Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 29-10-2021
Share:

By Village Missionary Movement

Friday, 29-Oct-2021

ଆଜିର ବାକ୍ୟ (Oriya) 29-10-2021

 

ନିର୍ଣ୍ଣୟର ପ୍ରତିଫଳ 

 

“ବିଶ୍ୱସ୍ତ ଲୋକ ଆଶୀର୍ବାଦରେ ବର୍ଦ୍ଧିଷ୍ଣୁ ହେବ; ମାତ୍ର ଯେ ଧନବାନ ହେବାକୁ ଅତି ଉଦ୍ୟମ କରେ, ସେ ଅଦଣ୍ଡିତ ନୋହିବ।“ - ହିତୋପଦେଶ 28:20

 

ହେଣ୍ଡିପି କ୍ରୋବେଳ ଜଣେ ମହାନ ଧନଶାଳୀ ପରିବାରରେ ଜନ୍ମ ହୋଇଥିଲେବି ତାର ଛୋଟ ବୟସରୁ କ୍ଷୟ ରୋଗ ଦ୍ଵାରା ପୀଡିତ ହୋଇ ପାଠ ପଡିବା ଛାଡିବାକୁ ପଡିଥିଲା !ସେ ଦିନେ ଡ଼ି.ଏଲ.ମୋଦିର ବାକ୍ୟ ଶୁଣି, ଏପରି ନିର୍ଣ୍ଣୟ ନେଲା, ମୁଁ ପ୍ରଚାର କରି ପାରିବିନି !ମାତ୍ର ଛୋଟ ପରିଶ୍ରମର ଅଧିକାରୀ ହୋଇ ପାରିବି !ପ୍ରଭୁ ଯଦି ତୁମ୍ଭର ଇଚ୍ଛା ହୁଏ, ମୁଁ ଆରମ୍ଭ କରୁଥିବା ବ୍ୟବସାୟରେ ଉତ୍ତମ ଲାଭ ପାଇବା ପାଇଁ ସାହାଯ୍ୟ କରନ୍ତୁ !ସତ୍ୟତାରେ ତୁମ୍ଭର ସେବାକୁ ବହନ କରିବି, ଏବଂ ସାହାଯ୍ୟ କରିବି କହି ମାନତ କଲା !ତାପରେ ଓହିଓ ନାମକ ସ୍ଥାନରେ ୱାକେର ମିଲ ନାମକ ଏକ ଛୋଟ ଭୋଟସ ପ୍ରସ୍ତୁତି କରି ବ୍ୟବସାୟ ଆରମ୍ଭ କଲା !ଦଶ ବର୍ଷ ମଧ୍ୟରେ ଆମେରିକାର ପ୍ରତ୍ୟେକ ପରିବାରରେ ଭୋଟସ ସକାଳ ଖାଦ୍ୟ ରୂପେ ପରିଣତ ହେଲା !ସେ ମଧ୍ୟ ଦଶମାଂଶ ସତ୍ୟତା ଭାବେ, ବିଶ୍ୱସ୍ତରେ ଦେବାକୁ ଆରମ୍ଭ କଲା !ଆଜିର ଦିନରେ ଭୋଟସ ପୃଥିବୀ ସାରା ବ୍ୟାପି, ଅନେକ ତାହାକୁ ବ୍ୟବହାର କରୁଛନ୍ତି !ଜଣେ ମଣିଷର ସତ୍ୟତା ହେତୁ, ତାହାର କ୍ରିୟାରେ ଏବଂ ବ୍ୟବସାୟରେ ପରମେଶ୍ୱର ତାହାଙ୍କୁ ଆଶୀର୍ବାଦ କଲେ !

 

ପବିତ୍ର ଗ୍ରନ୍ଥରେ ଏଲୀୟ ନାମକ ପ୍ରବକ୍ତାଙ୍କୁ ଆମେ ଜାଣିଛୁ !କର୍ତ୍ତୀ ହୋଇଥିବା ସେହି ସ୍ତ୍ରୀର ପୁତ୍ର ପୀଡ଼ିତ ଥିଲେ !ସେତେବେଳେ ଏଲୀୟ ସେହି ଛୋଟ ବାଳକର ପ୍ରାଣ ତାହା ମଧ୍ୟକୁ ଫେରି ଆସୁ ସଦାପ୍ରଭୁଙ୍କ ଠାରେ ପ୍ରାର୍ଥନା କଲେ !ସଦାପ୍ରଭୁ ଏଲୀୟଙ୍କର ରବରେ କର୍ଣ୍ଣପାତ କଲେ !ପୁଣି ବାଳକର ପ୍ରାଣ ପୁନର୍ବାର ତାହା ମଧ୍ୟକୁ ଆସିଲା !ଏହା ଦେଖି, ସେ ସ୍ତ୍ରୀ ଏଲୀୟଙ୍କୁ କହିଲା, “ତୁମ୍ଭେ ଯେ ପରମେଶ୍ୱରଙ୍କ ଲୋକ ଓ ତୁମ୍ଭ ମୁଖରେ ସଦାପ୍ରଭୁଙ୍କ ବାକ୍ୟ ଯେ ସତ୍ୟ, ଏହା ଏବେ ମୁଁ ଜାଣିଲି।” ଏଲୀୟଙ୍କର ମୁଖରେ ସତ୍ୟ ଏବଂ ଦୀର୍ଘଦର୍ଶନର ବାକ୍ୟ ଗୁଡିକ ମରି ଯାଇଥିବା ସେଇ ଛୋଟ ବାଳକକୁ ପ୍ରାଣ ଦେଲା !

 

ଏହା ଶୁଣୁ ଥିବା ପ୍ରିୟ ବନ୍ଧୁଗଣ, ସତ୍ୟବାନ ମନୁଷ୍ୟ ହିଁ ସଂପୂର୍ଣ୍ଣ ଆଶୀର୍ବାଦ ପାଇ ପାରିବେ !ଆଜି ଦିନରେ ଆମ୍ଭେ ଯୀଶୁଙ୍କୁ , ସତ୍ୟରେ ସନ୍ଧାନ କରୁଛୁ କି ? ତାଙ୍କ ନିକଟରେ ପ୍ରାର୍ଥନା କରିବା ସମୟରେ ସତ୍ୟତାରେ ପ୍ରାର୍ଥନା କରୁଛୁ କି ? ପବିତ୍ର ଗ୍ରନ୍ଥ ପଡିବା ସମୟରେ, ତାହାକୁ ଧ୍ୟାନ କରିବା ସମୟରେ ଆମ୍ଭ ଠାରେ ସତ୍ୟତା ରହୁଛି କି ? ଏହା ଅଳ୍ପ ଆଲୋଚନା କରି ଦେଖିବା !ଏହା ଶୁଣୁ ଥିବା ଆପଣ ଛୋଟ ଚାକିରିଆ ହୋଇ ଥାଇପାର !ତୁମ୍ଭର ଚାକିରିରେ, ବିଦ୍ୟାରେ, ପ୍ରତିଫଳରେ ସତ୍ୟତା ଅଛି କି ? ଆମ୍ଭର କାର୍ଯ୍ୟକ୍ରମରେ, ଆମ୍ଭେ ପ୍ରଭୁଙ୍କର ସମୁଖରେ ସତ୍ୟତା ଥିଲା ପରିହେଲେ, ଆମ୍ଭେ ତାଙ୍କଠାରୁ ସଂପୂର୍ଣ୍ଣ ଆଶୀର୍ବାଦ ପାଇ ପାରିବା !ତେଣୁକରି ଆମ୍ଭର କାର୍ଯ୍ୟକ୍ରମରେ, ଆମ୍ଭମାନଙ୍କର ମୁଖର ବାକ୍ୟରେ ସତ୍ୟତାରେ ରହିବା !ଆମେନ୍ !

- ଶ୍ରୀମତୀ ଶକ୍ତି ଶଙ୍କର ରାଜ 

 

ପ୍ରାର୍ଥନାର ଅଂଶ :-

ଛୋଟ ପିଲାମାନଙ୍କର ଉଚ୍ଚ ଶିକ୍ଷାର ଆବଶ୍ୟକତା ଯୋଗାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet padişahbet bets10 extrabet royalbet süperbetin padişahbet betcio romabet giriş romabet queenbet bahiscasino betcio bahiscasino atlasbet matbet matbet giriş bahiscasino celtabet queenbet casibom jojobet