Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 17-11-2021
Share:

By Village Missionary Movement

Wednesday, 17-Nov-2021

ଆଜିର ବାକ୍ୟ (Oriya) 17-11-2021

 

ଧନୀ ବ୍ୟକ୍ତି 

 

"...କାରଣ ତୁମ୍ଭର ବ୍ୟବସ୍ଥା ମୋହର ଆନନ୍ଦଜନକ।" - ଗୀତସଂହିତା 119:77

 

ସମାଚାରରେ ବିପ୍ଳବ ବୀର ଭାବେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଷ୍ଟିଭ ଜୋବସ !ପୃଥିବୀର ଗୁରୁତ୍ୱପୂର୍ଣ୍ଣ ମୋବାଇଲ ଫୋନ ନିର୍ମାଣ ସଂସ୍ଥାନର ଏପିଲ କମ୍ପାନୀର ସୃଷ୍ଟି କର୍ତ୍ତା !ଇଏ କମ୍ପୁଟର, ସେଲଫୋନ ଗୁଡିକ ନୂତନ ପ୍ରଯୁକ୍ତି ବିଦ୍ୟାରେ ଉତ୍ତମ ରୂପେ ବଦଳାଇଲା !ଗୋଟିଏ ଛୋଟ ସଂସ୍ଥାନରେ ଆରମ୍ଭ କରିଥିବା ଏପିଲ କମ୍ପାନୀ, ଦେଖୁ ଦେଖୁ ପୃଥିବୀ ସାରା ପ୍ରସିଦ୍ଧ ହୋଇଗଲା !ନୂତନ ଭାବେ ଗବେଷଣା କରିଥିବା ଏହି କମ୍ପାନୀ ଦ୍ଵାରା ବିଖ୍ୟାତ ଧନୀ ବ୍ୟକ୍ତି ଷ୍ଟିଭ ହୋଇଗଲା !ଏହାର ସମ୍ପତି ଏବଂ ଗୌରବ ରୁଷିଆ ଷ୍ଟୋକ ବଜାର ଠାରୁ ଅଧିକା ହୋଇଗଲା !ଏହିପରି ବହୁତ ମିଳିନିୟନ ଡଲାର ଅର୍ଜନ କରିଥିବା ଷ୍ଟିଭ ସାତ ବର୍ଷରୁ ଉର୍ଦ୍ଧ କର୍କଟ ରୋଗରେ ପୀଡିତ ହେଲା !ତାହାର ମୃତ୍ୟୁ ସମୟରେ ସେ କହିଲା, ସେ ପାଇଥିବା ସୁନାମ,ଗୌରବ, ଟଙ୍କା ସମସ୍ତ ଅନ୍ତରହିତ ଲାଗିଲା !ମୃତ୍ୟୁ ବେଳକୁ ସେ କହିଥିବା କଥା କଣ ଜାଣିଛ କି ? ତାହା ହେଉଛି, ଟଙ୍କା ଏବଂ ଗୌରବକୁ ଅନୁସନ୍ଧାନ କରି ଆପଣା ଜୀବନକୁ ବୃଥା କରନ୍ତୁ ନାହିଁ !ଆପଣମାନେ ଖୁସିରେ ରୁହନ୍ତୁ ଏବଂ ଅନ୍ୟମାନଙ୍କୁ ପ୍ରେମ କରନ୍ତୁ କହି ମୃତ୍ୟୁ ବରଣ କଲା !ଶୋଲମନ ରାଜାଙ୍କ ପରି , ପୃଥିବୀରେ ସୁଖୀରେ ଜୀବନଯାପନ କରିଥିବା ବ୍ୟକ୍ତି ବଞ୍ଚି ପାରିବେ ନାହିଁ !ଶୋଲମନଙ୍କୁ ଟଙ୍କା,ସ୍ଥାନ, ଜ୍ଞାନ, ଉତ୍ତମତା, ଉତ୍ତମ ଖାଦ୍ୟ, ଜମିବାଡ଼ି, ଉତ୍ତମ ଭବନ, ସ୍ତ୍ରୀଗଣ, ଉତ୍ତମ, ଗାୟକଗାଇକା , ଏବଂ କ୍ରିତଦାସବୃନ୍ଦ ଯାହା ସବୁ ଖୁସି ଦେଇ ପାରିବ ସେ ସମସ୍ତ ସେ ଅନୁସରଣ କରି, ତାହା ପ୍ରତି ବିରକ୍ତ ଲାଗିବା ପର୍ଯ୍ୟନ୍ତ ଅନୁଭବ କଲା !ଏତେ ଖୁସି ଦେଖିଲା ପରେ ମଧ୍ୟ, ସେ ଶେଷରେ କହିଥିବା କଥା, ବ୍ୟର୍ଥ ବ୍ୟର୍ଥ ସମସ୍ତ ବ୍ୟର୍ଥ ଅଟଇ !କିନ୍ତୁ ଖୁସି କେଉଁଠି ଅଛି ଜାଣି ପାରିଲା !ତାହା କଣମାନେ ପ୍ରତିଦିନ ଜଣେ ବ୍ୟକ୍ତି ତାହାର ହସ୍ତରେ ପରିପୂର୍ଣ୍ଣ ରୂପେ କର୍ମ କରି, ଖୁସିରେ ଭୋଜନ କରିବାକୁ ମଧ୍ୟ ପ୍ରଭୁଙ୍କର ଦୟା ଆବଶ୍ୟକ ଅଟେ !

 

ପ୍ରିୟ ବନ୍ଧୁଗଣ, ଆଜି ଆମେ ଉଦାହରଣ ଭାବେ ଦେଖି ଥିବା ଷ୍ଟିଭ ଏବଂ ଶୋଲମନ ନାମକ ଦୁଇ ଜଣ ଟଙ୍କାରେ, ଖ୍ୟାତି ସମ୍ପର୍ଣ ଏବଂ ଜ୍ଞାନରେ ପୂର୍ଣ୍ଣ ବ୍ୟକ୍ତିଗଣ !ମାତ୍ର ସେମାନେ ଏହି ସମସ୍ତରେ ଖୁସି ନାହିଁ କହିଲେ !ଆପଣମାନେ ମଧ୍ୟ ଏହାକୁ ଖୋଜି ଖୁସି ଏବଂ ଆନନ୍ଦ ପାଇ ପାରିବୁ ବୋଲି ଭାବୁଛ କି ? ଏହି ସମସ୍ତ କିଛି ଦିନ ବିକଶିତ ହେଲା ପରେ ମଳିନ ହୋଇ ତଳେ ପଡିଯିବା ଫୁଲ ସଦୃଶ୍ୟ !ମାତ୍ର କଦାପି ନଷ୍ଟ ନ ହେବା ଖୁସି ଏବଂ ବିନାଶ ନ ହେବା ଆନନ୍ଦ ପ୍ରଭୁଙ୍କର ସାନିଧ୍ୟରେ କଟାଇ, ତାହାଙ୍କର ବାକ୍ୟକୁ ଅନୁଧ୍ୟାନ କରି ତାହାଙ୍କର ମାର୍ଗରେ ଚାଲିବା ବେଳେ ହିଁ ହୁଏ ! ଆପଣମାନେ ମଧ୍ୟ ଚେଷ୍ଟା କରନ୍ତୁ !

- ଭାଇ. ମାରୁଧୁ ପାଣ୍ଡିଆନ 

 

ପ୍ରାର୍ଥନାର ଅଂଶ :-

ହୋମପିଲାମାନଙ୍କର ପାଠ ପଡା ନିମନ୍ତେ, ଆବଶ୍ୟକତା ମିଳିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.