By Village Missionary Movement
Wednesday, 27-Oct-2021ଆଜିର ବାକ୍ୟ (Oriya) 27-10-2021
ସଂପୂର୍ଣ୍ଣ ଗବେଷଣା
“ତୁମ୍ଭ ହୃଦୟକୁ ଅତି ଯତ୍ନରେ ରଖ; ଯେହେତୁ ତହିଁରୁ ଜୀବନର ପ୍ରବାହ ଜନ୍ମେ।“ - ହିତୋପଦେଶ 4:23
ଚାଳିଶି ବୟସରୁ ଉର୍ଦ୍ଧ ହୋଇଥିବା ଲୋକ ସଂପୂର୍ଣ୍ଣ ଶାରୀରିକ ପରୀକ୍ଷା କରିବା ନିତ୍ୟାନ୍ତ ଆବଶ୍ୟକ ଅଟଇ ବୋଲି ଡାକ୍ତରମାନେ ଉପଦେଶ କରନ୍ତି !ସେତେବେଳେ ହିଁ ଆମ୍ଭ ଶରୀରରେ ଥିବା ଅଙ୍ଗପ୍ରତ୍ୟଙ୍ଗ କାର୍ଯ୍ୟବଳି ଜାଣିପାରି, ଜାଗ୍ରତରେ ସୁସ୍ଥସବଳରେ ଜୀବନଯାପନ କରିପାରିବା ବୋଲି କହୁଛନ୍ତି !ସେହିପରି ଭାବରେ ପବିତ୍ର ଗ୍ରନ୍ଥ ମଧ୍ୟ ଆମ୍ଭ ଆତ୍ମୀୟ ଜୀବନରେ, ପ୍ରତ୍ୟେକ ଜଣ ହୃଦୟକୁ ପରୀକ୍ଷା କରି, ଜାଗ୍ରତରେ ରକ୍ଷା କରିବାକୁ ହେବ ବୋଲି ଆମ୍ଭଙ୍କୁ ଉପଦେଶ ଦେଉଛି !ସେତେବେଳେ ହିଁ ଆମ୍ଭ ଖ୍ରୀଷ୍ଟିଆନ ଜୀବନ ମଧ୍ୟ ବିଳାସପୂର୍ଣ୍ଣ ହୋଇ ରହିବ !ସତଚାଳିଶି(47)ବୟସର ଜଣେ ବ୍ୟକ୍ତି, ସେ ଅର୍ଜନ କରିଥିବା ସମ୍ପତି ଏବଂ ବିସ୍ତାରିତ ଖର୍ଚ୍ଚ ଗୁଡିକ ପ୍ରକୃତ ଜୀବନର ଆନନ୍ଦ ଦେଖିବାକୁ ବାଧକ ହୋଇ ରହିବ ବୋଲି ନିର୍ଣ୍ଣୟ କଲେ !ତାହାଙ୍କର 4.7ମିଲିୟନ ଡଲାର, ବହୁମୂଲ୍ୟ ସମ୍ପତିକୁ ଅନ୍ୟମାନଙ୍କ ନିମନ୍ତେ ସମର୍ପିତ କଲା !କାରଲି ଏରପେଡର ନାମରେ ଡାକରା ହେଉଥିବା ଇଏ, ଲଣ୍ଡନର ପ୍ରତିଦିନ ସାମ୍ବାଦ ପତ୍ରିକାକୁ,ମୁଁ ମୋତେ ଅନାବଶ୍ୟକ, ଇଚ୍ଛା ନ ଥିବା ଦ୍ରବ୍ୟ ଗୁଡିକକୁ ଦାସତ୍ଵ ହୋଇ ବର୍ତ୍ତମାନ ଚାଲୁଥିବା ଗୋଟିଏ ଅନୁଭୂତିକୁ ଅନୁଭବ କଲି !ମୋର ଏକ ବିଳାସପୂର୍ଣ୍ଣ ଜୀବନ ଶୈଳୀ, କେତେ ଭୟଙ୍କର ଥିଲା ଏବଂ ଆଧ୍ୟାତ୍ମିକ ଅନୁଭୂତି ନ ଥିବା ଜାଣିବା ପରେ, ମୁଁ ବହୁତ ଆଚର୍ଯ୍ୟ ହେଲି ବୋଲି ସାକ୍ଷାତକାର ଦେଲା !ତାହାଙ୍କର ସମ୍ପତି ବର୍ତ୍ତମାନ ଲାଟିନ ଆମେରିକାରେ ଥିବା ଗରିବମାନଙ୍କୁ ସାହାଯ୍ୟ ହେଉଛି !ଧନ ବଢିଲେ ତହିଁରେ ମନ ଦିଅ ନାହିଁ ବୋଲି ଆମେ ଗୀତସଂହିତା :-62:10 ରେ ପଡୁଛୁ !କାରଣ ଯେଉଁଠାରେ ତୁମ୍ଭର ଧନ, ସେହିଠାରେ ମଧ୍ୟ ତୁମ୍ଭର ମନ ବୋଲି ମାଥିଉ ସୁସମାଚାର :-6:21 ରେ ଯୀଶୁଖ୍ରୀଷ୍ଟ ତାଙ୍କର ପାର୍ବତ୍ୟ ଉପଦେଶରେ କହୁଛନ୍ତି !ଆମ୍ଭ ଖ୍ରୀଷ୍ଟିଆନ ଜୀବନରେ ଆମର ଆନନ୍ଦ ବିନାଶ କରିବାକୁ ଧନ ପ୍ରତି ଆଶା, ଦ୍ରବ୍ୟଗୁଡିକୁ ଆଶା ଏଗୁଡାକ ମୁଖ୍ୟ ଭୂମିକା ନେଉଛି !ଏହିପରି ଆଶା ଗୁଡିକ ଆମ୍ଭଠାରେ ଅଛି କି, ଏହା ପବିତ୍ର ଗ୍ରନ୍ଥର ବାକ୍ୟ ସହଯୋଗରେ, ଆମ୍ଭ ହୃଦୟକୁ ଗବେଷଣା କରି ଦେଖିବା !ଦ୍ରବ୍ୟ ଗୁଡିକ ପ୍ରତି ଥିବା ଆଶା ଦ୍ଵାରା ବିଳାସମୟରେ ଜୀବନଯାପନ କରି, ସେଥିପାଇଁ ପ୍ରଭୁଙ୍କର ରାଜ୍ୟକୁ ହରାଇ ଥିବା ଅନେକଙ୍କ ବିଷୟରେ ପବିତ୍ର ଗ୍ରନ୍ଥ ଆମ୍ଭ ଚକ୍ଷୁ ସମୁଖରେ ରଖି, ସତର୍କତା କରାଉଛି !ତେଣୁକରି ଜାଗ୍ରତରେ ଆମ୍ଭ ହୃଦୟକୁ ପ୍ରଭୁଙ୍କର ପବିତ୍ର ବାକ୍ୟରେ ରକ୍ଷା କରିବା !
- ପି. ଯାକୋବ ଶଙ୍କର
ପ୍ରାର୍ଥନାର ଅଂଶ :-
ସୁସମାଚାର ସେବାରେ ସମର୍ପିତ ହୋଇଥିବା ଅଂଶକାଳିକ ମିଶିନାରୀ ଏବଂ ସ୍ବେଛାସେବୀ ଭାବେ ଅନେକ ଅଂଶଗ୍ରହଣ କରିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.