By Village Missionary Movement
Saturday, 09-Oct-2021ଆଜିର ବାକ୍ୟ (Oriya) 09-10-2021
ପାଦ ଚି଼ହ୍ନ
“ଯେଉଁ ଧାର୍ମିକ ଲୋକ ଆପଣା ସରଳତାରେ ଆଚରଣ କରେ, ତାହା ଉତ୍ତାରେ ତାହାର ସନ୍ତାନଗଣ ଧନ୍ୟ ହୁଅନ୍ତି।“ - ହିତୋପଦେଶ 20:7
ନିଉୟର୍କ ନଗରରେ ମେକ୍ସ ଜିକସ ନାମକ ଜଣେ ବ୍ୟକ୍ତି ଅବିଶ୍ୱାସ ହୋଇ ନିର୍ବୋଧ ହୋଇ ଜୀବନ ଯାପନ କରୁଥାଏ !ତାହାଙ୍କୁ ବିବାହ କରିଥିବା ସ୍ତ୍ରୀ ମଧ୍ୟ ପ୍ରଭୁଙ୍କର ଠାରେ ଅବିଶ୍ୱାସୀ ହୋଇ ଥିଲା !ଜଣଗଣନା ଅନୁଯାୟୀ ଏମାନଙ୍କ ସନ୍ତାନମାନେ ବାରଶହ ବୋଲି ଲେଖା ଯାଇଥିଲା !ଏମାନଙ୍କ ମଧ୍ୟରେ ତିନିଶହ ଦଶ ଜଣ ଗରିବ ଅବସ୍ଥାରେ ଗୋଟିଏ ଘରଇ କାମ ମଧ୍ୟ ନ ଥାଇ ଅସୁବିଧାରେ ରହିଥାବା କହନ୍ତି !ଏମାନଙ୍କ ମଧ୍ୟରେ କିଛି ଲୋକ ସେମାନଙ୍କ ବଂଚକ ଠିକ ନ ଥିବା ହେତୁ, ତାଙ୍କ ଶରୀରରେ ବ୍ୟାଧି ପ୍ରବେଶ ହୋଇଥିଲା !ଆଉ କିଛି ବ୍ୟକ୍ତି ଚୋର ବୋଲି କାରାଗାରକୁ ପଠାଇ ଦିଆଗଲା !ଏମାନଙ୍କ ଜୀବନ ଦ୍ଵାରା ସରକାରଙ୍କୁ ବାର ଲକ୍ଷ ଡଲାର ବୃଥା ହେଲା !ସେହି ନଗରରେ ଯୋନାଥନ ଏଡବାର ପରିବାର ମଧ୍ୟ ବସବାସ କରୁଥିଲେ !ସେ ପ୍ରଭୁଙ୍କର ସନ୍ତାନ ହୋଇ, ପ୍ରଭୁଙ୍କର ସେବା କରୁଥାଏ !ତାହାଙ୍କୁ ବିବାହ କରିଥିବା ସ୍ତ୍ରୀ ମଧ୍ୟ ପ୍ରଭୁଙ୍କୁ ଭୟ କରୁଥାଏ !ସେବା କାର୍ଯ୍ୟ ପାଇଥିବା ବ୍ୟକ୍ତି !ତାହାର ପରିବାରରୁ ଆସିଥିବା ସନ୍ତାନମାନଙ୍କ ମଧ୍ୟରୁ ତିନି ଶହ ଲୋକ ପାଲକ, ଆଉ କିଛି ଲୋକେ ମିଶିନାରୀ ଭାବେ, ଆଉ କିଛି ଲୋକ ବାଇବଲ କଲେଜରେ ଅଧ୍ୟାପକ ଭାବେ, ଆଉ କିଛି ଲୋକ ନ୍ୟାୟାଧିଶ ଭାବେ, ଧାର୍ମିକ ଭାବେ ରହିଥାନ୍ତି !ଆଉ ଏମାନଙ୍କ ମଧ୍ୟରେ କିଛି ଲୋକ ଅଧିପତି ଭାବେ, ଲୋକଙ୍କ ଅଧିକାରୀ ଭାବେ ଦେଶର ଉପରକୁ ଉଠିବା ପରିସ୍ଥିତି ରହିଥାନ୍ତି ବୋଲି ଜଣଗଣନାକାରି କହିଲେ !
ହେ ମୋର ପ୍ରିୟ ବନ୍ଧୁଗଣ, ତୁମ୍ଭେ ଧାର୍ମିକ ହୋଇ ରହିଲେ ତୁମ୍ଭର ବଂଶାବଳୀ ଆଶୀର୍ବାଦ ଯୁକ୍ତ ହେବେ !ଏହା ତୁମ୍ଭେ ନେଉଥିବା ନିର୍ଣ୍ଣୟ ଉପରେ ରହିଛି !ତୁମ୍ଭେ ପ୍ରଭୁଙ୍କୁ ଭୟ କରି, ତାହାଙ୍କ ପଥରେ ଚାଲିଲେ, ପବିତ୍ର ଗ୍ରନ୍ଥରେ କୁହାଯାଇଥିବା ସମସ୍ତ ଆଶୀର୍ବାଦ ପାଇବ !ସେହି ଆଶୀର୍ବାଦ ଆମ୍ଭଙ୍କୁ ଓ ଆମ୍ଭର ସନ୍ତାନମାନଙ୍କୁ ହେବ !ଅଧର୍ମ ସନ୍ତାନ ଅଧର୍ମରେ ରହିବେ ବୋଲି କହିବା, ଉପରେ କୁହାଯାଇଥିବା ପରିବାର ହିଁ ସାକ୍ଷୀ !ଆମ୍ଭର ଜୀବନ, ଆମ୍ଭେ ପଛକୁ ଛାଡି ଯାଉଥିବା ପାଦଚି଼ହ୍ନ ମଧ୍ୟ ଆମ୍ଭର ସନ୍ତାନଙ୍କୁ ଆଶୀର୍ବାଦ କି ନା ଅଭିଶାପ ଏହା ଆମେ ଜୀବନଯାପନ କରୁଥିବା ଏହି ବଞ୍ଚକ ହିଁ ନିର୍ଣ୍ଣୟ କରିବ !ସେଥିପାଇଁ ଯୀଶୁଖ୍ରୀଷ୍ଟଙ୍କ ନିମନ୍ତେ ବଂଚିବା, ବିଶ୍ୱାସର ସନ୍ତାନ ଏହି ପୃଥିବୀକୁ ଦେବା !ଆମ୍ଭେ ଓ ଆମ୍ଭର ପରିବାର ଅନେକଙ୍କୁ ଆଶୀର୍ବାଦ ଯୁକ୍ତ ଥାଆନ୍ତୁ !ଆମେନ୍ !
- ଶ୍ରୀମତୀ ଶକ୍ତି ଶଙ୍କର ରାଜ
ପ୍ରାର୍ଥନାର ଅଂଶ :-
ସେବକମାନେ ସେବା କରୁଥିବା ସ୍ଥାନକୁ ଯିବାବେଳେ ପ୍ରଭୁଙ୍କର ସହଯୋଗ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.