Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 20-10-2021
Share:

By Village Missionary Movement

Tuesday, 19-Oct-2021

ଆଜିର ବାକ୍ୟ (Oriya) 20-10-2021

 

ଲାଭ ନା କ୍ଷତି 

 

“ଦୁଷ୍ଟତା ଦ୍ୱାରା କୌଣସି ମନୁଷ୍ୟ ସୁସ୍ଥିର ହେବ ନାହିଁ, କିନ୍ତୁ ଧାର୍ମିକର ମୂଳ କେବେ ଘୁଞ୍ଚା ଯିବ ନାହିଁ।“ - ହିତୋପଦେଶ 12:3

 

ପବିତ୍ର ଗ୍ରନ୍ଥରେ ପରମେଶ୍ୱର ଧାର୍ମିକମାନଙ୍କୁ ଖୋଜରା ବୃକ୍ଷ ଏବଂ ଲିବନୋନ୍ ତାଳ ବୃକ୍ଷ ସହତି ସମତୁଳନା କରି କହିଥିବା ବାକ୍ୟ ଆମ୍ଭେ ପଡୁଛୁ !ଖୋଜରା ବୃକ୍ଷ ସବୁବେଳେ ଗରମ ସ୍ଥାନରେ ବଡେ !ତାହାକୁ କିଏ ପାଣି ପକାଇବା, ଜାଗ୍ରତ କରିବା ଆବଶ୍ୟକ ନ ଥାଏ !ହେଲେ ପାଣି ନ ଥାଇ ପୁରା ଶୁଖିଗଲେ ମଧ୍ୟ ଖୋଜରା ବୃକ୍ଷ ନ ଶୁଖି ବଢିବ !ତାହାର ପ୍ରତ୍ୟେକ ଅଂଶ ଆମ୍ଭଙ୍କୁ ଉପକାର ଅଟେ !ଲିବନୋନ୍ ତାଳ ବୃକ୍ଷ ବିଷୟରେ ଗୀତସଂହିତା :-92:12 ରେ ବିଶେଷକରି ଲେଖା ଯାଇଛି !ଲିବନୋନ୍ ଶୁଭ୍ରସ୍ୱଚ୍ଛ ବରଫ ପୂର୍ଣ୍ଣ ସ୍ଥାନ !ବରଫରେ ଯେକୌଣସି ଗଛ ଅଭିବୃଦ୍ଧି ହୋଇ ବଡିବାକୁ ସୁଯୋଗ ନ ଥାଏ !କିନ୍ତୁ ସେଠାରେ ତାଳବୃକ୍ଷ ପ୍ରାୟ ଏକ ଶହ ପୁଟ ପର୍ଯ୍ୟନ୍ତ ବଢେ !ପର୍ବତକୁ ଚିରିକି ପ୍ରାୟ 160ମିଟର ଗଭୀର ପର୍ଯ୍ୟନ୍ତ ତାହାର ଚେର ବିଛୁରିତ ହୋଇ ତାହା ଠିଆ ହୁଏ !ଭୟଙ୍କର ଶୀତରେ ମଧ୍ୟ ଏହି ବୃକ୍ଷ ବଢ଼ିଆସେ !ଏହିପରି ପବିତ୍ର ଗ୍ରନ୍ଥରେ ଋତୁ ଏବଂ ଅର୍ପା ଗୋଟିଏ ପରିବାରରେ ଜୀବନ ଯାପନ କରୁଥିଲେ ମଧ୍ୟ ମୋୟାବ ଦେଶରୁ ଫେରି ଆସୁଥିବା ମାର୍ଗରେ ନୟମୀ ତାଙ୍କର ଦୁଇ ପୁତ୍ରବଧୂଙ୍କୁ ପରିସ୍ଥିତିକୁ ବର୍ଣ୍ଣନା କଲା !ପ୍ରତିକୂଳ ପରିସ୍ଥିତିକୁ ଜାଣି ପାରି ଅର୍ପା ସେହି ଶାଶୁଙ୍କୁ ଚୁମ୍ବନ ଦେଇ ସେ ତାର ନିଜ ଦେଶ ମୋୟାବକୁ ଫେରିଗଲା !କିନ୍ତୁ ଋତୁ ଦୁଃଖର ସେଇ ପରିସ୍ଥିତିରେ ମଧ୍ୟ, ସେ ତାହାର ବୟସଗତ ଶାଶୁଙ୍କୁ ନ ଛାଡି, ଯୌବନ ସ୍ତ୍ରୀ ସଦୃଶ୍ୟ ସେ ଜାଣି ନ ଥିବା ସେହି ଦେଶକୁ ଶାଶୁଙ୍କ ପଛେ ପଛେ ଗଲା !ତାଙ୍କ ଶାଶୁଙ୍କୁ କହିଲା, ତୁମ୍ଭେ ଯେଉଁଟାକୁ ଯିବ, ମୁଁ ମଧ୍ୟ ସେଇଠାକୁ ଯିବି, ତୁମ୍ଭେ ଯେଉଁଟାରେ ରହିବ, ମୁଁ ମଧ୍ୟ ସେହିଠାରେ ରହିବି, ତୁମ୍ଭର ଲୋକ ହିଁ ମୋହର ଲୋକ ଓ ତୁମ୍ଭର ପରମେଶ୍ୱର ହିଁ ମୋର ପରମେଶ୍ୱର ହେବ !କେବଳ ମୃତ୍ୟୁ ଛଡା ଆଉ କିଛି ହିଁ ତୁମ୍ଭଙ୍କୁ ଓ ମୋତେ ବିଛେଦ କରଇ ନାହିଁ, ନ ଛାଡି ଋତୁ ଦୃଢ଼ ମନସ୍କ କଲା !ସେ ବିଜାତିୟ ହୋଇଥିଲେ ମଧ୍ୟ ପରମେଶ୍ୱର ତାର ଚେରକୁ ଆଙ୍କୁରିତ କଲା !ମାଥିଉ 1:5 ରେ ଦାଉଦଙ୍କ ଚେରକୁ ମଧ୍ୟ ଇଶ୍ରାଏଲମାନଙ୍କ ରାଜା ହୋଇଥିବା ଯୀଶୁଖ୍ରୀଷ୍ଟଙ୍କ ବଂଶାବଳିରେ ସ୍ଥାନ ସଂଗ୍ରହ କଲା !ଯୀଶୁଙ୍କ ଏକ ଗଛ ଭୂମିରୁ ଉଠି ତାହାର ଚେରରୁ ଗୋଟିଏ ଚାରା ଉଠି ବିସ୍ତାରିତ ହେଉଛି ବୋଲି ବାକ୍ୟ ଯେତିକି ସତ !ହଁ ପ୍ରଭୁଙ୍କର ପିଲାମାନେ, ଧାର୍ମିକର ମୂଳ କେବେ ଘୁଞ୍ଚା ଯିବ ନାହିଁ।ସେମାନେ ତାଙ୍କ ଚେରକୁ ଗଇଠି ମାରିବେ !ଦୁଃଖିତ ଅବସ୍ଥାରେ, ଜୀବନଯାପନ କରିବା ଅସାଧ୍ୟ ପରିସ୍ଥିତିରେ, ଘୋର ଅଭାବରେ, ଯେକୌଣସି ଅବସ୍ଥା ଲାଭ ନା କ୍ଷତି !ଯାହାବି ସ୍ଥିରରେ ରହି, ଶକ୍ତି ଯୋଗାଇବା ପରି ରହିବେ !ଆମ୍ଭେ ମଧ୍ୟ ଧାର୍ମିକରେ ଜୀବନଯାପନ କରିବା !

- ଭଉଣୀ ମଞ୍ଜୁଲା 

 

ପ୍ରାର୍ଥନାର ଅଂଶ :-

ତାମିଲନାଡୁରେ ଭି. ଏମ. ଏମ. ସେବାପାଇଁ ସେବକମାନଙ୍କ ନିମନ୍ତେ ଲେଖୁ ଥିବା, ପତ୍ରିକା ପଡ଼ୁଥିବା ସେବକଗଣ ପ୍ରଭୁଙ୍କ ନିମନ୍ତେ ଅଗ୍ନିଶିଖା ସଦୃଶ୍ୟ ଜଳିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al