Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 11-12-2021
Share:

By Village Missionary Movement

Saturday, 11-Dec-2021

ଆଜିର ବାକ୍ୟ (Oriya) 11-12-2021

 

ଅତିଶୀଘ୍ର ଉତ୍ତର 

 

“ଯେଉଁମାନେ କାନ୍ଦି କାନ୍ଦି ବିହନ ବୁଣନ୍ତି, ସେମାନେ ଆନନ୍ଦ କରୁ କରୁ ଶସ୍ୟ କାଟିବେ।“ - ଗୀତସଂହିତା 126:5

 

ଖ୍ରୀଷ୍ଟଙ୍କୁ ନ ଜାଣି ନ ଥିବା ଜଣେ ସୁନାକାର ଥିଲା !ସେ କହୁଥାଏ, କୌଣସି ମନୁଷ୍ୟ ଖ୍ରୀଷ୍ଟଙ୍କ ବିଷୟ ମୋ ନିକଟରେ କହିପାରିବେ ନାହିଁ, ମୁଁ ଯୁକ୍ତି କଲେ ତାହାର ମୁଖ ବନ୍ଦ କରିଦେବି ବୋଲି ଚ୍ୟାଲେଞ୍ଜ କରି କହୁଥାଏ !ଏହା ଜାଣି ଥିବା ସେହି ଗ୍ରାମର ଜଣେ ବୟସ୍କ ମଣ୍ଡଳୀର ଭଦ୍ରବ୍ୟକ୍ତି, ସେହି ଲୋକ ନିମନ୍ତେ ପ୍ରତିଦିନ ଅନେକ ବୋଝରେ, ତାହାଙ୍କ ସ୍ତ୍ରୀ ସହ ମିଶି ପ୍ରାର୍ଥନା କରୁଥାଏ !ଦିନେ ଏକଲା ଏହି ଲୋକଙ୍କ ସହ ଦେଖା କରିବାକୁ ଯିଇ , ହେ ବନ୍ଧୁ ମୁଁ ଏବଂ ମୋ ସ୍ତ୍ରୀ ତୁମ୍ଭ ସକାଶେ ପ୍ରାର୍ଥନା କରୁଛୁ, ବୋଲି ସେ କହିବା ବେଳେ ହୃଦୟରେ ଥିବା ବୋଝରେ ତାଙ୍କର ନୟନ ଅଶ୍ରୁଳରେ ଭରି ଗଲା !ତାହାଠୁ ସେ ଆଉ କିଛି କଥା ହୋଇପାରିଲା ନାହିଁ !ଏହି ମଣ୍ଡଳୀର ଭଦ୍ରଙ୍କ କଥା ଏବଂ ଲୁହରେ ପୂର୍ଣ୍ଣ ନୟନ ସୁନାକାରର ହୃଦୟକୁ ଉତ୍ତେଜିତ କଲା !ବାରମ୍ବାର ସେଗୁଡିକ ଭଦ୍ରବ୍ୟକ୍ତିଙ୍କର ତାଙ୍କ ନୟନରେ ଦେଖା ଯିବା ଦ୍ଵାରା,ତାଙ୍କ ଘରକୁ ସିଧା ଯାଇ, ତାଙ୍କ ମନରେ କିଛି ପରିବର୍ତ୍ତନ ହେଲା !ବାରମ୍ବାର ତୁମ୍ଭ ଲୁହଭରା ନୟନ ମୋ ହୃଦୟର ଚକ୍ଷୁ ସମୁଖକୁ ଆସୁଅଛି ବୋଲି ମନର ସମସ୍ତ କଥା କହି କାନ୍ଦିଲା, ସେହି ସୁନାକାର !କେବଳ ସେତିକି ନୁହେଁ, ସେ ନିଜକୁ ନିଜେ ନତ ହୋଇ ଅଣ୍ଟୁଭାଙ୍ଗି ଭଦ୍ରବ୍ୟକ୍ତିକୁ ପ୍ରଣାମ କଲା !ସୀମାହୀନ ଇଶ୍ୱରଙ୍କ ଉତ୍ତର ଏବଂ ସାନ୍ତ୍ଵାନା ତାଙ୍କ ହୃଦୟରେ ଭର୍ତ୍ତି ହେଲା !ସେହି ଦିନ ହିଁ ଖ୍ରୀଷ୍ଟଙ୍କୁ ତାହାର ନିଜର ପରିତ୍ରାଣ କର୍ତ୍ତା ରୂପେ ଗ୍ରହଣ କଲା!

 

ପ୍ରିୟ ବନ୍ଧୁଗଣ, ଆମ୍ଭେ ମଧ୍ୟ ଆମ୍ଭର ଚତୁଃପାର୍ଶ୍ୱରେ ଥିବା ଲୋକମାନଙ୍କୁ ଖ୍ରୀଷ୍ଟଯୀଶୁ ପ୍ରେମକୁ ଜଣାଇବାକୁ ଆଶା କରୁଛୁ !ସୁଯୋଗକୁ ଖୋଜୁଛୁ !ସେହି ସମୟରେ ସେ ଆତ୍ମାର ବୋଝ ବର୍ତ୍ତୀ ହୋଇଥିବା ହୃଦୟରେ ଲୁହ ଝରାଇ ପ୍ରାର୍ଥନା କରିବାକୁ ଆମ୍ଭେ ହଜିଯିବା, ତେବେ ସେମାନଙ୍କର ହୃଦୟରେ କୌଣସି ପରିବର୍ତ୍ତନ ହେବ ନାହିଁ !ଆମ୍ଭମାନଙ୍କର ସମସ୍ତ ଚେଷ୍ଟା ଅନୁପଯୋଗୀ ବ୍ୟବହାର ହୋଇଯିବ !ଯୀଶୁଖ୍ରୀଷ୍ଟ ମଧ୍ୟ ଲୋକଙ୍କର ମନପରିବର୍ତ୍ତନ ନିମନ୍ତେ ପିତାଙ୍କୁ ଚାହିଁ ବୋଝର ସହିତ ପ୍ରାର୍ଥନା କଲେ ବୋଲି ପବିତ୍ର ଗ୍ରନ୍ଥରେ ଆମ୍ଭେ ପଡୁଛୁ !ଆମ୍ଭେ ମଧ୍ୟ ପ୍ରାର୍ଥନା କରି କାର୍ଯ୍ୟ କଲାବେଳେ, ପ୍ରଭୁ ସୁଯୋଗ ଦେଇ ଲୋକମାନେ ପ୍ରଭୁଙ୍କୁ ଜଣାଶୁଣା ଜ୍ଞାନରେ ପୂର୍ଣ୍ଣ ହୋଇ, ଚକ୍ଷୁ ଖୋଲିକି, ସେଇ ସୁସମାଚାରକୁ ତାଙ୍କ ହୃଦୟରେ କାର୍ଯ୍ୟ କରିବାକୁ ପବିତ୍ର ଆତ୍ମା ସାହାଯ୍ୟ କରିବ !ଆମ୍ଭେ ବଖରାରେ ଗୋଟେ ଝଲକରେ ଝରାଉ ଥିବା ଲୁହକୁ ଆମ୍ଭ ପରମେଶ୍ୱର ନିଚୟ ପ୍ରତିଫଳ ଦେବ, ଆମେନ୍ !

- ଶ୍ରୀମତୀ ଯେବା ଗାନେସ ଶେଖାର 

 

ପ୍ରାର୍ଥନାର ଅଂଶ :-

ବାଇବଲ କଲେଜ ଏବଂ ସେବକମାନଙ୍କ ନିମନ୍ତେ ଘର ତିଆରି କରିବାକୁ କାଠ କିଣିବାକୁ ଚାରିଲକ୍ଷ ଟଙ୍କା ଆବଶ୍ୟକ, ଏହା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş betcio jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet