By Village Missionary Movement
Thursday, 09-Dec-2021ଆଜିର ବାକ୍ୟ (Oriya) 09-12-2021
ଅଦୃଶ୍ୟ ଦାଗ
"ପାପୀମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଯେ ଜଗତକୁ ଆସିଲେ;..." - ୧ ତୀମଥି 1:15
ଖଟ ଖଟ ହୋଇ କବାଟ ମାରୁଥିବା ଶବ୍ଦ ଶୁଭିବାରୁ ବାପା ନିଦରୁ ଉଠିଲା !ବାବୁ କ୍ରୋଧରେ କରୁଥିବା କାମ ବୋଲି ନୀରିକ୍ଷଣରେ ଦେଖୁଥାଏ !ବହୁତ ବର୍ଷ ହେବ ଘରେ ଘଟି ଆସୁଥିବା ଏହି ସଂଗ୍ରାମରେ, ତାହାର ଯୁବକ ପୁଅର କେବଳ ପରିବର୍ତ୍ତନ ହିଁ ତାଙ୍କ ପରିବାରରେ ଶାନ୍ତି ଦେଇ ପାରିବ ବୋଲି ଜାଣି ପାରି, ସେହି ଯୁବକ ପୁଅ ସହ ବାପା କଥା ହେଲା !ସେ ରାଗିବା ଦ୍ଵାରା ତାଙ୍କ ଜୀବନରେ ଏବଂ ଅନ୍ୟମାନଙ୍କ ଜୀବନରେ ଆସୁଥିବା ସମସ୍ୟା ବିଷୟରେ ତାକୁ ଜଣାଇଲା !ମୁଁ ମୋର କ୍ରୋଧକୁ ଆୟତ୍ତ କରିପାରୁ ନାହିଁ ବୋଲି ପୁଅ କହିବାରୁ, ବାପା ପୁଅକୁ ଏକ ସୂତ୍ର କହିଲା, ଯେତେବେଳେ କ୍ରୋଧ ଆସେ ସେତିକି ବେଳେ ଘର କାନ୍ଥରେ ଲୁହାକଣ୍ଟା ମାର !ସକାଳୁ ସକାଳୁ ଘର କାନ୍ଥରେ ଲୁହାକଣ୍ଟା ମାରିବାର ଶବ୍ଦ ଶୁଣି ନିଦରୁ ଉଠି ବାପା, କିଛି ନ କହି ଚାଲିଗଲେ !ଦିନକୁ ଦିନ ବିତିଲା, ପ୍ରତିଦିନ ଲୁହାକଣ୍ଟା ମାରିବା ଶୁଣୁଥିବା ବାପାଙ୍କର ଏବେ ନିଃଶବ୍ଦ !ତେବେ ବାପା ଖୁସିରେ ସକାଳୁ ଉଠି ପୁଅଙ୍କ ନିକଟକୁ ଗଲା !ପୁଅ କହିଲା, ବାପା ତୁମ୍ଭେ କହିବା ସଦୃଶ୍ୟ କଲି !ପ୍ରଥମ ଦିନ ପଚାଶଟି ଲୁହାକଣ୍ଟା ମାରିଲି, କ୍ରମରେ କମି କମି ଗତକାଲି କେବଳ ଗୋଟିଏ ଲୁହାକଣ୍ଟା ହିଁ ମାରିଲି !ଆଜି ଗୋଟିଏ ବି ମାରିଲି ନାହିଁ ବାପା କହିବାରୁ, ବାପା କହିଲା, ମୁଁ ବହୁତ ଖୁସି ବାବୁ, ଆଜି ହାତୁଡିରେ ଗୋଟିଏ ଗୋଟିଏ ଲୁହାକଣ୍ଟା କାଡ଼ି ଦିଅ !ସେ ଲୁହାକଣ୍ଟା କାଡି ଦେଇ ପାରିଲା, କିନ୍ତୁ ସେହି ଲୁହାକଣ୍ଟା ମାରିଥିବା ଦାଗକୁ ସେ କିଛି କରି ପାରିଲା ନାହିଁ !ସେ ପରିବର୍ତ୍ତନ ହେଲାବେଳେ ପ୍ରତିବନ୍ଦକ ବିଲୋପ ହୋଇପାରିଲା ନାହଁ !ଆମ୍ଭ ଜୀବନରେ କରିଥିବା ଭୁଲରେ କେତେଯେ ପରିଶ୍ରମ ଆମ୍ଭ ଜୀବନର କାରଣ ହୋଇ ଥିବ !
ପାପୀମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଯେ ଜଗତକୁ ଆସିଲେ, ତେଣୁକରି ଯେକୌଣସି ପାପ କଲେ ସୁଧା ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଯୀଶୁଖ୍ରୀଷ୍ଟ ଦୟାମୟ,ପାପ କରି କ୍ଷମା ମାଗି ଆସେ ବୋଲି ଭାବନା କରି, ଶାରୀରିକ ଭୋଗବିଳାସର ଇଚ୍ଛାକୁ ସ୍ଥାନ ଦେଇ ସହଜରେ ପାପ କରୁଅଛୁ !ପାପୀକୁ ପ୍ରେମ କରୁଥିବା ଯୀଶୁ, ପାପକୁ ଘୃଣା କରୁଛନ୍ତି ଏହା ଅନେକେ ଭୁଲି ଯାଉଛନ୍ତି !ଜଣେ ପାପୀ ସତ୍ୟରେ ମନପରିବର୍ତ୍ତ ପାଇବା ବେଳେ, ତାହାକୁ କ୍ଷମା ଦେଇ, ଗ୍ରହଣ କରିଥିବା ଯୀଶୁ, ସେ ବାରମ୍ବାର ଅନେକ ଭୁଲ କରିବା ବେଳେ ବାଧା, ବିଚାର ପାଇବ ବୋଲି ଆଲୋଚନା କରି ଜାଣିବାକୁ ହେବ !ସେଥିପାଇଁ ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଦ୍ଵାରା ହୋଇଥିବା କ୍ଷମା, ଆମ୍ଭ ପାପ ଆମ୍ଭଙ୍କୁ ନ ପହଂଚି ରହିବାକୁ ଆବଶ୍ୟକ ହେଉଥିବା କୃପାକୁ ତାଙ୍କଠାରେ ପାଇବା ବ୍ୟକ୍ତି ସଦୃଶ୍ୟ ଜୀବନରେ ଦାଗ ବିହୀନ ପବିତ୍ର ଜୀବନଯାପନ କରିବାକୁ ଆମ୍ଭେ ଆପଣାକୁ ସମର୍ପିତ ହେବା !
- ଶ୍ରୀମତୀ ବାସନ୍ତୀ ରାଜ ମୋହନ
ପ୍ରାର୍ଥନାର ଅଂଶ :-
ବାଇବଲ କଲେଜରେ ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀମାନେ ପ୍ରଭୁଙ୍କର ହସ୍ତରେ ଶେଷ ସମୟ ପର୍ଯ୍ୟନ୍ତ ସକ୍ରିୟ ଭାବେ ବ୍ୟବହୃତ ହେବା ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.