By Village Missionary Movement
Sunday, 28-Nov-2021ଆଜିର ବାକ୍ୟ (Oriya) 28-11-2021 (Kids Special)
ବିଶେଷ କରି ଛୋଟପିଲାଙ୍କୁ
"ସଦାପ୍ରଭୁ ମଙ୍ଗଳ ପ୍ରଦାନ କରିବେ;...।" - ଗୀତସଂହିତା 85:12
ହାଇ ପିଲାମାନେ, ସମସ୍ତେ କେମିତି ଅଛ ? ବର୍ଷା ଋତୁ ଆସିଗଲା ତ, ଖୁସି ଥିବ,ବର୍ଷାରେ ଗାଧୋଇ ପାରିବା, ଦେଖି ଆନନ୍ଦ କରିପାରିବା, ଖେଳି ପାରିବା, ତୁମ୍ଭଙ୍କୁ ମଧ୍ୟ ବର୍ଷା କହିଲେ ବହୁତ ଇଚ୍ଛା ତ !ହଁ ପିଲାମାନେ ଆମ୍ଭେ କାହାଣୀ ଶୁଣିବା କି ?
ଦୁରାଇ ନାମକ ଛୋଟ ଭାଇ ସକ୍ରିୟରେ ମାଆଙ୍କର କଥା ଶୁଣିବା ଛୁଆଁ ପରି ଥିଲା !ଦିନେ ମାଆ ଦୁରାଇକୁ ପଡୋଶୀ ସାହି ଦୋକାନକୁ ଜିନିଷ କିଣିବାକୁ ପଠାଇଲା !ଦୋକାନକୁ ଯାଇ ମାଆଙ୍କୁ ସାହାଯ୍ୟ କରିବା, ଦୁରାଇକୁ ବହୁତ ଇଚ୍ଛା !ତୁମ୍ଭେ ମଧ୍ୟ ମାଆଙ୍କୁ ସାହାଯ୍ୟ କରିବ କି ? ଭେରୀ ଗୂଡ଼ !ଦୁରାଇ ଦୋକାନକୁ ଯାଇ ଫେରିବା ବେଳେ, ବର୍ଷା ବହୁତ ଆସିବା ଯୋଗୁ ଭିଜି ଭିଜି ଘରକୁ ଆସିଲା !ମାଆକୁ ବହୁତ ଦୁଃଖ ଲାଗିଲା !ହୋ.. ହୋ.. ଦୁରାଇକୁ ସର୍ଦ୍ଦି ହେବ ବୋଲି ଭାବି, ତାହାର ମୁଣ୍ଡକୁ ଭଲ ଭାବରେ ପୋଛି କପି କରି କି ପିଇବାକୁ ଦେଲା !ବାପା ଘରକୁ ଆସିବା କ୍ଷଣି ଛତା କିଣିକି ଆସିବା ପାଇଁ ମାଆ କହିଲା !ବାପା ଦୁରାଇକୁ ମଧ୍ୟ ଦୋକାନକୁ ଯିବା ଆସ କହି, ଡାକିବାରୁ ଦୁରାଇ ବହୁତ ଖୁସିରେ ବାପାଙ୍କର ସହ ବାହାରିଲା !ତୁମ୍ଭଙ୍କୁ ମଧ୍ୟ ଦୋକାନରୁ ଜିନିଷ କିଣିକିବାକୁ ବହୁତ ଇଚ୍ଛା ତ !ବାପା ସିଧା ଛତା ବିକ୍ରୟ କରୁଥିବା ଦୋକାନକୁ ନେଲା !ଦୁରାଇ ବେଗରେ ଯାଇ ଏକ ଡିଜାଇନ ଓ ଷ୍ଟାଇଲର ଏକ ଛୋଟ ଛତା ଧରିକି ଆଣିଲା !କିନ୍ତୁ ବାପା ଷ୍ଟ୍ରଙ୍ଗ ଥିବା ଉତ୍ତମ କଳା ରଙ୍ଗର ଏକ ବଡ଼ ଛତା ଆଣି ପଇସା ଦେଇ ଦେଲା !ତାର ସାଙ୍ଗ ସାଥୀ ଅଜାଙ୍କର ଛତା ସଦୃଶ୍ୟ ଅଛି ବୋଲି ହାସ୍ୟାସ୍ପଦ କରିବେ ବୋଲି ମନେ ମନେ ଦୁରାଇ ବହୁତ ଦୁଃଖିତ ହେଲା !ଦିନେ ଟିଉସନକୁ ଯିବାକୁ ବାହାରିଲା ବେଳେ ମାଆ କହିଲା, ଛତା ଧରିକି ଯା !ସେଇ ବଡ଼ ଛତା ଧରିକି ଯିବାକୁ ଦୁରାଇକୁ ମୋଟେ ଇଚ୍ଛା ନାହିଁ !କିନ୍ତୁ ମାଆ କହିଲା ବୋଲି ଧରିକି ଗଲା !ଟିଉସନ ସରିବା କ୍ଷଣି ପବନ ବର୍ଷା ଆସିବାକୁ ଆରମ୍ଭ ହେଲା !ସାଙ୍ଗମାନଙ୍କ ଠାରେ ଥିବା ଷ୍ଟାଇଲସ ଛତା ଗୁଡିକ ଉଡିବାକୁ ଲାଗିଲା !କେତେ ଜଣକର ଛତା ବଙ୍କା ହୋଇଗଲା !ମାତ୍ର ଦୁରାଇର ବଡ଼ ଛତା ଷ୍ଟ୍ରଙ୍ଗରେ ରହିଲା !ସମସ୍ତ ସାଙ୍ଗ ଦୁରାଇର ଛତା ନିକଟକୁ ଯାଇ ନ ଭିଜି ଘରକୁ ପହଂଚିଲେ !ଦୁରାଇ ବହୁତ ଆନନ୍ଦ !ବାପାଙ୍କର ନିକଟକୁ ଯାଇ, ବାପା ମୋର ଇଛାର ଷ୍ଟାଇଲସ ଛତା କିଣି ଥିଲେ, ମୁଁ ଖୁସି ହୋଇ ଥାନ୍ତା !କିନ୍ତୁ ତାହା ମୋତେ ଉପଯୋଗୀ ହୋଇ ନ ଥାନ୍ତା !ତୁମ୍ଭେ ଯାହା କରିବ ତାହା ମୋର ମଙ୍ଗଳ ସକାଶେ ବୋଲି ଜାଣି ପାରିଲି କହି, ତାହାର ବାପାଙ୍କୁ ଆଲିଙ୍ଗନ କଲା !
ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଏହିପରି ଯୀଶୁ ବାପା ଆମ୍ଭଙ୍କୁ ଯାହା କଲେବି ତାହା ଆମ୍ଭର ମଙ୍ଗଳ ସକାଶେ ହୋଇଥିବ !ତୁମ୍ଭ ଦୃଷ୍ଟିରେ ତାହା ଠିକ ହୋଇ ନ ଥାଇ ପାରେ, କିନ୍ତୁ ତାହାହିଁ ତୁମ୍ଭଙ୍କୁ ଠିକ ଥିବ !ମଙ୍ଗଳ କରିଥିବା ଇଶ୍ୱରଙ୍କୁ କୃତଜ୍ଞତା ଓ ସ୍ତୁତି କରୁଥିବାକୁ ହେବ !ଓକେ ତ !ହଁ ପିଲାମାନେ କାହାଣୀ ଶୁଣିଲ ତ !ଏଥର ପ୍ରତିଦିନ ପ୍ରଭୁଙ୍କୁ କୃତଜ୍ଞତା ଓ ସ୍ତୁତି ଜଣାଉ ଥିବା !
- ଏ. ବିହୁଲା
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.