By Village Missionary Movement
Monday, 06-Dec-2021ଆଜିର ବାକ୍ୟ (Oriya) 06-12-2021
ବସାଘର ନିର୍ମାଣକାରିର ଆନନ୍ଦ
“ପୁଣି, ସେ ଆପଣା ପ୍ରଥମଜାତ ପୁତ୍ର ପ୍ରସବ କଲେ ଏବଂ ତାହାଙ୍କୁ ଲୁଗାରେ ଗୁଡ଼ାଇ ଗୁହାଳକୁଣ୍ଡରେ ଶୁଆଇଲେ, କାରଣ ବସାଘରେ ସେମାନଙ୍କ ପାଇଁ ସ୍ଥାନ ନ ଥିଲା ।“ - ଲୂକ 2:7
ହେ ବନ୍ଧୁଗଣ, ବହୁତ ଦିନରୁ ତୁମ୍ଭ ସହ କଥା ହେବାକୁ ଆଶା କରିଛି !ଏହା ଡିସେମ୍ବର ମାସ ହୋଇଥିବାରୁ ନିଚୟ ତୁମ୍ଭ ସହ କଥା ହେବାକୁ ହେବ ବୋଲି ନିର୍ଣ୍ଣୟ କରିସାରିଛି !ମୁଁ ହିଁ ବସାଘର ନିର୍ମାଣକାରି !ଓକେ ସିଧାସଳଖ ବିଷୟ ବସ୍ତୁକୁ ଆସିଯିବା !
ସେ ସମୟରେ ସମସ୍ତ ସାମ୍ରାଜ୍ୟବାସୀଙ୍କ ନାମ ଲେଖାଯିବା ନିମନ୍ତେ କାଇସର ଅଗଷ୍ଟଙ୍କଠାରୁ ଆଜ୍ଞା ଘୋଷଣା କରାଯାଇ ଥିବା ଦିନ !ସମସ୍ତେ ସେମାନଙ୍କର ଲୋକ ସଂଖ୍ୟା ଲେଖିବା ସ୍ଥାନକୁ ଯାଉଥାନ୍ତି !ଯିହୂଦା ପ୍ରଦେଶର ବେଥଲିହିମର ଦାଉଦଙ୍କ ନଗରରେ ମୋର ଏକ ବସାଘର ଥିଲା !ତାହାଠାରୁ ବହୁତ କଦର୍ଯ୍ୟ ଥିବା ମୋ ଗୁହାଳକୁଣ୍ଡକୁ ସେତେବେଳେ ହିଁ ସଫା କରିବା ଆରମ୍ଭ ହେଲା !ସମସ୍ତ ବଖରା ଭର୍ତ୍ତି ହୋଇଯିବା ହେତୁ ମୁଁ ଧୀରସ୍ଥିରରେ ଶାନ୍ତିରେ ବସିଛି !କିଏ ଜଣେ କବାଟ ବାଡ଼େଇଲା !ଗାଲିଲୀୟରେ ଥିବା ନାଜରିତ ନଗରରେ ଯୋଶେଫ ନାମକ ବଢେଇ,ଗର୍ଭବତୀ ହୋଇଥିବା ତାଙ୍କ ସ୍ତ୍ରୀ ମରୀୟମ ସହ ମିଶି ବହୁତ ଚିନ୍ତା କରି,ଡରି ଡରି ଆସି ପଚାରିଲା, ବସାଘରେ ସ୍ଥାନ ଅଛି କି ? ସ୍ଥାନ କିଛି ନାହିଁ ବୋଲି ମୁଁ କହିବାରୁ, ଦୁଇ ଜଣ ବହୁତ ଭାଙ୍ଗି ପଡିଲେ !କିନ୍ତୁ ବହୁତ ଦରିଦ୍ର ହୋଇଥିବା ତାଙ୍କୁ ଦେଖିବା କ୍ଷଣି ନିଚୟ ସାହାଯ୍ୟ କରିବାକୁ ହେବ ବୋଲି ମୋ ମନରେ ଭାବନା ଆସିଲା !ମୋ ଘର ପଛରେ ଥିବା ଗୁହାଳରେ ରହିବ କି ବୋଲି ମୁଁ ଦ୍ୱିମତରେ ପଚାରିବାରୁ, ବହୁତ ଆନନ୍ଦରେ ସ୍ୱୀକାର କଲେ !ମରୀୟମ ପୁତ୍ର ସନ୍ତାନ ପ୍ରସବ କଲା !ବାଳକକୁ ଲୁଗାରେ ଗୁଡାଇଲେ !କିନ୍ତୁ ଉଜ୍ଜଳ ମୁଖମଣ୍ଡଳ, ସୌନ୍ଦର୍ଯ୍ୟ ନୟନ ମନକୁ ଟାଣି ନେଲା !ତାପରେ ଘଟିଥିବା କାର୍ଯ୍ୟକୁ ମୁଁ ବିଶ୍ୱାସ କରି ପାରିଲି ନାହିଁ !
ତାହା ହେଉଛି, ବାଳକ ଜନ୍ମ ହେବା ସମ୍ବାଦ ଅନ୍ତତଃ ପରିବାରକୁ ମଧ୍ୟ ନ ଜଣାଇ, ବାଳକକୁ ଦେଖିବାକୁ ମେଷପାଳକ ବହୁତ ଖୁସିରେ ଆସିଲେ !ସେମାନଙ୍କ ନିକଟକୁ ଯାଇ କଥା ହେବା ବେଳେ, ସେମାନେ କହିଲେ, ପ୍ରଭୁଙ୍କର ଦୂତ ଆମ୍ଭଙ୍କୁ ଜଣାଇଲେ !ତାପରେ ଓଟ ଆମ୍ଭ ଘର ସାନ୍ନାରେ ଆସି ଠିଆ ହେଲା !ମୁଁ ଦେଖିଲି ଏମାନେ କିଏ ? ଏମାନେ ପୂର୍ବଦେଶୀୟ ପଣ୍ଡିତ !ସେମାନେ କହିଲେ, ଯିହୂଦିମାନଙ୍କର ରାଜାଙ୍କୁ ଦେଖିବାକୁ ଆସିଲୁ !କଣ ରାଜା ? ମୁଁ ଆଚର୍ଯ୍ୟରେ ଠିଆ ହେବାବେଳେ, କହିଲେ ନକ୍ଷତ୍ର ରାସ୍ତା ଦେଖାଇଲା !ତାପରେ ସେମାନେ ନେଇକି ଆସିଥିବା ସୁନା, କୁନ୍ଦୁରୁ, ଓ ଗନ୍ଦରସ ରାଜାଙ୍କୁ ଉପହାର ସଦୃଶ୍ୟ ଦେଲେ !ମୁଁ ବସାଘରେ ସ୍ଥାନ ନାହିଁ କହି ଘୋଡାଇ ନ ଦେଇ ଏହି ଛୋଟ ସ୍ଥାନ ହେଲେ ଦେଲି ବୋଲି ମୁଁ ବହୁତ ଆନନ୍ଦିତ ହେଲି !ଆଜିର ଦିନରେ ଯୀଶୁଖ୍ରୀଷ୍ଟ ଜନ୍ମ ନେଇଥିବା ସ୍ଥାନ ହୋଇଥିବା ମୋର ଗୁହାଳକୁଣ୍ଡ କାହାକୁ ପସନ୍ଦ ନ ଥିବା ସ୍ଥାନ,ଠେଲି ଦେଇଥିବା ସ୍ଥାନ,ଅଳ୍ପ ଦୁର୍ଗନ୍ଦ ସ୍ଥାନ !କିନ୍ତୁ ଯୀଶୁଙ୍କ ଜନ୍ମ ନିମନ୍ତେ ସ୍ଥାନ ଦେବା ଯୋଗୁ ଦେଖନ୍ତୁ, ତାହା କେତେ ବହୁମୂଲ୍ୟରେ ବଦଳିଗଲା !ଯଦିପି ତୁମ୍ଭ ହୃଦୟ ମଧ୍ୟ ମୋ ଗୁହାଳକୁଣ୍ଡ ସଦୃଶ୍ୟ ଥାଇପାରେ !କିନ୍ତୁ ଯୀଶୁଙ୍କୁ ତୁମ୍ଭ ହୃଦୟକୁ ଆସିବାକୁ ସ୍ଥାନ ଦେଲେ,ତୁମ୍ଭ ଜୀବନ ମଧ୍ୟ ଅନୁଗ୍ରହ ହୋଇ, ଅନ୍ୟମାନେ ଦେଖି ଆଚର୍ଯ୍ୟ ହେଲା ପରି ବଦଳିବ, ଏହା ନିଚୟ !
- ଶ୍ରୀମତୀ ଆନଭି ଜ୍ୟୋତି ଷ୍ଟାଲିନ
ପ୍ରାର୍ଥନାର ଅଂଶ :-
ମିଡ଼ିଆ ସେବା ଦ୍ଵାରା ପୁନଃ ସଂଯୋଗ ହେଉଥିବା ଆତ୍ମା ଗୁଡିକ ପ୍ରଭୁଙ୍କ ନିମନ୍ତେ ସକ୍ରିୟ ହୋଇ ଜୀବନଯାପନ କରିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.