Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 04-10-2021
Share:

By Village Missionary Movement

Monday, 04-Oct-2021

ଆଜିର ବାକ୍ୟ (Oriya) 04-10-2021

 

ସିଂହ 

 

“ବିପଦର ଦିନରେ ତୁମ୍ଭେ ଯେବେ ସାହସହୀନ ହେବ, ତେବେ ତୁମ୍ଭର ଶକ୍ତି ଅଳ୍ପ।“ - ହିତୋପଦେଶ 24:10

 

ଗୋଟିଏ ଡ଼ିସକଭେରି ଚାନେଲରେ ବନ୍ୟଜନ୍ତୁ ସିଂହ ବିଷୟରେ ପ୍ରଚାର କରୁଥାନ୍ତି !ଅନ୍ୟାନ୍ୟ ବନ୍ୟଜନ୍ତୁ ଅପେକ୍ଷା ବିଶିଷ୍ଟତା ସିଂହ ଠାରେ ରହିଛି !କେବଳ ଶାରୀରିକ ଭାବେ ନୁହେଁ ହୃଦୟରେ ମଧ୍ୟ ରାକ୍ଷସ ବଳ ରହିଥିବା ହିଁ ଏହାର ବିଶିଷ୍ଟତା !ସିଂହଟି ଦୋଳଗତ ଭାବେ ଥିଲେ ହିଁ ନୁହେଁ ଏକାକୀ ଥିବା ବେଳେ ମଧ୍ୟ କାହାକୁ ଦେଖି ଭୟଭୀତ ହୁଏ ନାହିଁ !ଭୟ, ପଛକୁ ଫେରିବା, ଅଳସୁଆ, ନତ ହେବା, ଏପରି କୌଣସି ହାରିଯିବା ସ୍ଵଭାଵ ସିଂହ ଠାରେ ଆମେ ଦେଖି ପାରିବା ନାହିଁ !ତାହାକୁ ସମସ୍ତ ବନ୍ୟଜନ୍ତୁ ଏକତା ହୋଇ ବ୍ୟତିରେଖ କଲେ ମଧ୍ୟ ଏକାକୀ ସମସ୍ତଙ୍କୁ ସାମ୍ନାନା କରିବାକୁ ଧଉର୍ଯ୍ୟ ସହିତ ଠିଆ ହୁଏ !ପବିତ୍ର ଗ୍ରନ୍ଥରେ ସିଂହ ବିଷୟରେ କୁହାଯାଇଛି ସମସ୍ତ ବନ୍ୟଜନ୍ତୁ ଠାରୁ ପରାକ୍ରମ ଅଟେ, କାହାକୁ ଭୟ କରି ପଛକୁ ଫେରିବ ନାହିଁ ବୋଲି ପରମେଶ୍ୱରଙ୍କର ବାକ୍ୟ ଦ୍ଵାରା ପ୍ରଶଂସା ପାଇଛି !

 

ଆଜି ତୁମ୍ଭେ କୌଣସି ଏକ ବିଷୟରେ ବାଧା ପାଉଛ କି ? ତାଙ୍କ ସୃଷ୍ଟିରେ ଥିବା ସିଂହ ବିଷୟରେ ପରମେଶ୍ୱର କହିଥିବା ବାକ୍ୟ ଶୁଣିଲତ !ଗୋଟିଏ ପଶୁକୁ ବିଶେଷ ଧଉର୍ଯ୍ୟ, ଗମ୍ଭୀରତା ପରମେଶ୍ୱର ଦେଇଛନ୍ତି, ମାନେ ତାଙ୍କ ସଦୃଶ୍ୟ ସୃଷ୍ଟି କରାଯାଇ ଥିବା ମନୁଷ୍ୟକୁ କେତେ ଅଧିକ ଭାବେ ଶକ୍ତି ଦେବେ, ଏହାକୁ ଆଲୋଚନା କରିକି ଦେଖନ୍ତୁ !ସେହିପରି ଫିଲିପୀୟ :-4:13ବାକ୍ୟରେ ଏହିପରି କହନ୍ତି, ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରି ପାରେ ।ପ୍ରେରିତ ପାଉଲଙ୍କର ଖ୍ରୀଷ୍ଟିୟ ଜୀବନରେ, ସେ ଶକ୍ତିହୀନ ଭାବେ ଥରେବି କଥା କହି ନାହାନ୍ତି !ତାହା ବଦଳରେ ତାହାର ବଳ ହୀନତାକୁ ଯୀଶୁଙ୍କ ଶକ୍ତି ପରିପୂର୍ଣ୍ଣ ହେଉଛି ବୋଲି କହିଛନ୍ତି !ତେଣୁ ଏହା ଶୁଣୁ ଥିବା ସମସ୍ତେ ଯେକୌଣସି ବିଷୟରେ ଚିନ୍ତା କରନ୍ତୁ ନାହିଁ !ଆଜିର ଧ୍ୟାନ ବାକ୍ୟରେ ବିପଦର ଦିନରେ ତୁମ୍ଭେ ଯେବେ ସାହସହୀନ ହେବ, ତେବେ ତୁମ୍ଭର ଶକ୍ତି ଅଳ୍ପ ବୋଲି ଶୁଣିଲୁ !ଆମ୍ଭେ ଜାଣି ନ ପାରିବା ଅବସ୍ଥାରେ କିଛି ଆପତ୍ତି, ଅଭାବ ଗୁଡିକ ଦେଖି ମାନସିକ ଭାବେ ଝଡି ଯାଉଛୁ ! ପ୍ରଥମ ଶାମୂଏଲ ଅଧ୍ୟାୟ ତିରିଶିରେ ଦାଉଦ ଏକ ମହାନ ସମସ୍ୟାର ସମୁଖୀନ ହେଲେ !ଏଠାରେ ଦାଉଦ ଧଉର୍ଯ୍ୟ ହୀନ ନ ହୋଇ, ତାହାର ପରମେଶ୍ୱର ସଦାପ୍ରଭୁଙ୍କ ଠାରେ ସେ ନିଜକୁ ଧଉର୍ଯ୍ୟ ହେବାର ଦେଖୁଛୁ !ବିପଦର ଦିନରେ ତୁମ୍ଭେ ସାହସହୀନ ହୁଅ ନାହିଁ , ପରମେଶ୍ୱରଙ୍କ ବାକ୍ୟକୁ ପଠନ କର ଓ ଧ୍ୟାନ କର !ଆମ୍ଭ ସଦାପ୍ରଭୁ ଦେଇ ଥିବା ଶକ୍ତିରେ ଆପଣାକୁ ନୂତନୀକରଣ କରନ୍ତୁ !

- ପି. ଜାକୋବ ଶଙ୍କର 

 

ପ୍ରାର୍ଥନାର ଅଂଶ :-

ୟୁଟୁବ, ୱାଟ୍ସଅପ ଦ୍ଵାରା ପ୍ରଚାର କରାଯାଉ ଥିବା ପ୍ରଭୁଙ୍କର ବାର୍ତ୍ତା ଦ୍ଵାରା ଖ୍ରୀଷ୍ଟଙ୍କୁ ଅଜଣା ପ୍ରଜା ପରିତ୍ରାଣ ପାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al