Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 29-11-2021
Share:

By Village Missionary Movement

Monday, 29-Nov-2021

ଆଜିର ବାକ୍ୟ (Oriya) 29-11-2021

 

“ତୁମ୍ଭ ହୃଦୟକୁ ଅତି ଯତ୍ନରେ ରଖ; ଯେହେତୁ ତହିଁରୁ ଜୀବନର ପ୍ରବାହ ଜନ୍ମେ।“ - ହିତୋପଦେଶ 4:23

 

ଦୁଇଜଣ କୃଷକ ବନ୍ଧୁ ହୋଇ ଥିଲେ !ସେମାନଙ୍କ ଠାରେ ବନ୍ଦ୍ୟାଭୂମି ଥିଲା !ସେଇ ବର୍ଷ,ବର୍ଷା ଭଲ ହେବା ଯୋଗୁ ଦୁଇ ଜଣ ଭାବିଲେ, ତାଙ୍କ ଜମିରେ କିଛି ଚାଷ କଲେ ଭଲ ଅମଳ ହେବ ବୋଲି କଥା ହେଲେ !କଥା ହେବା ପରେ ଟମାଟ ଚାରା ଲଗାଇବା ବୋଲି କାମ ଆରମ୍ଭ କଲେ !ଚାରା ରୋପଣ କଲେ, ଚାରା ଗୁଡିକ ବଢିଲା !ପ୍ରଥମ କୃଷକ ତାର ବଗିଚାର ଚାରି ପଟେ ବାଡ଼ ଦେଲା !ତାପରେ ଟମାଟ ଚାରା ସହ ବଢ଼ି ଥିବା ତୃଣ ଓ ଅନାବନା ଘାସ ଗୁଡିକୁ ବାଛି ଦେଲା !ପ୍ରତିଦିନ ତାହାକୁ ପାଣି ପକାଉ ଥାଏ !ଦ୍ୱିତୀୟ କୃଷକ ଭାବିଲା, ଏହାର କିଛି କାମ ନାହିଁ, ଇଏ ବାଡ କରି, ଅନାବନା ଘାସ କାଢ଼ିବ କି ? ପାଣି ଯୋଗାଇଲେ ଯଥେଷ୍ଟ ନାହିଁକି ? ବୋଲି ହାସ୍ୟାସ୍ପଦ କରି କହିଲା !ଅମଳ ସମୟ ଆସିଗଲା !ଦୁଇଟି ବଗିଚାରେ ଉତ୍ତମ ଫଳ ହେଲା !ପ୍ରତିଦିନ ସନ୍ଦ୍ୟାରେ ଦୁଇ ଜଣ ବଗିଚାକୁ ନିରୀକ୍ଷଣ କଲାବେଳେ, ଦ୍ୱିତୀୟ କୃଷକ ପ୍ରଥମ କୃଷକକୁ ଉପହାସ କରି କହିଲା, ମୁଁ ବେଡା କରିନାହିଁ କି ଅନାବନା ଘାସ ବାଛି ନାହିଁ, କିନ୍ତୁ ମୋର ବଗିଚା ବହୁତ ବଢିଆରେ ଫଳ ଧରିଲା !ତୁମ୍ଭେ ବେଡା କରି ତୁମ୍ଭର ଟଙ୍କା ଓ ତୃଣ ବାଛି ତୁମ୍ଭ ସମୟକୁ ନଷ୍ଟ କଲ, ତୁମ୍ଭେ ଅନାଵଶ୍ୟ କାମ କରୁଛ !ଟମାଟ ତୋଳି ଆସନ୍ତା କାଲି ବଜାରକୁ ନେଇ ବିକିବା ବୋଲି ଦୁଇ ସାଙ୍ଗ କଥା ହେଲେ !ଅଖା ଗୁଡିକ ଧରି ପାହାନ୍ତିଆରେ ହିଁ ବଗିଚାକୁ ନିକଟକୁ ଆସିଲେ !ବାଡ଼ ନ ଥିବା ବଗିଚାରେ ଫଳ ତୋଳି ଦେଇ ଖାଲି ହୋଇଯାଇଛି !କିଏ କି ବହୁତ ଦିନରୁ ଧ୍ୟାନ କରି, ସମସ୍ତ ଟମାଟ ତୋଳିବାକୁ ଠିକ ସମୟ ଦେଖି, ବାଡ଼ ନ ଥିବା ହେତୁ ସମସ୍ତ ଫଳ ତୋଳି ଦେଲେ !ଏହା ଦେଖି ସଙ୍ଗେ ସଙ୍ଗେ ଦ୍ୱିତୀୟ କୃଷକର ଦୁଃଖ କହିଲେ ନ ସରେ !ଦୁଃଖରେ ଘରକୁ ଫେରିଲା !

 

ହଁ ବାଡ଼ ନ ଥିବା ଜମି ଅମଳ ନ ଥିବା ସଦୃଶ୍ୟ ଆମ୍ଭ ହୃଦୟକୁ ମଧ୍ୟ ଯତ୍ନ ନ କଲେ, ଆମ୍ଭ ଆତ୍ମାକୁ ତାହା ମହାନ କ୍ଷତି କରିବ !ସବୁଠାରୁ ଗୁରୁତ୍ୱ ହେଉଛି "ତୁମ୍ଭର ହୃଦୟକୁ ଅତି ଯତ୍ନରେ ରଖ ବୋଲି ପବିତ୍ର ବାଇବଲ କହୁଛି" !ତାହା ହେଲେ ହୃଦୟକୁ କେମିତି ଯତ୍ନ କରିବା ? ବାକ୍ୟ ନାମକ ବାଡ଼ ଦ୍ଵାରା ଯତ୍ନ କରିବା !ଆମ୍ଭେ ଅଜାଗ୍ରତ ଥିବା ବେଳେ ସଇତାନ ଅନାବନା ଘାସ ଲଗାଇ ହୃଦୟକୁ ବିନାଶ କରିବାକୁ ପ୍ରସ୍ତୁତ ହୋଇ ଅଛି !ତାଡନାରୁ ବିଜୟୀ ହେବାକୁ, ଲୁକାୟିତ ଭାବେ ଜାଣି ଜାଣି କରିଥିବା ପାପ ଠାରୁ, ଆମ୍ଭଙ୍କୁ ଉଦ୍ଧାର କରିବାକୁ ପବିତ୍ର ଗ୍ରନ୍ଥ ନାମକ ବାଡ଼ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ !ଅତି ଯତ୍ନ ନେବା ହୃଦୟରେ ଜୀବନର ପ୍ରବାହ ଜନ୍ମେ !ତାହା କେବଳ ଆମକୁ ହିଁ ନୁହେଁ, ପୁଣି ଅନେକଙ୍କୁ ଆଶୀର୍ବାଦ ଯୁକ୍ତ ଅଟଇ !

- ଡି. ଆଲଵିନ୍ ଯାକୋବ

 

ପ୍ରାର୍ଥନାର ଅଂଶ :-

ଖ୍ରୀଷ୍ଟମାସ ସମୟରେ ହେଉଥିବା ସେବାକାର୍ଯ୍ୟ ଦ୍ଵାରା ଅନେକ ଉଦ୍ଧାର ପାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş betcio jojobet giriş casibom milanobet piabellacasino betpas bahiscasino atlasbet holiganbet giriş casibom giriş bahiscasino ngsbahis betplay holiganbet jojobet casibom holiganbet jojobet casibom