By Village Missionary Movement
Sunday, 24-Oct-2021ଆଜିର ବାକ୍ୟ (Oriya) 24-10-2021 (Kids Special)
ବିଶେଷକରି ଛୋଟ ପିଲାଙ୍କୁ
“ଆମ୍ଭମାନଙ୍କର ପାପ ନାହିଁ ! ଏହା ଯଦି କହୁ, ତାହାହେଲେ ଆପଣା ଆପଣାକୁ ପ୍ରବଞ୍ଚନା କରୁ, ପୁଣି, ଆମ୍ଭମାନଙ୍କଠାରେ ସତ୍ୟ ନାହିଁ ।“ - ୧ ଯୋହନ 1:8
ହାଇ ପିଲାମାନେ କେମିତି ଅଛ ? ତୁମ୍ଭେ ସମସ୍ତେ ଭଲରେ ଅଛ ବୋଲି ଯୀଶୁଙ୍କର ନାମରେ ମୁଁ ବିଶ୍ୱାସ କରୁଛି !ନବମ ଶ୍ରେଣୀ, ଦଶମ ଶ୍ରେଣୀ, ଏକାଦଶ ଶ୍ରେଣୀକୁ ବିଦ୍ୟାଳୟ, ମହାବିଦ୍ୟାଳୟ ଆରମ୍ଭ କରିଦେଲେ !ତୁମ୍ଭଙ୍କୁ ଆରମ୍ଭ କରିନାହାନ୍ତି ବୋଲି ଦୁଃଖ ଲାଗୁଛି କି ? ତୁମ୍ଭଙ୍କୁ ଯୀଶୁ ବହୁତ ଅଧିକା ପ୍ରେମ କରୁଥିବା ହେତୁ, ତୁମ୍ଭଙ୍କୁ ଉତ୍ତମ ରୂପେ ଜାଗ୍ରତରେ ଦେଖୁଛନ୍ତି !ତୁମ୍ଭେ ମଧ୍ୟ ପ୍ରାର୍ଥନା କର !କରୋନା ରୋଗ ସଂପୂର୍ଣ୍ଣ ରୂପେ ବିନାଶ ହୋଇ ସମସ୍ତ ସ୍ୱାଭାବିକ ଅବସ୍ଥା ହେବାକୁ !ଏହି ଦୁଇ ବର୍ଷରେ ଯାହାଯାହା ପାଇ ନାହଁ, ସେ ସମସ୍ତ ଯୀଶୁ ବାପା ତୁମ୍ଭଙ୍କୁ ଦେବାକୁ ଯାଉଛନ୍ତି !ନିଚୟ ଯୀଶୁ ତୁମ୍ଭ ପ୍ରାର୍ଥନାର ଉତ୍ତର ଦେବ !ହଁ କାହାଣୀ ଶୁଣିବା କି ?
ଗୋଟିଏ ପରିବାରରେ ବାପା, ମାଆ,ବିକି ଭାଇ ତିନିଜଣ ରହୁଥିଲେ !ତାଙ୍କ ଘରକୁ ଜଣେ ପାଳକ ପ୍ରାର୍ଥନା କରିବା ନିମନ୍ତେ ସବୁଦିନ ଆସୁଥାଏ !ସେହିପରି ଦିନେ ବିକିଙ୍କ ଘରକୁ ପ୍ରାର୍ଥନା କରିବାକୁ ଆସିଥିବା ସିଏ, କିଛି ଗୋଟେ ଖୋଜୁଥାଏ !ହୋ.. ହୋ ହୋ.. ପଡୋଶୀ ଘରେ ପ୍ରାର୍ଥନା କରି ବେଗ ଓ ଛତା ଭୁଲିକି ଆସିଗଲି !ହଁ ବିକି ଚାରୋଟି ଘର ପରେ ରହିଥିବା ଜାବା ମାଉସୀଙ୍କର ଘରେ ହିଁ ଥିବ, ଧରିକି ଆସ ବାପା,ପାଳକ କହିଲା !ସଂଗେ ସଂଗେ ବିକି କହିଲା, ଓକେ ପାଳକ ଏବେ ହିଁ ଯାଇ ଧରିକି ଆଣିବି କହି ଶୀଘ୍ର ଧାଇଁ ଧାଇଁ ଗଲା !ବେଗ ଓ ଛତା ଧରିଲା ବିକି !ଛତାକୁ କାନ୍ଦରେ ରଖି, ଛତାର ଅଗ୍ରବଙ୍କାରେ ବେଗକୁ ଝୁଲାର ଖେଳି ଖେଳି ଧରିକି ଆସିଲା !କିଛି ସମୟ ଭିତରେ ଛତାର ଅଗ୍ରଭାଗ ଭାଙ୍ଗି ବେଗ ତଳେ ପଡିଯାଇ ଅସନା ହୋଇଗଲା !ଭୟରେ ପଛଆଡୁ ଆସି ମାଆବାପାଙ୍କୁ କହିଲା !ହଁ ବିକି କାନ୍ଦନି, ମୁଁ ଯାଇ ପାଳକଙ୍କୁ କହିବି, ତୁମ୍ଭେ ଭୟ କରନି ବୋଲି ବାପା କହିଲା !ମୁଁ ଦୁଃଖିତ ପାଳକ, ବିକି ଭୁଲ କଲା ବୋଲି ବାପା ଯାହା ଘଟିଥିବା ଘଟଣାକୁ ପାଳକଙ୍କ ନିକଟରେ କହିଲା !ଏହି ବିଷୟରେ ଶୁଣିଥିବା ପାଳକ କିଛି ଚିନ୍ତା ନାହିଁ ବିକି ଏଠାକୁ ଆସ ବୋଲି ପାଖରେ ବସାଇ, ଯୀଶୁଙ୍କର କ୍ଷମା ବିଷୟରେ କହିଲା !ତୁମ୍ଭେ କରିଥିବା ଭୁଲକୁ ପିତାମାତାଙ୍କୁ ସାହସରେ କହିଲତ !ଏପରି ହିଁ ରହିବାକୁ ହେବ !ତୁମ୍ଭ ବାପା ତୁମ୍ଭ ବିଷୟରେ ନମ୍ରତାରେ କଥା ହେଲେତ !ଏହିପରି ଯୀଶୁ ପିତାଙ୍କ ନିକଟରେ ବହୁତ ନମ୍ରତାରେ ନତ ହୋଇ କଥା ହେଉଥାନ୍ତି !ଆମ୍ଭେ ଜାଣି, ନ ଜାଣି କରିଥିବା ଭୁଲକୁ ମନଖୋଲି ଯୀଶୁବାପାଙ୍କୁ କହିବାକୁ ହେବ !ଆମ୍ଭ ସମସ୍ତ ପାପ କ୍ଷମା କରି ଉତ୍ତମ ପିଲାଙ୍କ ପରି ଜୀବନଯାପନ କରିବାକୁ ଯୀଶୁବାପା ଆମ୍ଭଙ୍କୁ ସାହାଯ୍ୟ କରିବେ !ଆମ୍ଭେ ସ୍ୱର୍ଗ ରାଜ୍ୟକୁ ପ୍ରବେଶ କରିବାକୁ ମାର୍ଗଦର୍ଶୀ କେବଳ ଯୀଶୁ ହିଁ ବିକି ବୋଲି ପାଳକ କହିବା ସଂଗେ, ବିକି ଖୁସିରେ ମୁଣ୍ଡ ହଲାଇଲା !ତାପରେ ପରିବାର ମିଶି ଆଉ ଅଧିକ ପ୍ରାର୍ଥନା କଲେ !ଆମ୍ଭ ପାପକୁ କ୍ଷମା କରି, ଆମ୍ଭଙ୍କୁ ସ୍ୱର୍ଗ ରାଜ୍ୟକୁ ପହଞ୍ଚାନ୍ତୁ ଯୀଶୁବାପା, ସତ୍ୟତାକୁ ଅନୁସରଣ କରିବାକୁ ଆମ୍ଭଙ୍କୁ ସାହାଯ୍ୟ ବୋଲି ପ୍ରାର୍ଥନା କରି ସେମାନେ ନିଜକୁ ସମର୍ପିତ ହେଲେ !
ପିଲାମାନେ, ଏହି ବିକିଙ୍କ ସଦୃଶ୍ୟ କରିଥିବା ପାପକୁ ନ ଲୁଚେଇ, ଧାର୍ମିକତାରେ ତ୍ୟାଗ କରିବାକୁ ହେବ, ମନଖୋଲି କ୍ଷମା ମାଗିଲେ, ମନଖୋଲି କ୍ଷମା ଦେଇ, ତାହାଙ୍କ ସନ୍ତାନ ସଦୃଶ୍ୟ ବଦଳାଇବା ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ଆସିବାକୁ ପଛଘୁଞ୍ଚା ହେବାକୁ ନାହଁ !ଓକେ ତ !
- ଭଉଣୀ ଦେବୋରା
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.