Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 23-10-2021
Share:

By Village Missionary Movement

Friday, 22-Oct-2021

ଆଜିର ବାକ୍ୟ (Oriya) 23-10-2021

 

ସତର୍କତାର ସନ୍ଦେଶ 

 

“ଯେଉଁ ଲୋକ ଆପଣା ସ୍ଥାନ ଛାଡ଼ି ଭ୍ରମଣ କରେ, ସେ ବସାରୁ ଭ୍ରମଣକାରୀ ପକ୍ଷୀର ତୁଲ୍ୟ।“ - ହିତୋପଦେଶ 27:8

 

2008 ମସିହାରୁ 2012 ମସିହା ପର୍ଯ୍ୟନ୍ତ ଭାରତ ଦେଶର କ୍ରିକେଟ ଦୋଳରେ ଦ୍ରୁତ ବଳର ଭାବେ ଥିବା ଖେଳାଳି ଜଣକ ହେଉଛନ୍ତି ଶ୍ରୀଶାନ୍ତ !ଇଏ ବଳିଙ୍ଗ କରୁଥିବା ଯାଦୁ ଦ୍ଵାରା ଆମ ଭାରତ ଦେଶର ଦୋଳ ମହାନ ଶକ୍ତିଶାଳୀ ଥିଲା ବୋଲି କହିପାରିବା !କିନ୍ତୁ 2012 ମସିହାରେ ହୋଇଥିବା ଗୋଟିଏ ଆଇ.ପି.ଏଲ କ୍ରିକେଟ ଖେଳରେ ମେଚଫିସ୍କିଙ୍ଗରେ ହାତ ଅଛି ବୋଲି ତାହାଙ୍କ ପ୍ରତି ଦୋଷ ଦିଆଗଲା !ସେହି ଦୋଷ ନିରୁପଣ ହେବା କ୍ଷଣି, ଇଏ ସାରା ଜୀବନ ଆଉ କ୍ରିକେଟ ଖେଳିବାକୁ ହେବ ନାହିଁ ବୋଲି, ଭାରତ ଦେଶର କ୍ରିକେଟ ବୋର୍ଡ ଏହାଙ୍କୁ ଦଣ୍ଡ ଦେଲା !ସେବେଠୁ ଆଜି ପର୍ଯ୍ୟନ୍ତ ସମୟ ପାଇଲେ ଦୂରଦର୍ଶନରେ ଅଭିନୟ କରିବା, ଆଉ କିଛି ସିନିମାରେ ଅଭିନୟ କରିବା,ଆଉ ରାଜନୀତିରେ ଅଂଶଗ୍ରହଣ କରିବା, ଏହିପରି ଭ୍ରମଣ କରୁଅଛି !ଆମ ଭାରତ ଦେଶର ଷ୍ଟାର ଖେଳାଳି ଭାବେ ଥିବା ଇଏ, ତାହାର ସ୍ଥାନକୁ ପରିତ୍ୟାଗ କରି ଭ୍ରମଣ କରୁଛି !ଇଏ ଆମ୍ଭଙ୍କୁ ଗୋଟିଏ ସତର୍କତାର ଶିକ୍ଷା ଶିଖାଉଛନ୍ତି !

 

ବାଇବଲରେ ପ୍ରଥମ ଶାମୂଏଲ :-2:22-36 ବାକ୍ୟକୁ ଯଦି ଆମେ ଧ୍ୟାନ କରି ଦେଖିବା, ଗୋଟିଏ କାର୍ଯ୍ୟକୁ ଦେଖିବାକୁ ପାଉଛୁ !ତାହା କଣ ମାନେ, ଯାଯକ ହୋଇଥିବା ଏଲି, ତାହାର ସ୍ଥାନ ହରାଇବା ଆରମ୍ଭ ହେଉଛି !ଅନୁଭୂତିର ଯାଯକ ହୋଇଥିବା ବେଳେ, ତାହାର ସନ୍ତାନମାନଙ୍କୁ ଉତ୍ତମ ଭାବେ କଢାଇ ନେଇ ପାରିଲା ନାହିଁ !ଆତ୍ମୀୟ ଅନୁଭବ ନାହିଁ !ପରମେଶ୍ୱରଙ୍କର ରବକୁ ଓ ଇଚ୍ଛାକୁ ଜାଣି ପାରିଲା ନାହିଁ !ତାହାର ଅବସ୍ଥା ଏପରି କି ଯେ,କିଛି ଗୋଟେ ପରମେଶ୍ୱରଙ୍କର ମନ୍ଦିରରେ କେବଳ ନାମକୁ ମାତ୍ର ଯାଯକ ଭାବେ ରହିବା !ସେତେବେଳେ ପ୍ରଭୁଙ୍କର ଦାସ ଜଣେ ଆସି ଏଲିଙ୍କୁ ସତର୍କତା କରାଉଛି !ଏଲିଙ୍କ ସ୍ଥାନ ସମାପ୍ତି ହେବାକୁ ଆସୁଛି !ପରମେଶ୍ୱର ଏଲିଙ୍କୁ ଠେଲି ଦେବାକୁ ନିର୍ଣ୍ଣୟ କଲା !ଏହା ଏକ ପରିତାପର କାର୍ଯ୍ୟ !ଆଉ ଜଣେ ଯାଯକକୁ ନିଯୁକ୍ତି କରିବାକୁ ପରମେଶ୍ୱର ମନସ୍ଥ କଲେ !ଏଲିଙ୍କର ପରିସ୍ଥିତିକୁ ଅଳ୍ପ ଆଲୋଚନା କରି ଦେଖ !ତାହାର ଅବସ୍ଥା ବସାରୁ ଭ୍ରମଣକାରୀ ପକ୍ଷୀ ତୁଲ୍ୟ !

 

ପ୍ରିୟ ବନ୍ଧୁଗଣ, ଏହି କରୋନା ଦିନ ଗୁଡିକରେ, ଦେଖା ଯାଉଥିବା ଅବସ୍ଥାକୁ ଦେଖି ଅନେକ ସେବକଗଣ ତାଙ୍କ ସ୍ଥାନକୁ ପରିତ୍ୟାଗ କଲେ !କଣ କରିବାକୁ ହେବ ଜାଣି ନ ପାରି ଭ୍ରମଣକାରୀ ହୋଇଅଛନ୍ତି !ବାଇବଲ କହୁଥିବା ଏହି ସତ୍ୟତାକୁ ଜାଣିବାକୁ ହେବ !ବସାକୁ ତ୍ୟାଗ କରି ଭ୍ରମଣ କରୁଥିବା ପକ୍ଷୀର ସଂରକ୍ଷଣ ନାହିଁ !ସେହିପରି ତାହାର ସ୍ଥାନକୁ ତ୍ୟାଗ କରି ଭ୍ରମଣ କରୁଥିବା ମନୁଷ୍ୟ ମଧ୍ୟ ରହିଛନ୍ତି !ତୁମ୍ଭେ କାର୍ଯ୍ୟକୁ କି, ବେପାରକୁ କି, ବାଣିଜ୍ୟ କରୁଥିବା ସ୍ଥାନରେ କି, ତୁମ୍ଭ ସ୍ଥାନରେ ତୁମ୍ଭଙ୍କୁ ଠେଲି ଦେବାକୁ, ତାସ ଖେଳ, ଲାଞ୍ଚ, ପାପ, ତୃପ୍ତିହୀନକୁ ମୁକାବିଲା କରୁଥାଇ ପାର !ଜାଗ୍ରତରେ ଆପଣ ରୁହନ୍ତୁ !ଆପଣା ସ୍ଥାନକୁ ପରିତ୍ୟାଗ କର ନାହିଁ !

- ଟି. ଶଙ୍କର ରାଜ 

 

ପ୍ରାର୍ଥନାର ଅଂଶ :-

ଆଉ ଅନେକ ବିଦ୍ୟାର୍ଥୀ ରାଗଲାଣ୍ଡ ବାଇବଲ କଲେଜରେ ଯୋଗଦାନ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al