Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 04-12-2021
Share:

By Village Missionary Movement

Saturday, 04-Dec-2021

ଆଜିର ବାକ୍ୟ (Oriya) 04-12-2021

 

ପ୍ରେମ ବିପ୍ଳବ 

 

"କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ..." - ଯୋହନ 3:16

 

ସେ ଦିନ ଥିଲା ଏକ ସୌନ୍ଦର୍ଯ୍ୟ ସନ୍ଧ୍ୟା ସମୟ !ହଂସ ପହଁରିଲା ପରି ଗୋଟିଏ ନୌକା ଯାତ୍ରା !ସେଥିରେ ଜଣେ ରାଜା, ତାହାର ଏକମାତ୍ର ପୁତ୍ର ରାଜକୁମାର, ମନ୍ତ୍ରୀ ଏବଂ ଆଉ କିଛି ଦାସଗଣ ମିଶି ନଦୀର ସୌନ୍ଦର୍ଯ୍ୟକୁ ଉପଭୋଗ କରି ଯାତ୍ରା କରୁଥାନ୍ତି !ଶୀତଳ ପବନ,ତାହାଙ୍କ ମୁଣ୍ଡର କେଶକୁ ସ୍ବର୍ଶ କରୁଥାଏ !ଏହି ସମୟରେ ରାଜା ଏବଂ ମନ୍ତ୍ରୀଙ୍କ ମଧ୍ୟରେ ଏପରି ଯୁକ୍ତିଯୁକ୍ତ ଆରମ୍ଭ ହେଲା !ମନ୍ତ୍ରୀଙ୍କୁ ରାଜା ଏପରି ପ୍ରଶ୍ନ ପଚାରିଲା, ପାପୀମାନଙ୍କୁ ଉଦ୍ଧାର କରିବାକୁ ପରମେଶ୍ୱର କାହିଁକି ପୃଥିବୀକୁ ଆସିଲା ? ତାଙ୍କ ଦୂତମାନଙ୍କ ମଧ୍ୟରେ କାହାକୁ ଜଣକୁ ପଠାଇ ଥିଲେ ହୋଇ ଥାନ୍ତା ତ ? ରାଜା ପଚାରି ଥିବା ଏହି ପ୍ରଶ୍ନକୁ, ମନ୍ତ୍ରୀ ନିଃଶବ୍ଦରେ ଆଲୋଚନା କରି ଚୁପଚାପ ରହିଗଲା !ମନ୍ତ୍ରୀ ପାଖରେ ଏହି ପ୍ରଶ୍ନର ଉତ୍ତର ନାହିଁ ବୋଲି ରାଜା ମନରେ ବହୁତ ହସିଲା !ମନ୍ତ୍ରୀ କିଛିବି କର୍ଣ୍ଣରେ ନ ପୁରାଇ ନୌକାରେ ବସି, ପାଣିରେ ଖୁସିରେ ଖେଳୁ ଥାଏ !ଅକସ୍ମାତରେ ରାଜକୁମାର ନଦୀରେ ପଡିଗଲା !ରାଜା ଆନ୍ଦୋଳିତ ହୋଇ ସଙ୍ଗେ ସଙ୍ଗେ ନଦୀକୁ ଡେଇପଡି ତାର ପୁତ୍ରଙ୍କୁ ଉଦ୍ଧାର କଲା !ଆଉ ଯାତ୍ରା କରୁଥିବା ସେନାପତି ଏବଂ ଦାସମାନଙ୍କ ସମୁଖରେ ରାଜା ଦେଖି ଏପରି ପଚାରିଲା, ମହାଘନତା ସମ୍ପର୍ଣ୍ଣ ରାଜା ଆପଣ ନଦୀକୁ ଡେଇଲ କାହିଁକି ?ମନ୍ତ୍ରୀ ରାଜାଙ୍କୁ କହିଲା, ଆପଣଙ୍କ ପୁତ୍ରଙ୍କୁ ଉଦ୍ଧାର ନିମନ୍ତେ ଆପଣଙ୍କ ଦାସମାନଙ୍କ ମଧ୍ୟରେ କାହାକୁ ଜଣକୁ ଆଜ୍ଞା କରିଥାନ୍ତ ତ ?ତେବେ ରାଜା ରାଗିକି କହିଲା, ନଦୀରେ ବୁଡିଯିବା ବ୍ୟକ୍ତି ମୋ ପୁତ୍ର ଅଟଇ !ସେତେବେଳେ ମନ୍ତ୍ରୀ କହିଲା, ହଁ ରାଜା ଏହାହିଁ ପରମେଶ୍ୱର ସ୍ୱର୍ଗରୁ ଜଗତକୁ ଆସିବାର କାରଣ ଥିଲା !ହଁ ପରମେଶ୍ୱରଙ୍କର ଆମ୍ଭ ପ୍ରତି କେତେ ପ୍ରେମ ଅଛି !ପାପୀ ହୋଇଥିବା ଆମ୍ଭଙ୍କୁ ଉଦ୍ଧାର କରିବାକୁ, ଆମ୍ଭେ ଅନନ୍ତଜୀବନ ପାଇବା ନିମନ୍ତେ, ସେ ନିଜେ ବଳିଦାନ ହୋଇ ସମର୍ପିତ ହେଲେ !ଯଦି ଭଲ ଲୋକଙ୍କ ନିମନ୍ତେ ଜଣେ ମୃତ୍ୟୁବରଣ କରିବାକୁ ସିଦ୍ଧ ହେବ !ଆମ୍ଭେ ପାପୀ ହୋଇଥିବା ବେଳେ ଖ୍ରୀଷ୍ଟ ଆମ୍ଭ ନିମନ୍ତେ ମୃତ୍ୟୁବରଣ କରିବା ଦ୍ଵାରା, ପରମେଶ୍ୱର ଆମ୍ଭ ନିମନ୍ତେ ରଖିଥିବା ତାଙ୍କ ପ୍ରେମ ବ୍ୟାଖ୍ୟା କରି ପ୍ରକାଶିତ କଲେ !

 

ପ୍ରିୟ ବନ୍ଧୁଗଣ, ପ୍ରେମର ବ୍ୟାଖ୍ୟାକରଣ ହିଁ ଖ୍ରୀଷ୍ଟମାସ ଅଟେ !କେବଳ ଏତିକି ନୁହେଁ, ସେ ଜଗତକୁ ଆସିବା ଦ୍ଵାରା ଖ୍ରୀଷ୍ଟପୂର୍ବ ଏବଂ ଖ୍ରୀଷ୍ଟାଦ୍ଧ ବୋଲି ପୃଥିବୀରେ ଇତିହାସ ସୃଷ୍ଟି କଲେ !ତାହାଙ୍କର ଜନ୍ମରେ ସ୍ୱର୍ଗ ରାଜ୍ୟ ହିଁ ନୁହେଁ ପୃଥିବୀ ମଧ୍ୟରେ ଖୁସିରେ ଆନନ୍ଦିତ ହେଲା !ପୃଥିବୀରେ ସମାଧାନ ଏବଂ ମଣିଷମାନଙ୍କ ମଧ୍ୟରେ ପ୍ରେମ ଜାତ ହେଲା !ହଁ ପ୍ରଭୁଙ୍କର ପ୍ରେମକୁ ଜାଣିବା, ସେହି ପ୍ରେମରେ ପରିପୂର୍ଣ୍ଣ ହୋଇ ବଞ୍ଚିବା !ତାହାକୁ ଅନ୍ୟମାନଙ୍କୁ ଜଣାଇବା !

- ଶ୍ରୀମତୀ ମଞ୍ଜୁଲା 

 

ପ୍ରାର୍ଥନାର ଅଂଶ :-

ହୋମ ପିଲାମାନଙ୍କର ବିଦ୍ୟା ଏବଂ ସକଳ କାର୍ଯ୍ୟରେ ଉତ୍ତମ ଗୁଣବାନରେ ବଢିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş casibom jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet