Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 07-12-2021
Share:

By Village Missionary Movement

Tuesday, 07-Dec-2021

ଆଜିର ବାକ୍ୟ (Oriya) 07-12-2021

 

ସ୍ୱାର୍ଥପର ଖ୍ରୀଷ୍ଟିଆନ 

 

"...ଶଇତାନର କାର୍ଯ୍ୟ ବିନାଶ କରିବା ଉଦ୍ଦେଶ୍ୟରେ ହିଁ ଈଶ୍ୱରଙ୍କ ପୁତ୍ର ପ୍ରକାଶିତ ହେଲେ ।" - ୧ ଯୋହନ 3:8

 

ଗୋଟିଏ ଆଦିବାସୀ ଗ୍ରାମରେ ଅକସ୍ମାତରେ ଏକ ନୂତନ ରୋଗ ଲୋକଙ୍କୁ ବ୍ୟାପିବା ଦ୍ଵାରା ଅନେକ ସେହି ରୋଗରେ ପୀଡିତ ହେଲେ !ଚାରିଆଡ଼େ ଯେଉଁଠିବି ଚିକିତ୍ସାଳୟ ଏବଂ ସାହାଯ୍ୟକାରି ଡାକ୍ତର ନ ଥିବା ଯୋଗୁ ଅନେକ ମୃତ୍ୟୁବରଣ କରୁଥାନ୍ତି !ଏହି ଦୁଃଖଦ ସ୍ଥିତିକୁ ଜାଣିପାରି ଜଣେ ଡାକ୍ତର, ସେହି ରୋଗର ଔଷଧ ଧରି ଆସି, କିଛି ଦିନ ସେଠାରେ ରହି, ଚିକିତ୍ସା କରି, ପୁଣି ଫେରି ଯିବି ବୋଲି ଭାବି ଆଗକୁ ଆସିଲା !ସେହି ଡାକ୍ତର ଗ୍ରାମ ପରିସୀମାକୁ ପହଂଚିବା କ୍ଷଣି,ବାଦ୍ୟଯନ୍ତ୍ରରେ ଡାକ୍ତର ଆସିଗଲେ କହି, ଆନନ୍ଦରେ ଲୋକମାନେ ସ୍ୱାଗତ କରି, ତାହାକୁ ପର୍ବପାର୍ବନ୍ୟ ସଦୃଶ୍ୟ ଦୁଇତିନି ଦିନ ଭୋଜିଭାତ କରି, ଡାକ୍ତରଙ୍କୁ କାନ୍ଦରେ ଉଠାଇ ଧରି ପଟୁଆର କରି ଖୁସିରେ ପର୍ବ ମନାଇଲେ !ସେ ମୁଁ କେବଳ ଔଷଧ ଦେବାକୁ ହିଁ ଆସିଲି କହିଲେ ମଧ୍ୟ, ଆପଣ ଆସିଗଲେ କହି, ତାହାର ଆଗମନକୁ ପର୍ବ ସଦୃଶ୍ୟ ମନାଉଥାନ୍ତି !ସେ ଆଉ ଫେରି ଯିବା ଦିନ ଆସିଗଲା !ସେ ଦୁଃଖରେ କହିଲା , ମୁଁ ତୁମ୍ଭ ନିକଟକୁ ଆସିବା କାରଣ, ତୁମ୍ଭଙ୍କୁ ରୋଗରୁ ସୁସ୍ଥ କରିବାକୁ !କିନ୍ତୁ ମୁଁ ଆସିବାରୁ ତୁମ୍ଭେ ଆନନ୍ଦିତ ହୋଇ, ମୁଁ ଆସିଥିବା ଲକ୍ଷ୍ୟକୁ ବୃଥା କଲ !ମୁଁ କିପରି ହେଲେ ଫେରିବାକୁ ହେବ କହି,ଅତ୍ୟଧିକ ନିରାଶା କରି ଫେରିଗଲା !କେତେ ଯନ୍ତ୍ରଣାଦାୟକ !

 

ଶୟତାନର କାର୍ଯ୍ୟ ବିନାଶ କରିବା ଉଦ୍ଦେଶ୍ୟରେ ହିଁ ଈଶ୍ୱରଙ୍କ ପୁତ୍ର ପ୍ରକାଶିତ ହେଲେ ।ସେଇ ଶଇତାନର କାର୍ଯ୍ୟ, ତଥାପି ପ୍ରତି ମନୁଷ୍ୟ ମଧ୍ୟରେ ବାହାରୁଛି ! କ୍ରୋଧ, ଗର୍ବ, ରାଗିବା, ତିକ୍ତତା, ବିରୋଧୀ, ଲୋଭ, ଅହଂକାର, ପ୍ରତିଶୋଧ ନେବା, ଏପରି ସମସ୍ତ ମନ୍ଦ ଗୁଣ ଜଣେ ମନୁଷ୍ୟ ମଧ୍ୟରେ ଶଇତାନ କାର୍ଯ୍ୟ କରାଉ ଥିବା ପ୍ରମାଣିତ ହେଉଛି !ସମାଜରେ ରହିଥିବା ସମସ୍ତ ମନ୍ଦ କାର୍ଯ୍ୟର କାରଣ, ଏକଲା ଥିବା ବ୍ୟକ୍ତିର ହୃଦୟକୁ ଶଇତାନର ଶାସନକୁ ସମର୍ପଣ କରିବା ଦ୍ଵାରା ହିଁ ହେଉଛି !ମନୁଷ୍ୟ ଠାରେ ଘଟୁଥିବା ଏପରି ଶଇତାନ କାର୍ଯ୍ୟ ବିନାଶ କରିବାକୁ ହୃଦୟକୁ ଜଣେ ତ୍ରାଣକର୍ତ୍ତା ଆସିବାର ଆବଶ୍ୟକ କେତେଯେ ଅଛି !ତେଣୁ ଖ୍ରୀଷ୍ଟଯୀଶୁ ଜଗତକୁ ଆସିଲେ !ଡାକ୍ତରଙ୍କୁ ସ୍ୱାଗତ କରିବାରେ ହିଁ ସଂପୂର୍ଣ୍ଣ ମନ ରଖି ଚିକିତ୍ସା ନ ପାଇ ଥିବା ଲୋକଙ୍କ ସଦୃଶ୍ୟ ଆମ୍ଭେ ନ ରହି, ପ୍ରଥମେ ଇଶ୍ୱର ଆମ୍ଭ ଠାରେ ବଞ୍ଚିବାକୁ ଅନୁମତି ଦେବା !ସେହିପରି ନହେଲେ ଆମ୍ଭେ କରୁଥିବା ସମସ୍ତ ଆରାଧନା, ପୂଜା, ପର୍ବ, ଆନନ୍ଦ ସମସ୍ତ ଶୂନ୍ୟ ଅଟେ !ସେ ସମସ୍ତ ପ୍ରଭୁଙ୍କୁ ଖୁସି ନ କରାଇ,କ୍ରୋଧ ଆଣିଦେବ !ସେ ଆମ୍ଭ ନିମନ୍ତେ ସିଦ୍ଧ କରିଥିବା ପାପ କ୍ଷମାକୁ, ସୁରକ୍ଷାକୁ , ପବିତ୍ର ଜୀବନକୁ ଆମ୍ଭେ ଆଶା କରି ପାଇଲେ, ସେ ଆମ୍ଭଙ୍କୁ ଓ ଆମ୍ଭର ଆରାଧନାକୁ ଦେଖି, ଗ୍ରହଣ କରି ଆନନ୍ଦିତ ହେବେ !ଆମ୍ଭେ ପାପ ନିମନ୍ତେ ବାଧା ନ ହୋଇ ଖ୍ରୀଷ୍ଟ ଜନ୍ମ ହେଲେ କହି ପର୍ବକୁ ପାଳନ କରି ଆନନ୍ଦ କରୁଥିଲେ, ସେ ଆମ୍ଭଙ୍କୁ ଦେଖି ଲୁହ ହିଁ ଝରାଇବେ !ଖ୍ରୀଷ୍ଟ ଜଗତକୁ ଆସିବା ଲକ୍ଷ୍ୟକୁ ଅବଶୋଷଣ କରି, ପର୍ବ ପାଳନ କରି, ଆନନ୍ଦିତ ହେବା !

- ଭାଇ ହାଣିଷ ଶାମୂଏଲ 

 

ପ୍ରାର୍ଥନାର ଅଂଶ :-

ମିଡ଼ିଆ ଦ୍ଵାରା ହେଉଥିବା ସେବା ନିମନ୍ତେ ଆବଶ୍ୟକ ହେଉଥିବା ଦ୍ରବ୍ୟ ମିଳିବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş betcio jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet