୀ ହୋଇ, ଶରୀର ଧାରଣ କରି ଜନ୍ମ ନେଇଥିବା ପରିତ୍ରାଣ କର୍ତ୍ତାଙ୍କର ଦୟାକୁ ଆଲୋଚନା କରି ଦେଖନ୍ତୁ !

 

ହଁ ପ୍ରଭୁଙ୍କର ଦୟା ହେତୁ ହିଁ ଆମ୍ଭେ କ୍ଷମା ପାଇଛୁ,ରକ୍ଷା ପାଇଛୁ,ଧାର୍ମିକତାରେ ପରିବର୍ତ୍ତନ ହୋଇଛୁ !ସେହିପରି ଆମ୍ଭେ ମଧ୍ୟ ଅନ୍ୟମାନଙ୍କ ସମୁଖରେ ଦୟାରେ ଚାଲିବା, ଅନ୍ୟମାନଙ୍କର ଦୋଷକୁ, ଭୁଲକୁ କ୍ଷମା କରି, ଗ୍ରହଣ କରି ଖ୍ରୀଷ୍ଟ ସ୍ଵଭାଵକୁ ଦେଖାଇବା !

- ଶ୍ରୀମତୀ ଜସ୍ମିନ ପାଲ 

 

ପ୍ରାର୍ଥନାର ଅଂଶ :-

ସାତ୍ୟାମ ଓ ନାମ୍ବିକେ ଦୂରଦର୍ଶନ ଏବଂ ସୋସିଆଲ ମିଡିଆରେ ଭାଇ ଡେଭିଡ ଗାଣେଶାନ୍ ଦେଉଥିବା ସନ୍ଦେଶ ଦ୍ଵାରା ଅନେକ ପରିତ୍ରାଣ ପାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al