Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 25-10-2021
Share:

By Village Missionary Movement

Sunday, 24-Oct-2021

ଆଜିର ବାକ୍ୟ (Oriya) 25-10-2021

 

ଅଭିବୃଦ୍ଧି କରିବା ଏବଂ ସୃଷ୍ଟି କରିବା 

 

“ଯେହେତୁ ସଦାପ୍ରଭୁ ଜ୍ଞାନ ଦିଅନ୍ତି, ତାହାଙ୍କ ମୁଖରୁ ଜ୍ଞାନ ଓ ବୁଦ୍ଧି ନିର୍ଗତ ହୁଏ।“ - ହିତୋପଦେଶ 2:6

 

କଵିନ ନାମକ ଛୋଟ ବାଳକ ଜନ୍ମରୁ ଛୋଟା ହୋଇଥିଲା ଏବଂ ପାଠରେ ମଧ୍ୟ ଟିକିଏ ପଛରେ ଥିଲା !ତାହାର ପିତାଙ୍କୁ ଏହା ବହୁତ ଦୁଃଖ ଲାଗୁଥାଏ !ସେଥିପାଇଁ ତାର ପୁଅ କରୁଥିବା ଚଗଲା କାମକୁ ଦେଖି ତୋର ଜ୍ଞାନ ନାହିଁ, ବୁଦ୍ଧି ବି ନାହିଁ ବୋଲି ସର୍ବଦା ଗାଳି କରୁଥାଏ !ଦିନେ ସେହିପରି ଗାଳି କରୁଥିବା ବେଳେ କବିନ ପଚାରିଲା, ଜ୍ଞାନ ଓ ବୁଦ୍ଧି କହିଲେ କଣ ବାପା ? ଦୁଇଟିର ପାର୍ଥକ୍ୟ କଣ ? ସଂଗେ ସଙ୍ଗେ ବାପା କହିଲା, ଜଣେ ଶିଖାଉଥିବା ବୁଦ୍ଧି, ତାହାର ଅନୁଭବରୁ କହୁଥିବା ଜ୍ଞାନ, ଗୋଟିଏ ମନୁଷ୍ୟକୁ ସୃଷ୍ଟି କରିବ !କିଛିବି ଆଲୋଚନା ନ କରି କବିନ କହିଲା, ତାହାହେଲେ ବାପା ତୁମ୍ଭଙ୍କୁ ହିଁ ଜ୍ଞାନ ଓ ବୁଦ୍ଧି ନାହିଁ !ଯଦି ତୁମ୍ଭଙ୍କୁ ଥାଆନ୍ତା, ତାହାହେଲେ ମୁଁ ଅବିବୃଦ୍ଧି ହୋଇ ଥାଆନ୍ତି !ଯୀଶୁଖ୍ରୀଷ୍ଟ ଏହି ପୃଥିବୀରେ ଥିବା ସମୟରେ, ରୋଗରେ, ଶକ୍ତି ହୀନତା ହୋଇ ଥିବା ଅନେକଙ୍କୁ ଆରୋଗ୍ୟତା ଦେଇ, ସେମାନଙ୍କୁ ସୁସ୍ଥତା କରି ଅବିବୃଦ୍ଧି କରିବା ବାକ୍ୟ ଗୁଡିକ ପ୍ରଚାର କରିଥିଲେ !ଆଉ ତାଙ୍କର ଶିଷ୍ୟ ରୂପେ ଅପାଠୁଆ କେଉଟମାନଙ୍କୁ ଏବଂ ପାପୀ ହୋଇଥିବା କରଗ୍ରାହୀମାନଙ୍କୁ ପସନ୍ଦ କରି, ତାଙ୍କ ନିକଟକୁ ଆମତ୍ରଣ କରି, ପ୍ରଚାର କରି, ସେ ସ୍ୱର୍ଗରାଜ୍ୟକୁ ଯିବା ପରେ, ପବିତ୍ର ଆତ୍ମାକୁ ଅନୁଗ୍ରହ କରି, ସେମାନଙ୍କୁ ପ୍ରେରିତ ରୂପେ ଅନେକ ଲୋକ ଆଚାର୍ଯ୍ୟ ହେବା ସଦୃଶ୍ୟ ବଦଳାଇଲେ !ପିତର ପ୍ରେମର ବାକ୍ୟ ଶୁଣି ମଧ୍ୟ ଯୀଶୁଙ୍କୁ ଧରିବା କ୍ଷଣି, ଜଣକର ଡାହାଣ କର୍ଣ୍ଣକୁ ହାଣି ଦେଲା !ତିନି ଥର ଯୀଶୁ କିଏ ମୁଁ ଜାଣିନାହିଁ କହି ଅସ୍ୱୀକାର କଲା !ରାଗରେ ବୁଦ୍ଧି ହୀନ ପରି ବ୍ୟବହାର କଲା !ହେଲେବି ତାହାର ଭୁଲକୁ ଜାଣି ପାରି ଆଉଥରେ ସେ ପ୍ରଭୁଙ୍କର ନିକଟରେ ସମର୍ପିତ ହେଲା ବେଳେ, ପ୍ରଭୁ ତାଙ୍କୁ ସହାନୁଭୂତି, ସହନଶୀଲତା ଏବଂ ପ୍ରେମକୁ ଦେଇ, ତାଙ୍କ ମାଧ୍ୟମରେ ହଜାର ହଜାର ଜନତା ପ୍ରଭୁଙ୍କୁ ଗ୍ରହଣ କରିବା ପରି କଲେ !ପିତରଙ୍କ ଦ୍ଵାରା ପ୍ରେରିତର ପ୍ରଥମ ମଣ୍ଡଳୀ ନିର୍ମାଣ କରାଯାଇଥିଲା ବୋଲି କୁହାଯାଇ ପାରେ !ପ୍ରେରିତମାନଙ୍କୁ ଅଧିକାରୀ ରୂପେ କଢ଼ାଇ ନେବା ଭଳି ପିତର ଥିଲେ!

 

ପ୍ରିୟ ବନ୍ଧୁଗଣ, ତୁମ୍ଭେମାନେ ମଧ୍ୟ ମୋର ବୁଦ୍ଧି ନାହିଁ,ଜ୍ଞାନ ନାହଁ ବୋଲି ଭାବୁଛ କି ? ପିତରଙ୍କ ସଦୃଶ୍ୟ ତୁମ୍ଭେ ମଧ୍ୟ ଅନେକଙ୍କୁ କଢାଇ ନେବା ପରି, ବଳକା ଲୋକଙ୍କୁ ଆଲୋଚନାର ଶିକ୍ଷା ଦେବା ଲୋକଙ୍କ ପରି, ତୁମ୍ଭର ଛାୟାକୁ ଅନୁସରଣ କରି ଅନେକ ଆସିବା ପରି ଆମ୍ଭ ଯୀଶୁବାପା ବଦଳେଇ ପାରିବ !ତାଙ୍କ ନିକଟରେ ପିତରଙ୍କ ସଦୃଶ୍ୟ, ତୁମ୍ଭର ପ୍ରତ୍ୟେକ କାର୍ଯ୍ୟରେ ଦେଉଥିବା ଜ୍ଞାନକୁ ଓ ବୁଦ୍ଧିକୁ ମାଗି, ତୁମ୍ଭେ ନିଜକୁ ସମର୍ପିତ ହେଲେ ଯଥେଷ୍ଟ !ପ୍ରଭୁଙ୍କ ଠାରେ ଜ୍ଞାନ ଓ ବୁଦ୍ଧି ନାମକ ଧନ ଅଛି !ସେହି ସମସ୍ତ ଦ୍ଵାରା ତୁମ୍ଭେ ଅବିବୃଦ୍ଧି କରି, ଅନେକଙ୍କୁ ଅବିବୃଦ୍ଧି କରିବା ପରି ପରିବର୍ତ୍ତନ କରିବେ, ଏଥିରେ ସନ୍ଦେହ ନାହିଁ !

- ଭଉଣୀ ଭିଶାଳି 

 

ପ୍ରାର୍ଥନାର ଅଂଶ :-

ରାଗଲାଣ୍ଡ ବାଇବଲ କଲେଜର ବିଦ୍ୟାର୍ଥୀମାନେ ରହିବା ନିମନ୍ତେ ଭବନ ନିର୍ମାଣ କାର୍ଯ୍ୟ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al