By Village Missionary Movement
Tuesday, 14-Dec-2021ଆଜିର ବାକ୍ୟ (Oriya) 14-12-2021
କେଉଁଠି ଭଦ୍ରତା
“ଏହା ଶୁଣି ହେରୋଦ ରାଜା ଓ ତାହାଙ୍କ ସହିତ ସମସ୍ତ ଯିରୂଶାଲମ ନିବାସୀ ଉଦ୍ବିଗ୍ନ ହେଲେ;” - ମାଥିଉ 2:3
ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଇତିହାସରେ ହେରୋଦ ରାଜାଙ୍କର ବିଷୟରେ ପଡୁଅଛୁ !ଏହାଙ୍କୁ ରୋମ ସରକାରଙ୍କର ଦ୍ଵାରା ଇଶ୍ରାଏଲ ଦେଶକୁ ଶାସନ କରିବାକୁ ନିଯୁକ୍ତି କରାଯାଇ ଥିବା ରାଜା !ଏହାଙ୍କର ଶାସନ କାଳରେ ଅନେକ ମନ୍ଦିର, ଦେବାଳୟ ନିର୍ମାଣ କରାଗଲା !ସବୁଠାରୁ ଯେରୁଶାଲେମ ଦେବାଳୟକୁ ଚମତ୍କାର ଭାବେ ପୁନଃନିର୍ମାଣ କଲା !ଏହି ସମସ୍ତ ଭକ୍ତି ନିମନ୍ତେ କରି ନାହାନ୍ତି, ଏହା କେବଳ ଜଣେ ରାଜନୈତିକ ନେତା ଭାବେ, ଜନତାଙ୍କୁ ଆକର୍ଷଣ କରିବାକୁ କରାଯାଇ ଥିଲା !ଏହି ହେରୋଦ ରାଜା ଯୀଶୁଖ୍ରୀଷ୍ଟଙ୍କର ଜନ୍ମକୁ ଶୁଣିବା ବେଳେ ବିବ୍ରତ ହେଲା !ଏଥିପାଇଁ ଦୁଇ ବର୍ଷ ବୟସରୁ ନିମ୍ନ ସମସ୍ତ ପୁତ୍ର ସନ୍ତାନମାନଙ୍କୁ ମାରିଦେବାକୁ ଆଜ୍ଞା କଲା ବୋଲି ଆମେ ପଡୁଛୁ !କାହିଁକି ? ଏକ ଛୋଟ ପିଲାଙ୍କୁ ମାରିବା ଉଚିତ !ଭୟ କରିବା ଉଚିତ !ତାହାଙ୍କ ଅନୁଯାୟୀ, ସେହି ଶିଶୁ ଶାସନ କରିବାକୁ ଆସିବାକୁ ହେଲେ ଆଉ କୋଡିଏ ବର୍ଷ ଲାଗିବ ତ !ହେରୋଦଙ୍କର ଇତିହାସ ଯଦି ଆମେ ଆଉ ଅଧିକା ଅନ୍ୱେଷଣ କରି ଦେଖିବା, ସେ କେବଳ ଶିଶୁମାନଙ୍କୁ ହିଁ ନୁହେଁ, ତାହାର ସ୍ତ୍ରୀଙ୍କୁ, ତାହାର ନିଜ ଦୁଇଟି ସନ୍ତାନଙ୍କୁ, ତାହାର ଶାଶୂ ଓ ଶଶୁରଙ୍କୁ ମାରିଦେଇଛି ବୋଲି ଏହି ସାରଣୀ ଜାରି ରହିଛି !(ଉତ୍ସ:- ଡବ୍ଲୁ.ଡବ୍ଲୁ.ଡବ୍ଲୁ. ବ୍ରିଟାନିକା.କୋମ ବାୟୋଗ୍ରାଫି ଅପ ହେରୋଦ କିଙ୍ଗ ଅପ ଜୁଡିଆ )ଏହି ହତ୍ୟାର କାରଣ କଣ ? ଏହା ହେଉଛି ତାହାଙ୍କୁ ଥିବା ଅଭାଦ୍ରାମୀ ମନସ୍ତତ୍ୱ !
ଦେଶକୁ ରାଜା ରୂପେ ଭବନର ସୈନିକମାନଙ୍କ ମଧ୍ୟରେ ରହିଥିବା ବେଳେ ଭୟରେ ପରିପୂର୍ଣ ହେରୋଦ ଜୀବନକୁ ଦେଖିଲୁ !କିନ୍ତୁ ଦାଉଦ ରାଜାଙ୍କର ଜୀବନକୁ ପର୍ଯ୍ୟବେକ୍ଷଣ କଲେ, ତାହାର ନିଜ ପୁତ୍ର ଦାଉଦଙ୍କୁ ହତ୍ୟା କରିବାକୁ ଘୋଡେଇବା ଅବସ୍ଥାରେ ସେ କିପରି ମନସ୍ତତ୍ୱରେ ଥିଲେ ବୋଲି ଗୀତସଂହିତା ତିନି ଅଧ୍ୟାୟରେ ପଡି ପାରୁଛୁ !ତାହାଙ୍କର ବିପକ୍ଷରେ ଏକ ସୈନ୍ୟ ଆସିଲେ ସୁଧା, ମୁଁ ଭୟ କରିବି ନାହିଁ କହିବା ସହ, ମୁଁ ଶାନ୍ତିରେ ଶୋଇ, ନିଦ୍ରା ଯିବି ବୋଲି ବିଜୟୀର ଧ୍ଵନି ବଜାଉଛି !ଆଉ ଅନ୍ୟ ପଟେ ଭବନରେ ଭୟଭୀତ ହୋଇ ରହୁଥିବା ହେରୋଦ,ଆଉ ଏକ ପଟେ ଭୟଭୀତ ଅବସ୍ଥାରେ ସାହାସରେ ଥିବା ଦାଉଦ !ଏହା କିପରି? ଏହି ରହସ୍ୟକୁ ଗୀତସଂହିତା :-3:3 ରେ ପଡୁଛୁ !ଦାଉଦ ସଦାପ୍ରଭୁଙ୍କୁ ତାଙ୍କରି ନିରିକ୍ଷଣିରେ ରଖିଥିଲେ, ତାହାହିଁ ତାହାର କାରଣ !ହଁ, ଆମ୍ଭ ଜୀବନରେ ଭଦ୍ରତା ଭାବନା ଆମ୍ଭର ଟଙ୍କା କି,ପଦବୀ କି,ସମ୍ପତି କି ଦେଇ ନାହିଁ !ପ୍ରଭୁଙ୍କର ଠାରେ ଯେତେ ବିଶ୍ୱାସ ରଖିଛୁ, ସେତିକି ଭଦ୍ରତା ଭାବନାରେ ଜୀବନଯାପନ କରିବା !ଧନ ହିଁ ଭଦ୍ରତା ବୋଲି ଅର୍ଜନ କରି ରଖିଥିବା ଲୋକେ ଭୟଭୀତରେ ତାଙ୍କରି ଶେଷ ଦିନକୁ ବିତେଇ ଥିବା ଆମ୍ଭ ଦେଶରେ ଦେଖୁଛୁ !ଏହି ଖ୍ରୀଷ୍ଟମାସ ଦିନମାନଙ୍କରେ ଆମ୍ଭେ ମଧ୍ୟ ଯୀଶୁଙ୍କୁ ବିଶ୍ୱାସ କରି ଆମ୍ଭ ଜୀବନକୁ ସମର୍ପଣ କରିବା, ନିର୍ଭୟରେ ଭଦ୍ରତାର ଭାବନାରେ ଶାନ୍ତିରେ ବଂଚିବା !
- ଜେ. ସନ୍ତୋଷ
ପ୍ରାର୍ଥନାର ଅଂଶ :-
ହଜାର ଲୋକ ବସି ଆରାଧନା କରିବା ପ୍ରାର୍ଥନା ତମ୍ବୁ କାର୍ଯ୍ୟ ପ୍ରଭୁଙ୍କର ହସ୍ତ ସାଥୀ ହୋଇ ରହିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.