Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 11-10-2021
Share:

By Village Missionary Movement

Monday, 11-Oct-2021

ଆଜିର ବାକ୍ୟ (Oriya) 11-10-2021

 

ନିର୍ଣ୍ଣୟ ମନରେ ରଖନ୍ତୁ 

 

“ମନୁଷ୍ୟର ଦୃଷ୍ଟିରେ କୌଣସି କୌଣସି ପଥ ସରଳ ଦେଖାଯାଏ; ମାତ୍ର ତାହାର ଶେଷରେ ମୃତ୍ୟୁୁର ପଥ ଥାଏ।“ - ହିତୋପଦେଶ 14:12

 

ଜଣେ କୃଷକ ତାଙ୍କ ବନ୍ଧୁଙ୍କ ନିକଟକୁ ଯାଇ ଫେରିବା ବେଳେ ଏକ ଜଳ ପ୍ରପାତ ଦେଖିଲେ !ଜଳ ପ୍ରପାତ ନିକଟରେ ଥିବା ଗୋଟିଏ ଗଛ ପୁଆର ମହୁବସା ତାହାକୁ ଦେଖା ଗଲା !ସଂଗେ ସଂଗେ ସେ ଗଛ ଉପରକୁ ଚଡି ତାହା ଆଣିବାକୁ ଚେଷ୍ଟା କଲା !ସେତେବେଳେ ସେହି ରାସ୍ତାରେ ଯାଉଥିବା ଜଣେ ଲୋକ କୃଷକକୁ କହିଲା, ଜୀବନ ଦରକାର କହିଲେ, ଓଲାଇ ଚାଲିଯାଅ, ପୁଆ ଭାଙ୍ଗି ଯାଉଛି !କିନ୍ତୁ କୃଷକ ଏହାର କଥାକୁ ନ ଶୁଣି ଗଛ ଚଡି ମହୁ ଆଣିବି ବୋଲି ଗଛ ଉପରକୁ ଚଡିଲା !ମହୁ ବସାକୁ ଧରିକି ସେ ଓଲାଇବା ବେଳେ ପୁଆ ଭାଙ୍ଗି ନଦୀରେ ପଡିଗଲା !ସେହି ନଦୀରେ ରହିଥିବା କୁମ୍ଭୀର ମହୁବସା ସହ ତାଙ୍କୁ ଧରି ମାରିଦେଲା !ସେହି କୃଷକ ମୃତ୍ୟୁବରଣ କଲା !ପବିତ୍ର ଗ୍ରନ୍ଥରେ ଶାଉଲ ରାଜାଙ୍କୁ ଶାମୁଏଲ ଭବିଷ୍ୟତବକ୍ତା କହିଲେ, ତୁମ୍ଭେ ଅମାଲେକୀୟଙ୍କୁ ହତ୍ୟା କରିବା ପାଇଁ ସଦାପ୍ରଭୁ ମୋତେ ଆଜ୍ଞା କରିଛନ୍ତି ବୋଲି କହିଲା !ଶାଉଲ ଅମାଲେକୀୟ ଠାରୁ ଯୁଦ୍ଧ କରି, ଅମାଲେକୀୟ ରାଜାଙ୍କ ମେଷ, ଗୋରୁ ଉତ୍ତମ ସମସ୍ତ ବସ୍ତୁ ପ୍ରତି ଦୟା କରି ବିନାଶ କଲେ ନାହିଁ !ଶାଉଲଙ୍କୁ ମୁଖ୍ୟ ଗୁଡିକ ବିନାଶ ନ କରିବା ଉତ୍ତମ ଲାଗିଲା !କିନ୍ତୁ ପରମେଶ୍ୱର ଚିନ୍ତା କଲେ,ଶାଉଲ ତାହାର ସ୍ୱାର୍ଥପରରେ, ଇଛାରେ କରିବା ଦ୍ଵାରା, ସେ ରାଜା ରୂପେ ରହିବାକୁ ନାହିଁ ବୋଲି ତାଙ୍କୁ ବିସର୍ଜନ କଲେ !ଶାମୁଏଲ ଶାଉଲକୁ କହିଲା, ସଦାପ୍ରଭୁଙ୍କର ଆଜ୍ଞାକୁ ତୁମ୍ଭେ ଉଲଙ୍ଗନ କଲ, ତେଣୁକରି ତୁମ୍ଭଙ୍କୁ ସଦାପ୍ରଭୁ ରାଜାରୁ ନିବୃତ କଲେ !ଶାଉଲଙ୍କର ଶେଷ ଦୁଃଖଦାୟକ ଅଟେ !କାହିଁକିନା ପରମେଶ୍ୱର ଶାଉଲକୁ ତ୍ୟାଗକରି ଛାଡି ଚାଲିଗଲେ !

 

ଖ୍ରୀଷ୍ଟଙ୍କ ଠାରେ ମୋର ପ୍ରିୟ ବନ୍ଧୁଗଣ, ଆମ୍ଭେ ମଧ୍ୟ ଶାଉଲଙ୍କ ସଦୃଶ୍ୟ କିଛି ସ୍ୱାର୍ଥପର ଦ୍ଵାରା ପରମେଶ୍ୱରଙ୍କ ବାକ୍ୟରେ ଅବଜ୍ଞା କରି, ଆମ୍ଭର ଉତ୍ତମ ଥିବା ମାର୍ଗରେ ଯାଉଛୁ କି ? ସଇତାନ ଗର୍ଜନର ସିଂହ ସଦୃଶ୍ୟ କାହାକୁ ଗ୍ରାସ କରିବି ବୋଲି ଗାଁ ଦାଣ୍ଡରେ ଖୋଜି ବୁଲୁଚି, ଯଦି ଆମ୍ଭେ ଛନ୍ଦି ଯିବା ଅନନ୍ତ ବିନାଶ ବୋଲି ପାଶୋରି ଯାଅ ନାହିଁ !ମାତ୍ର ପ୍ରଭୁଙ୍କର ବାକ୍ୟରେ ଆମ୍ଭେ ଥିଲେ ଅନନ୍ତ ଜୀବନ ପାଇବା !ତାହାଙ୍କ ନିକଟରେ ଆଶ୍ରୟ ନେଇ, ତାହାଙ୍କ ବାକ୍ୟରେ କର୍ଣ୍ଣ ଡେରି, ତାହାଙ୍କ ମାର୍ଗରେ ଚାଲି ଅନନ୍ତ ଜୀବନ ପାଇବା !ହାଲେଲୁୟା !

- ଏ. ବିହୁଲା 

 

ପ୍ରାର୍ଥନାର ଅଂଶ :-

ସାତ ହଜାର ମିଶିନାରୀ ଦ୍ଵାରା ଏକ ଲକ୍ଷ ଗ୍ରାମ ପାଇବା ଯୋଜନାରେ ସମର୍ପିତ ସେବକଗଣ ଆମ୍ଭ ସହ ମିଳନ ହୋଇ ସେବା କରିବା ନିମନ୍ତେ ପ୍ରାର୍ଥନା କରିବା !

 

To get this devotion, please contact

Whatsapp in Tamil: +91 94440 11864, 

Whatsapp in English - +91 86109 84002,

Whatsapp in Hindi - +91 93858 10496,

Whatsapp in Telugu - +91 94424 93250

 

Website: www.vmm.org.in

Email: reachvmm@gmail.com

AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ : - 9861597010.



hacklink satın al