Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 19-10-2021
Share:

By Village Missionary Movement

Tuesday, 19-Oct-2021

ଆଜିର ବାକ୍ୟ (Oriya) 19-10-2021

 

ସରୋବରରେ ଢେଉ 

 

“ହେ ମୋହର ପୁତ୍ର, ସଦାପ୍ରଭୁଙ୍କ ଅନୁଶାସନ ତୁଚ୍ଛ କର ନାହିଁ ଓ ତାହାଙ୍କ ଶାସନରେ କ୍ଳାନ୍ତ ହୁଅ ନାହିଁ।“ - ହିତୋପଦେଶ 3:11

 

ଜଣେ ଛୋଟ ବାଳକ ଖେଳିବା ନୌକାକୁ ଛୋଟ ସରୋବରରେ ଛାଡି ଖେଳୁଥିଲା !ସେ କୂଳରେ ରହି ଖେଳିବା ବେଳେ, ସେଇ ନୌକା ଧୀର ଧୀର ତାର ହାତକୁ ଅପହଞ୍ଚ ଦୂରକୁ ଚାଲିଗଲା !ଅହୋ, ମୁଁ ଏବେ କଣ କରିବି ବୋଲି ସେ ଚିନ୍ତା କରିବା ବେଳେ ତାଠାରୁ ଜଣେ ବଡ଼ ବ୍ୟକ୍ତି ହଠାତରେ ସେଠାକୁ ଆସିଲା !ତେବେ ସେ ତାଙ୍କୁ କହିଲା, ନନା ମୋର ନୌକା ବହୁତ ଦୂରକୁ ଚାଲିଗଲା, କିପରି ହେଲେ ତାହା, ଉଦ୍ଧାର କରି ଦିଅ !ସଂଗେ ସଂଗେ ସେଇ ବଡ଼ ବ୍ୟକ୍ତି କିଛି ନ କହି କୂଳରେ ଥିବା କିଛି ଛୋଟ ଛୋଟ ପଥର ଆଣି ସେହି ନୌକା ଆଡେ ପିଙ୍କିବାକୁ ଆରମ୍ଭ କଲା !ଏ ଛୋଟ ବାଳକ ମନେ ମନେ ଦୁଃଖ କଲା, କାହିଁକିନା, ସେ ଭାବିଲା ମୁଁ ଏହାକୁ ସାହାଯ୍ୟ ମାଗିବାରୁ ସେ ପଥର ପିଙ୍କୁଛି !କିନ୍ତୁ ସେ ଅଳ୍ପ ସମୟ ପରେ ଦେଖିଲା, ସେହି ପଥର ନୌକା ଉପରେ ନ ପଡି, ତା ନିକଟରେ ଛୋଟ ଛୋଟ ଢେଉ ହୋଇ, ସେଇ ନୌକାକୁ ଢେଉ ଗୁଡିକ କୂଳକୁ ଠେଲି ଆଣିଲା !ପ୍ରତ୍ୟେକ ପଥର ଉତ୍ତମ ରୂପେ ବ୍ୟବହାର ହୋଇ, ସଠିକ ସ୍ଥାନରେ ପଡିବା ଦ୍ଵାରା ସେଥିରୁ ବାହାରୁ ଥିବା ଢେଉ ସେହି ନୌକାକୁ କୂଳରେ ପହଞ୍ଚି, ସେଇ ଛୋଟ ବାଳକକୁ ମିଳିଲା !

 

ବେଳେବେଳେ ପ୍ରଭୁଯୀଶୁଖ୍ରୀଷ୍ଟ ଦୁଃଖ ଆମ୍ଭ ଜୀବନରେ ଅନୁମତି କରୁଛନ୍ତି ବୋଲି ଆମ୍ଭେ ଭାବି ବିଚଳିତ ହେଉଛୁ !ଆମ୍ଭେ ସବୁବେଳେ ତାଙ୍କୁ ଛାଡି ପରିତ୍ୟାଗ କରି ରହିବା ଦ୍ଵାରା, ଆମ୍ଭଙ୍କୁ ଯୀଶୁ ତାଙ୍କ ନିକଟକୁ ନେବା ପାଇଁ, ଆମ୍ଭଙ୍କୁ କିଛି ଦୁଃଖ ଗୁଡିକ ପଠାଉଛନ୍ତି !ବାଡ଼ି ଉପଯୋଗ ନ କରିବା ବ୍ୟକ୍ତି ତାର ପୁତ୍ରର ବିରୋଧୀ, ଏହାକୁ ଅନୁଗାମୀ ପିତାମାତା ହିଁ, ପିଲାଙ୍କ ଭୁଲକୁ ପାଟି କରି ରାଗିକି, ଜଣାଇ ତାଙ୍କୁ ବୁଝାଉ ଥିବାବେଳେ, ଆମ୍ଭେ ଅଗ୍ନିରେ ନିକ୍ଷେପ ନ ହୋଇ ଫଳବନ୍ତ ହେବାକୁ, ଆମ୍ଭ ପ୍ରଭୁମାନଙ୍କର ପ୍ରଭୁଙ୍କୁ ଯଥାଶୀଘ୍ର ନତ ହୋଇ ଭୟ ହେବାକୁ ହେବ ତ !ପିତାମାତା ତାହାଙ୍କୁ ଉତ୍ତମ ବୋଲି ଭାବିବା ଦ୍ଵାରା କିଛି ଦିନ ପିଲାଙ୍କୁ ଦଣ୍ଡ ଦେବେ !ଆମ୍ଭ ପ୍ରଭୁ, ଆମ୍ଭର ପବିତ୍ରତାକୁ, ଆମ୍ଭେ ଅଂଶୀଦାର ହେବାକୁ, ଆମ୍ଭର ପ୍ରୟୋଜନ ନିମନ୍ତେ ହିଁ ଆମ୍ଭଙ୍କୁ ଦଣ୍ଡ ଦେଉଛନ୍ତି !ଆମ୍ଭ ଜୀବନରେ ଆସୁଥିବା ଦୁଃଖ, ଯୀଶୁଖ୍ରୀଷ୍ଟ ଆମ୍ଭଙ୍କୁ ପ୍ରେମ କରୁଥିବା ହେତୁ, ଆମ୍ଭଙ୍କୁ ତାଙ୍କ ନିକଟକୁ କେବଳ ନେବାକୁ ହିଁ ଦୁଃଖକୁ ଅନୁମତି କରୁଛନ୍ତି ବୋଲି ତାହାକୁ ଆମ୍ଭେ ଜାଣିବାକୁ ହେବ !ତାହାକୁ ଅଳ୍ପ ଭାବେ ବାଛି, ସେହି ଦୁଃଖ କାହିଁକି ଦେଉଛନ୍ତି ବୋଲି ଜାଣି, ଆମ୍ଭେ ସଜାଗ ହେବାକୁ ଚେଷ୍ଟା କରିବା !ଆମ୍ଭର ପ୍ରୟୋଜନ ନିମନ୍ତେ, ତାହାଙ୍କୁ ବ୍ୟବହାର କରି ଜୀବନଯାପନ କରିବାକୁ, ପ୍ରଭୁ ଆମ୍ଭକୁ ଅନୁମତି କରୁଥିବା ଦୁଃଖ ନିମନ୍ତେ, ଆମ୍ଭେ ତାହାଙ୍କୁ ସ୍ତୁତି କରିବା କି ? ତାହାଙ୍କୁ ବିଶ୍ୱାସ କରି ଆଉ ତାଙ୍କ ସାନିଧ୍ୟ ହେବା କି ? 

- ଭାଇ ହରିଶ ଶାମୂଏଲ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al