Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 12-12-2021 (Kids Special)
Share:

By Village Missionary Movement

Sunday, 12-Dec-2021

ଆଜିର ବାକ୍ୟ (Oriya) 12-12-2021 (Kids Special)

 

ବିଶେଷକରି ଛୋଟପିଲାମାନଙ୍କୁ 

 

“ମୋହର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସେ, ସେ ଆକାଶ ଓ ପୃଥିବୀ ନିର୍ମାଣ କଲେ।“ - ଗୀତସଂହିତା 121:2

 

ହାଇ ପିଲାମାନେ ଖ୍ରୀଷ୍ଟମାସ କହିଲେ ସମସ୍ତଙ୍କୁ ଖୁସିତ !ଗୁହାଳକୁଣ୍ଡ, ଖ୍ରୀଷ୍ଟମାସ ଟ୍ରୀର ଅଲଗା ସୌନ୍ଦର୍ଯ୍ୟ ଅଟେ !ତୁମ୍ଭର ବନ୍ଧୁଙ୍କର ଘରକୁ ଯାଇ ତାହାକୁ ଦେଖି ଆନନ୍ଦରେ ରହିବ ତ !କିନ୍ତୁ କୌଣସି ସୁବିଧା ନ ଥାଇ ପରିଶ୍ରମ କରିବା ଲୋକେ ଥିବେତ !ସେମାନଙ୍କୁ ନ ଭୁଲି ସାହାଯ୍ୟ କରିବାକୁ ହେବ ଓକେ ତ !ଓକେ !ବର୍ତମାନ ଆମେ ଗୋଟିଏ କାହାଣୀ ଶୁଣିବା କି ? 

 

ଗୋଟିଏ ସୁନ୍ଦର ଗାଁର ଏକ ପରିବାରରେ ସୁଜି ଏବଂ ସେଲଭି ନାମକ ଦୁଇ ଜଣ ସନ୍ତାନ ଥାଆନ୍ତି !ତାହାଙ୍କ ବାପା ସେନାରେ ଥିବା ଦ୍ଵାରା ବାରମ୍ବାର ତାଙ୍କୁ ଦେଖାଚାହା କରିବାକୁ ହୁଏ ନାହିଁ !ବାପା ଛୁଟିରେ ଘରକୁ ଆସିବା ବେଳେ ସୁଜି ଓ ସେଲଭି ସହ ପ୍ରସନ୍ନରେ ଖେଳନ୍ତି !ଯାହା ଦରକାର ତାହା ସମସ୍ତ କିଣି ଦିଅନ୍ତି !ମାତ୍ର କିଛି ମାସଠୁ ବାପାଙ୍କର ଠାରୁ ଫୋନ, ଚିଠି ଟଙ୍କା, କିଛିବି ନ ଆସିବାରୁ, ମାଆ ହିଁ ମୁଲିଆ କାମକୁ ଯାଇ ଦୁଇ ସନ୍ତାନକୁ ପୋଷଣ କରି ଆସୁଥାଏ !ସେହି ଟଙ୍କା ଖ୍ରୀଷ୍ଟମାସକୁ ଡ୍ରେସ କିଣିବା ନିମନ୍ତେ, ଘର ସଜାଇବା ପାଇଁ ଯଥେଷ୍ଟ ହେଲା ନାହିଁ !ମାଆ ବହୁତ ଦୁଃଖୀ ହେଲା !ସେଲଭି ମାଆଙ୍କର ନିମନ୍ତେ ଆଲୋଚନା କରି କରି ଜ୍ଵର ହୋଇଗଲା !ଔଷଧ କିଣିବା ନିମନ୍ତେ ପଇସା ନ ଥିବା ହେତୁ କାହାକୁ ସାହାଯ୍ୟ ମାଗିବି କହି ମାଆ ବହୁତ ଆଲୋଚନା କରୁଥାଏ !ସଙ୍ଗେ ସଙ୍ଗେ ସୁଜି ଏପରି କହିଲା, ମାଆ ଯୀଶୁ ବାପାଙ୍କର ନିକଟରେ ସାହାଯ୍ୟ ମାଗିବା !ସଙ୍ଗେ ସଙ୍ଗେ ସମସ୍ତେ ବିଶ୍ୱାସର ସହିତ ପ୍ରାର୍ଥନା କରିବାକୁ ଆରମ୍ଭ କଲେ !ସେଠାରେ ଘଟି ଥିବା ଆଚ୍ଚର୍ଯ୍ୟ କଣ ମାନେ, ସେଲଭି ସକାଳୁ ସକାଳୁ ଉଠି ଖେଳିବାକୁ ଆରମ୍ଭ କଲା !ଜ୍ଵର ମଧ୍ୟ କମି ଗଲା !ଆଉ ଖ୍ରୀଷ୍ଟମାସ ଦୁଇ ଦିନ ହିଁ ଥିଲା !ପିଲାମାନଙ୍କୁ ନୂଆ ଡ୍ରେସ କିଣା ଯାଇ ନାହିଁ ବୋଲି ମାଆ ଭାବି ଭାବି ବହୁତ ଯନ୍ତ୍ରଣାରେ ବିବ୍ରତ ହେଲା !ଯୀଶୁ ବାପା ନିଚୟ ଆମ୍ଭର ଆବଶ୍ୟକ ପୂରଣ କରିବେ ବୋଲି ସୁଜି କହିବା ବେଳେ ଯୀଶୁବାପା ହିଁ କଥା ହେଲା ପରି ମାଆକୁ ଲାଗୁଥାଏ !ସେ ଦିନ ପରିବାରରେ ସୁଜି ହିଁ ରାତ୍ରି ପ୍ରାର୍ଥନା କଲା !ତୁମ୍ଭେମାନେ ମଧ୍ୟ ପରିବାର ପ୍ରାର୍ଥନା କରିବତ !ସୁପର, ସକାଳେ ଉଠି କବାଟ ଶବ୍ଦ ଶୁଣି, କବାଟ ଖୋଲି ଦେଖିଲି, ବାପା ଠିଆ ହୋଇଛନ୍ତି !ବାପାଙ୍କର ହାତରେ ନୂଆ ପୋଷାକ, ଉପହାର, ସମସ୍ତ ବସ୍ତୁ ଆଣିଛନ୍ତି !ପିଲାଙ୍କ ଖୁସିର ସୀମା ନାହିଁ !ସଙ୍ଗେ ସଙ୍ଗେ ମାଆ ଆଖି ବୁଝି, ଆବଶ୍ୟକ ସମୟରେ ମୋର ଉତ୍ସଗୁଡିକ ପୂରଣ କଲ ତୁମ୍ଭଙ୍କୁ କୃତଜ୍ଞତା ବୋଲି ପ୍ରାର୍ଥନା କରି, ସମସ୍ତେ ଶୋଇ ପଡିଲେ !ଯୀଶୁବାପାଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ !ପରିବାର ସମସ୍ତେ ଦେବାଳୟକୁ ଯାଇ ଖ୍ରୀଷ୍ଟମାସକୁ ଆନନ୍ଦରେ ପାଳନ କଲେ !

 

କଣ ପିଲାମାନେ, ତୁମ୍ଭେମାନେ ମଧ୍ୟ ମୋତେ ଡ୍ରେସ କିଣି ନାହାନ୍ତି, ବାପାଙ୍କର ଚାକିରୀ ନାହିଁ, ମୋତେ ସାହାଯ୍ୟ କରିବାକୁ କେହି ନାହାନ୍ତି କହି ଯନ୍ତ୍ରଣା ହେଉଛ କି, ବିବ୍ରତ ହେଉଛ କି ? ଯନ୍ତ୍ରଣା ହୁଅ ନାହିଁ !ଆମ୍ଭ ନିମନ୍ତେ ଏହି ଜଗତକୁ ଆସିଥିବା ଜଗତର ତ୍ରାଣକର୍ତ୍ତା ଆମ୍ଭର ଆବଶ୍ୟକ ପୂରଣ ନ କରି ରହିବେ କି ? ନିଚୟ ପୂରଣ କରିବେ !ତୁମ୍ଭର ସମସ୍ତ ଭରସା ଆମ୍ଭ ପ୍ରଭୁଯୀଶୁଖ୍ରୀଷ୍ଟଙ୍କର ଠାରେ ହିଁ ରଖ !ଓକେ ତ !ହାପି ଖ୍ରୀଷ୍ଟମାସ !

- ଏ. ବିହୁଲା 

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al