By Village Missionary Movement
Friday, 22-Oct-2021ଆଜିର ବାକ୍ୟ (Oriya) 22-10-2021
ବୟସ ବାଧକ ନୁହେଁ
“ଧାର୍ମିକର ଫଳ ଜୀବନଦାୟକ ବୃକ୍ଷ ଅଟେ, ପୁଣି, ଯେ ଜ୍ଞାନବାନ, ସେ ଅନ୍ୟମାନଙ୍କର ଆତ୍ମା ଲାଭ କରେ।“ – ହିତୋପଦେଶ 11:30
କ୍ୟାନ୍ସର ରୋଗରୁ ସୁସ୍ଥତା କରିଥିବା ପ୍ରଭୁଙ୍କର ନିମନ୍ତେ କିଛି ଗୋଟିଏ କରିବି ବୋଲି ଜଣେ ବୟସ୍କ ମାଆ ଭାବିଲା !ସେତେବେଳେ ମଣ୍ଡଳୀର ପାଳକ ଆତ୍ମାର ଅର୍ଜନର ଗୁରୁତ୍ୱ ବିଷୟରେ ବାକ୍ୟ କହିଲା !ଏହା ଶୁଣିଥିବା ସିଏ, ତାହାର ଶକ୍ତି ଅନୁଯାୟୀ ପ୍ରଭୁଙ୍କର ନିମନ୍ତେ ଆତ୍ମା ଗୁଡିକ ଅର୍ଜନ କରିବାକୁ ଚେଷ୍ଟା କରିବି ବୋଲି ମନରେ ସ୍ଥିର କଲା !ଘରକୁ ଯାଇ ଗୋଟିଏ କାଠପଟା ନେଇ, ସେଥିରେ ଲେଖିଲା, ଦୀନଦୁଖୀ, ଅସୁସ୍ଥତା ବ୍ୟକ୍ତି ଏଠାକୁ ଆସିପାର !ସେମାନଙ୍କ ନିମନ୍ତେ ପ୍ରାର୍ଥନା କରାଯିବ !ତାହାକୁ ଘର ଆଗରେ ଥିବା ଗୋଟିଏ ଗଛରେ ଝୁଲାଇଲା !ତାଙ୍କ ଘର ନିକଟରେ ବିଦ୍ୟାଳୟ ଏବଂ ଡାକ୍ତରଖାନା ଥିଲା !ଅନେକ ବିଦ୍ୟାର୍ଥୀ ତାଙ୍କ ପାଠ ନିମନ୍ତେ, ସମାଧାନ ନିମନ୍ତେ ସେହି ମାଆଙ୍କ ନିକଟକୁ ଆସି ପ୍ରାର୍ଥନା କରାଇ ଯାଉଥିଲେ !ଡାକ୍ତରଙ୍କ ଦ୍ଵାରା ସୁସ୍ଥତା ହୋଇପାରି ନ ଥିବା ବ୍ୟକ୍ତିମାନେ ଆସି, ସେହି ମାଆଙ୍କ ଠାରେ ପ୍ରାର୍ଥନା କରି ଅଦଭୂତ ସୁସ୍ଥତା ହୋଇ ଯାଉଥାନ୍ତି !ଏହାଦ୍ଵାରା ଅନେକ ଯୌବନ ଯୁବକ, ବ୍ୟାଧିଗ୍ରସ୍ତ ଲୋକେ ଉଦ୍ଧାର ହୋଇ ମଣ୍ଡଳୀରେ ଯୋଗଦାନ କଲେ !
ନାମାନ୍ ନାମକ ସେନାପତି କୁଷ୍ଠ ରୋଗରେ କଷ୍ଟ ଅନୁଭବ କରୁଥିବା ବେଳେ, ତାହାଙ୍କ ଦ୍ଵାରା ଇଶ୍ରାଏଲ ଦେଶରୁ ବନ୍ଦୀ କରି ଆଣି ଥିବା, ଜଣେ କ୍ଷୁଦ୍ର ବାଳିକା ତାହାର ସୁସ୍ଥତାର ମାର୍ଗ ଦେଖାଇଲା !ସେ ମଧ୍ୟ ସେହି କ୍ଷୁଦ୍ର ବାଳିକା କହିବା ପ୍ରକାରରେ ପରମେଶ୍ୱରଙ୍କ ବ୍ୟକ୍ତି ଇଲୀଶାୟ ନିକଟକୁ ଆସି, ଯର୍ଦ୍ଧନ ନଦୀରେ ଆପଣାକୁ ସାତ ଥର ବୁଡି ସୁସ୍ଥତା ହୋଇ, ଉଦ୍ଧାର ପାଇଁ ବାହାରି ଚାଲିଗଲା !ସେହି କ୍ଷୁଦ୍ର ବାଳିକାକୁ ବନ୍ଦୀ କରି ଆଣିଥିବା ଲୋକର ଦୁଃଖକୁ ଦେଖି ଖୁସି ନ ହୋଇ, ତାହାଙ୍କୁ ଦୁଃଖକୁ ଉଦ୍ଧାର କରିବା ମାର୍ଗ ଦେଖାଇଲା !ତାଙ୍କୁ ପ୍ରଭୁଙ୍କର ନିମନ୍ତେ ସିଦ୍ଧ କଲା !ତାହାଙ୍କର ଦ୍ଵାରା ସମସ୍ତ ଶିରିୟା ଦେଶ ପରମେଶ୍ୱରଙ୍କର ଉଦ୍ଧାରକୁ ଆଜ୍ଞା କରାଯାଇ ଥିଲା !
ଉପରେ ଥିବା ଦୁଇଟି ସମ୍ଭବ ଦ୍ଵାରା ପ୍ରଭୁଙ୍କର ନିମନ୍ତେ ଆତ୍ମା ଗୁଡିକ ଅର୍ଜନ କରିବାକୁ ବୟସ ଏକ ବାଧକ ନୁହେଁ, ଏହା ଆମେ ଜାଣି ପାରିବା !ହଁ କ୍ଷୁଦ୍ର ଲୋକ, ମହାନ ଲୋକ, ଯୌବନ ଲୋକ, ବୃଦ୍ଧା ଲୋକ ସମସ୍ତେ ଆତ୍ମା ଅର୍ଜନ କରି ପାରିବେ !ଅଜ୍ଞାନୀ, ଆର୍ଥିକ ଅନାଟନ, ଆରୋଗ୍ୟ ବିହୀନ, ନିଜର ସମସ୍ୟା ବୋଲି ଏଥିରେ କୌଣସି ଆତ୍ମା ଅର୍ଜନ ନିମନ୍ତେ ବାଧକ ରହିବ ନାହିଁ !ମାତ୍ର ଗୋଟିଏ ବାଧକ ହୋଇ ରହିବ, ତାହାହିଁ ସାକ୍ଷ ବିହୀନ ଜୀବନ !ବନ୍ଦୀ ହୋଇ ଥିବା କ୍ଷୁଦ୍ର ବାଳିକାର କଥାକୁ ସେନାପତି ହୋଇଥିବା ନାମାନ୍ ହିଁ ଶୁଣିଥିଲା !ସେହି ସ୍ଥାୟୀକୁ ତାହାର ସାକ୍ଷୀ ଜୀବନ ଅଛି ! ଆଜିର ଦିନେ ଆପଣା ନିମନ୍ତେ କଣ ? ଯୀଶୁଙ୍କର ନିମନ୍ତେ ସଠିକ ସାକ୍ଷ ଜୀବନ ଥିଲେ, ତୁମ୍ଭେ ମଧ୍ୟ ଆତ୍ମା ଅର୍ଜନ କରି ପାର !
- ଏସ.ମନୋଜ କୁମାର
ପ୍ରାର୍ଥନାର ଅଂଶ :-
ମାସର ଦ୍ୱିତୀୟ ଓ ଚତୁର୍ଥ ସପ୍ତାହରେ ସୁସମାଚାର ପ୍ରଚାର କରିବାକୁ ନିର୍ଣ୍ଣୟ କରିଥିବା ସେବାକାର୍ଯ୍ୟ ହେବା ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.