Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 08-11-2021
Share:

By Village Missionary Movement

Monday, 08-Nov-2021

ଆଜିର ବାକ୍ୟ (Oriya) 08-11-2021

 

ବିଶ୍ୱସ୍ତ ମଣିଷ 

 

“ବିଶ୍ୱସ୍ତ ଲୋକ ଆଶୀର୍ବାଦରେ ବର୍ଦ୍ଧିଷ୍ଣୁ ହେବ, ମାତ୍ର ଯେ ଧନବାନ ହେବାକୁ ଅତି ଉଦ୍ୟମ କରେ, ସେ ଅଦଣ୍ଡିତ ନୋହିବ।“ - ହିତୋପଦେଶ 28:20

 

ଖ୍ରୀଷ୍ଟଙ୍କ ଠାରେ ମୋର ପ୍ରିୟ ବନ୍ଧୁଗଣ, ଆମ୍ଭେ ଖ୍ରୀଷ୍ଟଙ୍କୁ ଏବଂ ପରମେଶ୍ୱର ଆମ୍ଭଙ୍କୁ ଦେଇ ଥିବା ପରିବାରକୁ, ଆମ୍ଭେ ବସବାସ କରୁଥିବା ଦାଇତ୍ୱ ବିଶ୍ୱସ୍ତତାରେ ରହିବାକୁ ନିଯୁକ୍ତି ଅଟୁ !ଉଦାହରଣ, ଅବ୍ରାହମ ପରମେଶ୍ୱରଙ୍କ ସମୁଖରେ ବିଶ୍ୱସ୍ତ ହୋଇ ରହି, ସେ ସମସ୍ତ ଆଶୀର୍ବାଦ ପାଇଲା !ସେହିପରି ମୋଶାଙ୍କ ବିଷୟରେ ପରମେଶ୍ୱର ଗଣନା ପୁସ୍ତକ :-12:7 ବାକ୍ୟରେ ସାକ୍ଷୀ ଦେଉଛନ୍ତି !ଆଜିର ଦିନରେ ମୋଶା କେଉଁ କେଉଁ କାର୍ଯ୍ୟରେ ବିଶ୍ୱସ୍ତରେ ଅଛନ୍ତି,ଦେଖିବା କି ? 

 

(1).ପରିବାରରେ ବିଶ୍ୱସ୍ତ ଥିଲେ :-

ଯାତ୍ରା ପୁସ୍ତକ :-4:15 ବଚନରେ ପରମେଶ୍ୱର ଇଶ୍ରାଏଲ ଜନତାଙ୍କୁ ମୁକ୍ତି କରି କଢାଇ ଆଣିବାକୁ କହିବା ବେଳେ, ମୋଶା ତାଙ୍କ ଘରକୁ ଯାଇ, ତାଙ୍କ ଶ୍ୱଶୁରଙ୍କ ନିକଟରେ ସତ କହି ତାହାଙ୍କୁ ମଧ୍ୟ ଧରିକି ନେଲା !ତାଙ୍କ ସ୍ତ୍ରୀ ଓ ସନ୍ତାନମାନଙ୍କ ସହ ବିଶ୍ୱସ୍ତରେ ରହିଲା !ଆଜିର ଦିନରେ ଅନେକ ପରିବାରରେ ବିଶ୍ୱସ୍ତ ଓ ସତ୍ୟତା ନାହିଁ !ସ୍ତ୍ରୀ ପୁରୁଷଙ୍କ ମଧ୍ୟରେ ବିଶ୍ୱସ୍ତ ନାହିଁ !ସନ୍ତାନମାନଙ୍କ ଠାରେ ବିଶ୍ୱସ୍ତ ନାହିଁ !ଆମ୍ଭ ଜୀବନରେ ଆମ୍ଭେ ପରିପୂର୍ଣ୍ଣ ଆଶୀର୍ବାଦ ପାଇବାକୁ ହେଲେ, ସର୍ବପ୍ରଥମେ ପରିବାରରେ ବିଶ୍ୱସ୍ତ ହୋଇ ରହିବା !

 

(2).କର୍ମରେ ବିଶ୍ୱସ୍ତ ଥିଲେ :-

ମୋଶାଙ୍କୁ ପରମେଶ୍ୱର ଦେଇଥିବା ଆହ୍ୱାନରେ ଶେଷ ପର୍ଯ୍ୟନ୍ତ ବିଶ୍ୱସ୍ତରେ ଥିଲା !ଇଶ୍ରାଏଲ ପ୍ରଜାଙ୍କ ନିମନ୍ତେ ଜୀବନ ପୁସ୍ତକରେ ରହିଥିବା ତାଙ୍କର ନା'କୁ ମଧ୍ୟ ଚିରି ଦେବାକୁ କହିଲା !ହଁ ଆମକୁ ଦେଇଥିବା ଦାଇତ୍ୱକୁ, ଯାହା ହେଲେବି ବିଶ୍ୱସ୍ତରେ କରିବା !ଯଦି ଆମ୍ଭଙ୍କୁ ଇଚ୍ଛା ନ ଥିବା, ଆମ୍ଭେ ଜାଣି ନ ଥିବା କାମବି ରହିଥାଇ ପାରେ !ମାତ୍ର ସେହି କାର୍ଯ୍ୟର ଦାଇତ୍ୱ ଦେଇଥିବା ବ୍ୟକ୍ତି ପରମେଶ୍ୱର !ସେଥିପାଇଁ ସେଇ କାର୍ଯ୍ୟରେ ଆମ୍ଭେ ବିଶ୍ୱସ୍ତରେ ରହିବା !

 

ପ୍ରିୟ ବନ୍ଧୁଗଣ, ବିଶ୍ୱସ୍ତ ଲୋକ ବୋଲି ବିଶ୍ୱାସ କରି ଉର୍ନ୍ନତି ସେବାକୁ ପ୍ରଭୁଯୀଶୁଖ୍ରୀଷ୍ଟ ମୋଶାଙ୍କୁ ଦେଲେ !ତାହାକୁ ମୋଶା ମଧ୍ୟ ସେହିପରି ରକ୍ଷା କଲା !ଆମ୍ଭର ଜୀବନ କିପରି ଅଛି ? ଜଗତରେ ଆମ୍ଭଙ୍କୁ ଦିଆ ଯାଇଥିବା ଛୋଟ ଛୋଟ କାର୍ଯ୍ୟରେ ଆମ୍ଭେ ବିଶ୍ୱସ୍ତରେ ଅଛୁ କି ? ଆଲୋଚନା କରି ଦେଖିବା !ଅଳ୍ପରେ ବିଶ୍ୱସ୍ତ ହୋଇ ଥିବା ଲୋକଙ୍କୁ ହିଁ ଅନେକଙ୍କ ପ୍ରତିନିଧି ହେବାକୁ ଦାଇତ୍ୱ ଦିଆ ଯିବ !ପରମେଶ୍ୱର ସାକ୍ଷୀ ଦେବା ସଦୃଶ୍ୟ, ଆମ୍ଭେ ମଧ୍ୟ ଆମ୍ଭ ଜୀବନର ଶେଷ ପର୍ଯ୍ୟନ୍ତ ବିଶ୍ୱାସରେ ବିଶ୍ୱସ୍ତ ହୋଇ ରହିବା !

- ଡ଼ି. ଦିବ୍ୟା ଆଲେକ୍ସ 

 

ପ୍ରାର୍ଥନାର ଅଂଶ :-

ମୋକ୍ଷ ପ୍ରାୟାଣାମ ପ୍ରତିଦିନ ଧ୍ୟାନ ପତ୍ରିକା ମୁଦ୍ରଣ କରିବାକୁ ଆବଶ୍ୟକ ହେଉଥିବା ଦ୍ରବ୍ୟ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al