By Village Missionary Movement
Monday, 25-Oct-2021ଆଜିର ବାକ୍ୟ (Oriya) 26-10-2021
ପ୍ରାର୍ଥନାକାରୀ ବାଳକ
“ବାଳକର ଗନ୍ତବ୍ୟ ପଥରେ ତାହାକୁ ଶିକ୍ଷିତ କରାଅ; ତେଣୁ ସେ ବୃଦ୍ଧ ହେଲେ ହେଁ ତହିଁରୁ ବିମୁଖ ହେବ ନାହିଁ।“ - ହିତୋପଦେଶ 22:6
ହାନ୍ନା ନାମକ ଜଣେ ମାତା ତାଙ୍କୁ ଜଣେ ପୁତ୍ର ସନ୍ତାନ ଆବଶ୍ୟକ ବୋଲି ପ୍ରାର୍ଥନା କରିଥିବା ପ୍ରାର୍ଥନାର ଉତ୍ତରରେ ଜନ୍ମ ନେଇଥିବା ବ୍ୟକ୍ତି ହିଁ ଏହି ଶାମୁଏଲ !ସେ ଗର୍ଭବତୀ ଅବସ୍ଥାରୁ ହିଁ ତାଙ୍କୁ ପ୍ରାର୍ଥନା ଘେରାଇ ଥିଲା !ସେ ଜନ୍ମ ହୋଇଥିବାଠୁ ପ୍ରାର୍ଥନାର ମଧ୍ୟରେ ହିଁ ଲାଲନପାଳନ କରାଯାଇଥିଲା !ସେ ବଢିଲା ପରେ, ମାନତକୁ ସଂପୂର୍ଣ୍ଣ କରିବାକୁ ସଦାପ୍ରଭୁଙ୍କର ସେବା ନିମନ୍ତେ, ମନ୍ଦିରରେ ଯାଯକ ହୋଇଥିବା ଏଲିଙ୍କ ନିକଟରେ ସମର୍ପଣ କରାଯାଇଥିଲା !ଆରମ୍ଭ ଠାରୁ ସଦାପ୍ରଭୁଙ୍କର ରବ ଶୁଣି ପାରିବା ସ୍ଥାନରେ ହିଁ
ଶାମୁଏଲ ରହୁଥିଲେ !ପ୍ରଥମେ ପରମେଶ୍ୱରଙ୍କ ରବକୁ ଜାଣି ପାରିଲାନି ଏହା ସତ୍ୟ ଅଟେ !ମାତ୍ର ଜାଣିବା ପରେ, ଶାମୁଏଲ, କହନ୍ତୁ, ଆପଣଙ୍କ ଦାସ ଶୁଣୁଅଛି କହିବା ଠାରୁ, ଯୌବନ ଅବସ୍ଥାରୁ ହିଁ ପରମେଶ୍ୱରଙ୍କ ଆଜ୍ଞାବହ ହୋଇ ପ୍ରାର୍ଥନାର ଅଭ୍ୟାସକାରୀ ହୋଇଥିଲା ବୋଲି ଏହା ସ୍ବଷ୍ଟ ବୁଝାପଡୁଛି !ଶାମୁଏଲ ବାଲ୍ୟ କାଳରୁ ହିଁ ପରମେଶ୍ୱରଙ୍କ ସେବା କରିବା ଏବଂ ତାଙ୍କଠାରେ ନମ୍ର ହେବା ଅଭ୍ୟାସ ଶିଖିବା ଦ୍ଵାରା, ବଢ଼ି ବଢ଼ି ଆସୁଥିବା ବେଳେ ତାଙ୍କୁ କ୍ରମରେ ଜଣେ ପ୍ରାର୍ଥନାର ବୀର ରୂପେ ବଦଳାଇଲା !ପ୍ରାର୍ଥନାର ଗୁଣ ଥିବା ଜଣେ ମାତାଙ୍କ ଗର୍ଭରେ ଜନ୍ମ ନେଇଥିବା ପିଲାମାନେ ଯୌବନ ବୟସରେ ସଦାପ୍ରଭୁଙ୍କର ଆଜ୍ଞାବହ ହେବା ଏବଂ ତାହାର ଆରାଧନା କରିବା ଶିଖିବେ ଏହା ସତ୍ୟ ଅଟେ !ମଣ୍ଡଳୀର ଅଗଣାରେ ଠିଆ ହୋଇ ପ୍ରାର୍ଥନା ବୀର ଆବଶ୍ୟକ ହେଲେ, ସେଥିପାଇଁ ମାନତ କରିଥିବା ମାଆମାନେ, ସମର୍ପିତ ପରିବାର ଆବଶ୍ୟକ !ପ୍ରାର୍ଥନାର ଅଭ୍ୟାସ ଥିବା ପିଲାମାନେ ଅନେକ ଶାମୁଏଲଙ୍କ ସଦୃଶ୍ୟ ପ୍ରାର୍ଥନାକାରୀ ମାତାଙ୍କଠାରେ ଜନ୍ମ ନେଇଥିବା ସଦୃଶ୍ୟ ଥିବେ !ପ୍ରାର୍ଥନା ଅଧିକାରୀ ଅଭିବୃଦ୍ଧି ହେବା, ପ୍ରାର୍ଥନା କରିବା ପରିବାରରେ ସିନା ଥିବ !
ପ୍ରିୟ ବନ୍ଧୁଗଣ, ପରମେଶ୍ୱରଙ୍କୁ ସ୍ଥାନ ନ ଦେବା ଜଣେ ନୈଷ୍ଟିକ ମାଆଙ୍କ ଦ୍ଵାରା ପୃଥିବୀକୁ ଉଦ୍ଧାର କରିବା ଗୋଟିଏ ପରିବାରରେ ଶାମୁଏଲ ବଢ଼ି ଥିଲେ, ସେ କିପରି ରହିଥାଆନ୍ତା !ହାନ୍ନା ଶାମୁଏଲଙ୍କ ସକାଶେ ତାର ଯୌବନ କାଳରେ ନେଇଥିବା ଚେଷ୍ଟାର ପଛରେ, ସେ ପ୍ରାର୍ଥନାର ବୀର ହୋଇ ପରିବର୍ତ୍ତନ ହେବାର କାରଣ ହେଲା !ତୁମ୍ଭର ପିଲାମାନେ ମଧ୍ୟ ଯୌବନ ବୟସରେ ହିଁ ପରମେଶ୍ୱରଙ୍କ ଆଜ୍ଞାବହ ହେବାକୁ ତୁମ୍ଭେ ଯଦି ଆଶା କରୁଛ, ତେବେ ତୁମ୍ଭେ ସେମାନଙ୍କ ନିମନ୍ତେ ହାନ୍ନାଙ୍କ ସଦୃଶ୍ୟ ପ୍ରାର୍ଥନା କରନ୍ତୁ !ପରିବାର ହିଁ ପିଲାଙ୍କ ବିଜୟୀ ଜୀବନକୁ, ପ୍ରଥମ ସୋପାନ ହୋଇ ରହିପାରିବ !ପରିବାର ପ୍ରାର୍ଥନା ନ ଥିବା ଘର,ଛାତ ବିହୀନ ଘର ସଦୃଶ୍ୟ !ଅଉ ପିଲାଙ୍କୁ ନୀଚୀତ ରୂପେ ପ୍ରଭୁଙ୍କର ମନ୍ଦିରକୁ, ସଣ୍ଡେ ସ୍କୁଲକୁ ପଠାନ୍ତୁ !ତୁମ୍ଭର ପରିବାରରେ ମଧ୍ୟ ସକ୍ରିୟ ପୁତ୍ର ହୋଇଥିବା ଶାମୁଏଲ ରହିବ, ଏଥିରେ ସନ୍ଦେହ ନାହିଁ !
- ଇ. ଏମ. ବାଉନ
ପ୍ରାର୍ଥନାର ଅଂଶ :-
ସୁସମାଚା ସେବାକୁ ଆବଶ୍ୟକ ହେଉଥିବା ସୁସମାଚାର ପତ୍ରିକା, ପବିତ୍ର ବାଇବଲ, ନୂତନ ନିୟମ ମିଳିବା ପାଇଁ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.