Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 18-11-2021
Share:

By Village Missionary Movement

Thursday, 18-Nov-2021

ଆଜିର ବାକ୍ୟ (Oriya) 18-11-2021

 

ବଧିରର ବିଜୟୀ 

 

"...ଆପଣା ଏହି ବଳରେ ଯାଇ..." - ବିଚାରକର୍ତ୍ତା 6:14

 

ତାହା ବର୍ଷା ଋତୁ, ଯେଉଁଠି ଦେଖିଲେବି ଖାଲ ଖାଲ ହୋଇ ପାଣି ଜମି ରହିଛି !ଗୋଟିଏ ଗଭୀର ଖାଲରେ ବହୁତ ବେଙ୍ଗ ଥାନ୍ତି !ସେହି ବେଙ୍ଗ ଗୁଡିକ ତାଙ୍କ ମଧ୍ୟରେ ପ୍ରତିଯୋଗିତା କଲେ !ଏହି ଖାଲରୁ ପ୍ରଥମେ କିଏ ଉପରକୁ ଛଡିବ ? ଏହା ଥିଲା ତାଙ୍କର ପ୍ରତିଯୋଗିତା !ପ୍ରତିଯୋଗିତା ଆରମ୍ଭ ହେଲା !ବେଙ୍ଗ ଗୁଡିକ ଉପରକୁ ଛଡିବାକୁ ଲାଗିଲେ !କିନ୍ତୁ ଅଳ୍ପ ଉପରକୁ ଉଠିବା କ୍ଷଣି ଫଟ ହୋଇ ତଳକୁ ଖସି ପଡ଼ୁଥାନ୍ତି !ବାରମ୍ବାର ଚେଷ୍ଟା କଲେ ମଧ୍ୟ, ତଳକୁ ଖସି ଯାଉଥାନ୍ତି !ସେହି ଖାଲ ଚାରିପଟେ ରହି ଦେଖୁଥିବା ବଳକା ବେଙ୍ଗ ଗୁଡିକ, ତୁମ୍ଭେ ଏହା ଚଡି ଉପରକୁ ଆସିପାରିବ ନାହିଁ ବୋଲି ତୁଚ୍ଛଜ୍ଞାନ କରୁଥାନ୍ତି !ଏହି କଥା ଚେଷ୍ଟା କରୁଥିବା ବେଙ୍ଗଙ୍କୁ, ଚେଷ୍ଟା ନ କରି ଅଟକାଇ ଦେଲା !କିନ୍ତୁ କେବଳ ଗୋଟିଏ ବେଙ୍ଗ ହିଁ ଉପରକୁ ଚଡି ପ୍ରତିଯୋଗିତାରେ ବିଜୟୀ ହେଲା !ଏହି ବେଙ୍ଗଟି କିପରି ବିଜୟୀ ହେଲା ବୋଲି ସେଇ ବେଙ୍ଗକୁ ପଚାରିବାରୁ, ସେଥିପାଇଁ ସେ ବେଙ୍ଗ ଉତ୍ତର କଲା, ମୁଁ ଜଣେ ବଧିର ଅଟେ !ହଁ ଅନ୍ୟମାନଙ୍କର ତୁଚ୍ଛଜ୍ଞାନ କରିବା କଥାକୁ ଶୁଣିବା ବେଳେ ହାଲିଆ ହୋଇଥିବା ବେଙ୍ଗ ଗୁଡିକ ପରାଜୟ ହେଲେ !ବିଜୟୀ ହେବା ଲୋକଙ୍କୁ ଏବଂ ପରାଜୟ ହେବା ଲୋକଙ୍କୁ ଇତିହାସରେ ସ୍ଥାନ ରହିବ !କିନ୍ତୁ ତୁଚ୍ଛଜ୍ଞାନ କରିବା ଲୋକଙ୍କୁ କିଛି ରହିବ ନାହିଁ !ହଁ ବିଜୟୀ ହେଉଛୁ କି ନାହିଁ ତ ପରାଜୟ ହେଉଛୁ କି ନାହିଁ, ଏହା ଗୁରୁତ୍ୱ ନୁହେଁ, ଚେଷ୍ଟା କରୁଛୁ କି ନାହିଁ ଏହା ହିଁ ଗୁରୁତ୍ୱ ଅଟେ !ଆଜି ଆମେ ଚେଷ୍ଟା କରିବା ପୂର୍ବରୁ ଅନେକଙ୍କ କଥାକୁ ଶୁଣି, ଏହି କାମ କରି ପାରିବିନି ବୋଲି ଚେଷ୍ଟା କରୁ ନାହୁଁ !

 

ପବିତ୍ର ଗ୍ରନ୍ଥରେ ଶାମୁଏଲଙ୍କର ଦ୍ଵାରା ଅଭିଷେକ ହୋଇ, ଶାସନ କରିବାକୁ ପରମେଶ୍ୱରଙ୍କ ଦ୍ଵାରା ନିଯୁକ୍ତି ହୋଇଥିବା ବ୍ୟକ୍ତି ଜଣକ ହେଲା ଶାଉଲ !ମାତ୍ର କେତେକ ଦୁଷ୍ଟ ଲୋକମାନେ କହିଲେ, ଏହି ଲୋକ କିପରି ଆମ୍ଭମାନଙ୍କୁ ଉଦ୍ଧାର କରିବ ? ଆଉ ସେମାନେ ତାଙ୍କୁ ତୁଚ୍ଛଜ୍ଞାନ କରି କିଛି ଦର୍ଶନୀ ଆଣିଲେ ନାହିଁ। ମାତ୍ର ସେ ମୌନ ହୋଇ ରହିଲେ ବୋଲି ପ୍ରଥମ ଶାମୁଏଲ :-10:27 ରେ ଲେଖା ଯାଇଛି !

 

ଏହା ଶୁଣୁଥିବା ମୋର ପ୍ରିୟ ବନ୍ଧୁଗଣ, ଆପଣମାନେ କିପରି ଅଛନ୍ତି ? ଆମ୍ଭେ କିଛି ଗୋଟେ କରିବାକୁ ଆରମ୍ଭ କରିବା କ୍ଷଣି ଆମ୍ଭମାନଙ୍କୁ ତୁଚ୍ଛକରିବାକୁ, ଅଟହାସ୍ୟ କରିବାକୁ ଉପର ସ୍ଥାନକୁ ଅନେକ ଆସିବେ !ଉଚ୍ଚାହିତ କରିବାକୁ କାହା ଠାରୁ ଆସେ ନାହିଁ !ସେବା କାର୍ଯ୍ୟ ହୋଇଥାଇ ପାରେ, କାର୍ଯ୍ୟ ସ୍ଥଳରେ ହୋଇଥାଇ ପାରେ, ଶେଷରେ ପରିବାରରେ ମଧ୍ୟ ଏହିପରି ଥାଇ ପାରେ !ତୁମ୍ଭେ ସମସ୍ତ ପୂର୍ଣ୍ଣ କରି ପାରିବ ନାହିଁ, ଆଉ ଅନ୍ୟ କାମ ଦେଖ ବୋଲି କହି ପାରନ୍ତି !ସେ ମୌନ ହୋଇ ରହିଲେ, ଏହି ବାର୍ତା ତୁମ୍ଭ ନିମନ୍ତେ ଅଟଇ !ମୁଁ ହିଁ ଭୟରେ ଏହାକୁ ଆରମ୍ଭ କରୁଛି !ତୁମ୍ଭେ ହିଁ ଆଉ କିଛି କହି, ଆଉ ଆଗକୁ ନ ଗଲା ପରି କରୁଛ ବୋଲି ବିକୃତ ହେଉଥିବା ମୋର ପ୍ରିୟ ଭାଇ ଓ ଭଉଣୀଗଣ, ଭୟ କରନ୍ତୁ ନାହିଁ !ସଦାପ୍ରଭୁ ତୁମ୍ଭ ସପକ୍ଷରେ ଅଛନ୍ତି !କିଏ କଣ କହିଲେ ମଧ୍ୟ କାନରେ ନ ପୁରାଇ, ପୂର୍ଣ୍ଣ ବିଶ୍ୱାସରେ କାମ କରନ୍ତୁ !ନୀଚୀତ ବିଜୟୀ ହେବ !ତୁମ୍ଭଙ୍କୁ ପଠାଇ ଥିବା ବ୍ୟକ୍ତି ମୁଁ ତ ବୋଲି ସଦାପ୍ରଭୁ କହନ୍ତି !ପ୍ରଭୁଯୀଶୁଖ୍ରୀଷ୍ଟ ଆମ୍ଭ ସହିତ ରହି, ଆମ୍ଭଙ୍କୁ କଢାଇ, ଆମ୍ଭଙ୍କୁ ବିଜୟୀ ଦେବ !ଅନେକଙ୍କୁ ଆଶୀର୍ବାଦ କରି ଆମ୍ଭଙ୍କୁ ଉଠାଇବ !ହାଲେଲୁୟା !

- ଶ୍ରୀମତୀ ଧାୱାମାନି ୱାଇରେଲ 

 

ପ୍ରାର୍ଥନାର ଅଂଶ :- 

ହୋମ ପିଲାମାନେ ବାସ କରୁଥିବା ସ୍ଥାନରେ ଆବଶ୍ୟକତା ହେଉଥିବା ଚାଦର, ପଟ୍ଟି କ୍ରୟ ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al