Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 10-10-2021 (Kids Special)
Share:

By Village Missionary Movement

Sunday, 10-Oct-2021

ଆଜିର ବାକ୍ୟ (Oriya) 10-10-2021 (Kids Special)

 

“ଦେଖ, ଆମ୍ଭେ ଆପଣା ହସ୍ତଦ୍ୱୟର ପାପୁଲିରେ ତୁମ୍ଭର ଆକୃତି ଲେଖିଅଛୁ; ତୁମ୍ଭର ପ୍ରାଚୀର ସର୍ବଦା ଆମ୍ଭ ସମ୍ମୁଖରେ ଅଛି।“ - ଯିଶାଇୟ 49:16

 

ହାଇ ପିଲାମାନେ, କେମିତି ଅଛ ? ଭଲରେ ଅଛତ !ତୁମ୍ଭେ, ସମସ୍ତଙ୍କୁ ଦେଖିବାକୁ ମୋର ବହୁତ ଇଚ୍ଛା ଅଛି !ଏହି କାହାଣୀ ମାଧ୍ୟମରେ ତୁମ୍ଭ ସହ ମିଶିବା ମୋର ବହୁତ ଖୁସି !ପ୍ରତ୍ୟେକ ରବିବାର ଶିଖୁଥିବା ଗୀତକୁ ନ ପାଶୋରି ଗାଉଛ କି, ତୁମ୍ଭେ ଗୀତ ଗାଇଲେ, ଶତ୍ରୁ ସଇତାନ ଥରି ଯିବ !ତୁମ୍ଭେ ଯୀଶୁଙ୍କ ଗୀତ ଗାଇବା ଦ୍ଵାରା ସେତିରେ ଶକ୍ତି ଅଛି !ତେଣୁ ଗୀତଗୁଡିକ ନ ପାଶୋରି ଗାଇ ଗାଇ ରୁହ !

 

ହଁ ଆଜି ଆମେ ପରଜାପତିର କାହାଣୀ ଶୁଣିବା କି ? ବିଦ୍ୟାଳୟକୁ ନ ଯାଇ ବହୁତ ଦିନ ଛୁଟିରେ ରହିବା ଦ୍ଵାରା ଦୁଇ ବନ୍ଧୁଙ୍କୁ ବହୁତ ବୋର ଲାଗିଲା !ସେମାନେ ରହିଥିବା ଗାଁ ଚିରହରିତ ସବୁଜ ହୋଇ ଥିଲା !ବିଲ କଡରେ ଚାଲି ଚାଲି ସକାଳୁ ବୁଲାକୁ ଯିବା ବୋଲି ଦୁଇ ସାଥୀ ବାହାରିଲେ !ସୁପର ଭାବେ ଥଣ୍ଡାରେ ପବନ ବହୁଛି !ପରଜାପତି ଛୋଟ ଛୋଟ ପକ୍ଷୀ ଗୁଡିକ ସେମାନଙ୍କ ଆଖ ପାଖରେ ଉଡ଼ୁ ଥିବାରୁ ଦୁଇ ଜଣ ହାତ ବଢ଼ାଇ ଧରିବାକୁ ଚେଷ୍ଟା କଲେ !ତୁମ୍ଭେ ମଧ୍ୟ ପରଜାପତିକୁ ଧରିବାକୁ ଇଚ୍ଛା ହେବତ !ହୋ... ଧରିକି ଖେଳିବ କି ? ରଙ୍ଗବେରଙ୍ଗରେ ଥିବ, ଦେଖିବାକୁ ବହୁତ ଖୁସି ଥିବ, ହଁ ତ !ଜଣେ ଭାଇ ପରଜା ପତିକୁ ଧରିଲା !ବନ୍ଧୁ ତୁମ୍ଭଙ୍କୁ ଗୋଟିଏ ପ୍ରଶ୍ନ ପଚାରିବି କହିବକି ? ପରଜାପତି ମୋ ହାତରେ ପ୍ରାଣରେ ଅଛି ନା ମରିଯାଇଛି ବୋଲି ପଚାରିଲା, ବନ୍ଧୁ ଅଳ୍ପ ସମୟ ଆଲୋଚନା କରି, ଜୀବନରେ ଅଛି କହିଲେ ମାରି ଦେବ, ମରିଗଲା ବୋଲି କହିଲେ ଜୀବନରେ ଉଡ଼ାଇବ ବୋଲି ଆଲୋଚନା କରି, ସେହି ପରଜାପତି ପ୍ରାଣରେ ରହିବା ସବୁ ତୁମରି ହାତରେ ଅଛି ବୋଲି ଜ୍ଞାନରେ ଉତ୍ତର ଦେଲା !ଭଲରେ ଉତ୍ତର ଦେଲୁ ବନ୍ଧୁ ବୋଲି କହି ପରଜାପତି ଭୟ କର ନାହିଁ, ଉଡିଯା କହି, ଉଡ଼ାଇ ଦେଲା ସେହି ଭାଇ !ପ୍ରିୟ ଭାଇ ଓ ଭଉଣୀ, ପରଜାପତିକୁ ଅସୁବିଧା ହେବାକୁ ନାହିଁ ବୋଲି ସାଥୀ ଜ୍ଞାନରେ ଉତ୍ତର ଦେଲା !ଦେଖିଲକି, ଯୀଶୁ ବାପା ତୁମ୍ଭଙ୍କୁ ପାପୁଲିରେ ନିର୍ମାଣ କରିଛନ୍ତି !ସେ ତୁମ୍ଭଙ୍କୁ ଜାଗ୍ରତରେ ଦେଖିବେ !ତୁମ୍ଭେ ଯୀଶୁଙ୍କ ହସ୍ତରେ ତୁମ୍ଭଙ୍କୁ ସମର୍ପିତ କର !ଯୀଶୁଙ୍କ ହସ୍ତରୁ ତୁମ୍ଭଙ୍କୁ କେହି ଚଢାଇ ପାରିବେ ନାହିଁ !ସଇତାନ ହସ୍ତରେ, ଦୁଷ୍ଟାମୀଙ୍କ ହସ୍ତରେ ଛନ୍ଦି ନ ହୋଇ ମୋତେ ରକ୍ଷା କରନ୍ତୁ ପ୍ରଭୁ ବୋଲି ପ୍ରାର୍ଥନା କରିବାକୁ ଭୁଲି ଯାଅନ୍ତୁ ନାହିଁ !ପରଜାପତିଙ୍କ ସଦୃଶ୍ୟ ଫର ଫର ହୋଇ ଉଡି, ଅନେକଙ୍କୁ ସାକ୍ଷୀ ହୋଇ ବଂଚିବାକୁ ଅଭିନନ୍ଦନ ଜଣାଉଛି !ଓକେ ପିଲାମାନେ ଆମ୍ଭେ ଏବେ ପରଜାପତିର କାହାଣୀ ଶୁଣିଲୁତ !ହଁ ପିଲାମାନେ ବାଇ... !

- ଭଉଣୀ ଦେବୋରା

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al