Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 01-12-2021
Share:

By Village Missionary Movement

Wednesday, 01-Dec-2021

ଆଜିର ବାକ୍ୟ (Oriya) 01-12-2021

 

ଭିତରେ ଓ ବାହାରେ 

 

“ଯେଉଁ ସତ୍ୟ ଜ୍ୟୋତିଃ ପ୍ରତ୍ୟେକ ମନୁଷ୍ୟକୁ ଆଲୋକ ପ୍ରଦାନ କରନ୍ତି, ସେ ଜଗତକୁ ଆସୁଥିଲେ ।“ - ଯୋହନ 1:9

      

ମୁଁ ଜଣେ ଅଣଖ୍ରୀଷ୍ଟିଆନ ପରିବାରରେ ଜନ୍ମ ନେଇ ବଢ଼ି ଥିବା ବ୍ୟକ୍ତି ଅଟେ !ଆମ୍ଭେ ରହିଥିବା ଗାଁରେ ଜଣେ ବା ଦୁଇ ଜଣ ଖ୍ରୀଷ୍ଟିଆନ ପରିବାର ବସବାସ କରି ଆସୁଛନ୍ତି !ଡିସେମ୍ବର ମାସ ସାରା ତାଙ୍କ ଘରରେ ଝୁଲାଇ ଥିବା ରଙ୍ଗ ବେରଙ୍ଗର ନକ୍ଷେତ୍ର ଏବଂ ଖ୍ରୀଷ୍ଟମାସ ଟ୍ରୀରେ ସଜାଇ ଥିବା ଦେଖି, ମୁଁ ବହୁତ ଆନନ୍ଦିତ ହେଉଥାଏ !ବିଶେଷକରି କେରଳର ଜଣେ ଶିକ୍ଷକ ପରିବାର ମୋତେ ଏବଂ ମୋ ସହ ରହିଥିବା କିଛି ଲୋକଙ୍କୁ ତାଙ୍କ ଘରକୁ ଆମଂତ୍ରଣ କରି କିଛି ମିଠା ଦେଇ,ସୁମଧୁର ଖ୍ରୀଷ୍ଟମାସ ଗୀତ ଗାଇ, ପ୍ରାର୍ଥନା କରି ଆମକୁ ଛାଡୁଥାନ୍ତି !ମୋର ଛୋଟ ବୟସରେ ଘଟିଥିବା ଏହି ଘଟଣାକୁ, ବହୁତ ଦିନରୁ ମୋ ମନରେ ଆଲୋଚନା କରି, ମନେ ପକାଇ ଖୁସି ହେଉଥାଏ !ଯେକୌଣସି ଦିନ ଆମ ଘରେ ମଧ୍ୟ ନକ୍ଷେତ୍ର ଝୁଲାଇବାକୁ ମୋ ମନରେ ବହୁତ ଆଶା ଥିଲା !ହେଲେ ମୁଁ ତ ଖ୍ରୀଷ୍ଟିଆନ ନୁହେଁ !କିଛି ଦିନ ବିତିଗଲା !ହୃଦୟର ଆଶା ପୂରଣ କରିବା ସଦାପ୍ରଭୁ, ମୋ ଆଶାକୁ ପୂରଣ କଲା !ପୃଥିବୀକୁ ଆସି ସମସ୍ତ ମଣିଷକୁ ଆଲୋକିତ କରି, ସତ୍ୟ ଜ୍ୟୋତି ଯୀଶୁଖ୍ରୀଷ୍ଟ ମୋ ହୃଦୟକୁ ଆସିଲା !ଗୋଟିଏ ନକ୍ଷତ୍ର ଯାକୋବରେ ଉଦୟ ହୁଏ ବୋଲି ପଢ଼ୁଛୁ !ଆଗରୁ ମୁଁ ଏହି ନକ୍ଷେତ୍ରର ବାହାରେ ରହୁଥିଲି !ବର୍ତ୍ତମାନ ନକ୍ଷେତ୍ରମୟ ଯୀଶୁଖ୍ରୀଷ୍ଟଙ୍କ ଠାରେ ଅଛି !ମୋ ଠାରେ ଥିବା ପାପର ଅନ୍ଧାରକୁ ଅପସାରଣ କରି ମହିମାମୟ ଜ୍ୟୋତିରେ ସ୍ଥିର ହେବା ଅନୁଗ୍ରହ, ସଦାପ୍ରଭୁ ମୋତେ ଦେଲେ !ବର୍ତ୍ତମାନ ମୋତେ ପ୍ରତିଦିନ ଖ୍ରୀଷ୍ଟମାସ ଅଟଇ !                     

 

ଏହା ଶୁଣୁଥିବା ଆପଣ ସମସ୍ତଙ୍କୁ ଯୀଶୁ ବହୁତ ପ୍ରେମ କରୁଛନ୍ତି !ଆପଣମାନେ ଖ୍ରୀଷ୍ଟିଆନ ପରି କିଅବା କିପରି ଥିଲେ ମଧ୍ୟ ଆପଣମାନେ ଖୁସିରେ ରହିବା ନିମନ୍ତେ ପ୍ରଭୁଯୀଶୁଖ୍ରୀଷ୍ଟ ଆଶା କରୁଛନ୍ତି !ଯୀଶୁଙ୍କର ଜନ୍ମଦିନ ପ୍ରକାଶ କରୁଥିବା ସୁସମାଚାରରେ, ଏହି ଦେଖ, ସମସ୍ତ ଲୋକଙ୍କୁ ହେଉଥିବା ମହାଆନନ୍ଦର ବାର୍ତ୍ତା, ମୁଁ ଆପଣମାନଙ୍କୁ ଜଣାଉ ଅଛି !ଏହି ବାକ୍ୟ ଦୂତଙ୍କର ଦ୍ଵାରା ସୁସମାଚାର ପ୍ରକାଶିତ ହେଲା !ସେହି ଆନନ୍ଦର ଜ୍ୟୋତି ହୋଇଥିବା ଯୀଶୁ ଯଦି ଆମ୍ଭ ନିକଟରେ ରହିବ, ତେବେ ଆମ୍ଭ ଜୀବନ ଜ୍ୟୋତିର ଆନନ୍ଦରେ ପୂର୍ଣ୍ଣ ହେବ !ଏହି ଖ୍ରୀଷ୍ଟମାସ ଦିନରେ ଏହି ବାର୍ତ୍ତା ମଧ୍ୟରେ ଯୀଶୁ ଆପଣଙ୍କୁ ଡାକୁଛନ୍ତି !ଆପଣମାନେ ତାହାଙ୍କର ନିକଟକୁ ଆସନ୍ତୁ !ତୁମ୍ଭେ ଏହି ଜ୍ୟୋତିର ବାହାରେ ରୁଅ ନାହିଁ, ଭିତରକୁ ଆସ !ପ୍ରତିଦିନ ଖ୍ରୀଷ୍ଟମାସ ଅଟଇ !ଆସନ୍ତୁ କୋଳାହଳ କରିବା !

- ପି. ଯାକୋବ ଶଙ୍କର 

 

ପ୍ରାର୍ଥନାର ଅଂଶ '-

ଏହି ମାସ ସାରା ହେଉଥିବା ସେବା କାର୍ଯ୍ୟରେ ପ୍ରଭୁଙ୍କର ହସ୍ତ ସହବର୍ତ୍ତୀ ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al