By Village Missionary Movement
Friday, 26-Nov-2021ଆଜିର ବାକ୍ୟ (Oriya) 26-11-2021
ପ୍ରସ୍ତୁତ କି ?
"...ଆମ୍ଭ ପିତଃ, ହେ ଇସ୍ରାଏଲର ରଥ ଓ ତହିଁର ଅଶ୍ୱାରୋହୀଗଣ !” - ଦ୍ୱିତୀୟ ରାଜାବଳୀ 13:14
ଜଣେ ପାଳକ ମଣ୍ଡଳୀରେ "ମୋର କାର୍ଯ୍ୟ ନିମନ୍ତେ କିଏ ଯିବ" ଅଂଶ, "ସେବାକାର୍ଯ୍ୟକୁ ଡାକୁଥିବା,ପ୍ରଭୁଙ୍କର ରବ ନିକଟକୁ କିଏ ଆସୁଛି" ପ୍ରଶ୍ନରେ, ତାହାର ପ୍ରସଙ୍ଗ ଶେଷ କରି, ପ୍ରାର୍ଥନା କରିଲା !ତାପରେ ଆଖି ଖୋଲି କହିଲା, ପ୍ରଭୁଙ୍କର ସେବା ନିମନ୍ତେ କିଏ ଯିବ, ହାତ ଉପରକୁ ଉଠାଅ ! ଜଣ ଗହଳିରୁ ଏକ ରବ ଶୁଣା ଗଲା କି, ଏହି ଦେଖ ମୁଁ ଆସୁଅଛି !ସେଠାରେ ଜଣେ ଯୁବକ ଲୁହ ଝରାଇ ଠିଆ ହୋଇ କହିଲା, ପ୍ରଭୁଙ୍କର ସେବା ନିମନ୍ତେ ମୋତେ ପଠାଅ, ମୁଁ ଯିବି !ଏଠାରେ ଯନ୍ତ୍ରଣାର କାରଣ କଣ ମାନେ, ହଜାର ହଜାର ଲୋକ ରହିଥିବା ସେଇ ସଭାରେ, କେବଳ ଜଣେ ମାତ୍ର ଯୁବକ ହିଁ ସେ ନିଜକୁ ପ୍ରଭୁଙ୍କର ସେବାରେ ସମର୍ପିତ ହେଲା !ତାପରେ ତାଙ୍କୁ ଆଦିବାସୀ ପ୍ରଜାମାନଙ୍କ ମଧ୍ୟରେ ସେବାକାର୍ଯ୍ୟ ନିମନ୍ତେ ପଠାଇ ଦିଆଗଲା !ତାଙ୍କ ଦ୍ଵାରା ସଦାପ୍ରଭୁ ଅନେକ ଆତ୍ମା ଗୁଡିକ ଉଦ୍ଧାର କରି, ପ୍ରଚୁର ଅଦଭୂତ କାର୍ଯ୍ୟ ଗୁଡିକ କରି, ସେହି ଜନତାଙ୍କ ମଧ୍ୟରେ ମହାନ ଜାଗରଣ କଲେ !
ଆମ୍ଭର ବହୁମୂଲ୍ୟ ମୁକ୍ତା ହୋଇଥିବା, ପବିତ୍ର ଗ୍ରନ୍ଥରେ, ଏଲିଶାୟ ମଧ୍ୟ ପରମେଶ୍ୱର ତାଙ୍କୁ ଡାକୁଛନ୍ତି ବୋଲି ଏଲିୟଙ୍କ ଦ୍ଵାରା ଜାଣିପାରି ପ୍ରଭୁଙ୍କର ରବକୁ ଅଧୀନ ହୋଇ, ତାହାର ପରିବାରକୁ ପରିତ୍ୟାଗ କରି ଏଲିୟର ଅନୁସରଣ କରି, ତାଙ୍କୁ ଚିକିତ୍ସା କରୁଥିବା ଏକ ଛୋଟ ସେବା କଲା !କିନ୍ତୁ ସଦାପ୍ରଭୁ ତାର ଅଧୀନତା ଏବଂ ଆଜ୍ଞାବହତାକୁ ଭୁଲି ନାହାନ୍ତି !ଗୋଟିଏ ଦିନ ଆସିଲା, ଏଲିୟଙ୍କ ସ୍ଥାନକୁ ଏବଂ ତାହାର ଶକ୍ତିକୁ ଦ୍ୱିଗୁଣିତ ଏଲିଶାୟକୁ ଦେଇ, ଇଶ୍ରାୟେଲ ଲୋକଙ୍କୁ ଉତ୍ତମ ମାର୍ଗରେ ବିଜୟୀରେ କଢାଇ ନେବା ଆରୋହୀ ଭାବେ ପରମେଶ୍ୱର ତାଙ୍କୁ ବ୍ୟବହାର କଲେ !
ପ୍ରିୟ ବନ୍ଧୁଗଣ, ସେହି ଯୁବକର ଆଜ୍ଞାବହତା ସଦାପ୍ରଭୁଙ୍କର ଆବଶ୍ୟକତାକୁ ପୂର୍ଣ୍ଣ କଲା !ସେଥିପାଇଁ ହଜାର ହଜାର ଜନତା ଉଦ୍ଧାର ପାଇଲେ !ଏଲିଶାୟଙ୍କର ଆଜ୍ଞାବହତା ଏକ ଦେଶର ପ୍ରଜାଙ୍କୁ ଉତ୍ତମ ମାର୍ଗରେ କଢାଇ ନେଲା !ଆପଣା ନିମନ୍ତେ କଣ ? ଆପଣଙ୍କ ନିକଟରେ ସଦାପ୍ରଭୁ ତାଙ୍କର ଜାଗରଣର ଯୋଜନା ନିମନ୍ତେ କଥା ହେଉ ହିଁ ଥାନ୍ତି !ଆମ୍ଭେ ପବିତ୍ର ଗ୍ରନ୍ଥ ପଡିବା ବେଳେ ନାଇତ ପ୍ରଭୁଙ୍କର ଦାସମାନଙ୍କର ଶିକ୍ଷା ଶୁଣିବା ବେଳେ ଆମ୍ଭଙ୍କୁ ଜଣାଉ ଥାନ୍ତି !କିନ୍ତୁ ଆମ୍ଭେ ସଦାପ୍ରଭୁ ଆମ୍ଭର ନିଜର ଆବଶ୍ୟକତାକୁ ପୂର୍ଣ୍ଣ କଲେ ଯଥେଷ୍ଟ ବୋଲି, ତାଙ୍କର ଆବଶ୍ୟକତାକୁ ଧରାଛୁଆଁ ନ କରି ପରିତ୍ୟାଗ କରୁଛୁ !ଏହା ଆଜ୍ଞା ନୁହେଁ !ଆମ୍ଭେ ତାଙ୍କ ନିକଟରେ ମାଗିବା କାର୍ଯ୍ୟ ଏହି ଜଗତ ବିଲୁପ୍ତ ହୋଇଯିବ !କିନ୍ତୁ ସେ ଅପେକ୍ଷା କରୁଥିବା ଆବଶ୍ୟକତା ମାତ୍ର ବିଲୁପ୍ତ ହେବ ନାହିଁ !ତେଣୁକରି ତାହାଙ୍କର ଆବଶ୍ୟକତାକୁ ଗୁରୁତ୍ଵର ସହିତ ତାହାକୁ ସଂପୂର୍ଣ୍ଣ କରିବା !
- ଭାଇ. ଯାବସ କୋଏଲ ରାଜ
ପ୍ରାର୍ଥନାର ଅଂଶ :-
ଖ୍ରୀଷ୍ଟ ଜନ୍ମ ଦିନ କରୁଥିବା ସେବାରେ ସଦାପ୍ରଭୁଙ୍କର ହସ୍ତ ସହବର୍ତ୍ତୀ ହେବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.