By Village Missionary Movement
Tuesday, 21-Sep-2021ଆଜିର ବାକ୍ୟ (Oriya) 21-09-2021
ଅଜ୍ଞାନୀ ପକ୍ଷୀ ଏବଂ ପୋକ ବ୍ୟବସାୟୀ
“ହେ ମୋହର ପ୍ରିୟ ଭାଇମାନେ, ଭ୍ରାନ୍ତ ହୁଅ ନାହିଁ।“ - ଯାକୁବ 1:16
ସର୍ବଦା ଏକ ସୁନ୍ଦର ରଙ୍ଗବେରଙ୍ଗ ପକ୍ଷୀ ଖାଦ୍ୟ ସକାଶେ ଏପଟେ ସେପଟେ ଉଡି ଉଡି ବୁଲି, କିଛି ଖାଦ୍ୟ ନ ପାଇ ବହୁତ ଭୋକରେ ଗୋଟିଏ ସ୍ଥାନରେ ବସିଥାଏ !ସେତେବେଳେ ସେଠାରେ ଜଣେ ପୋକ ବ୍ୟବସାୟୀ ପୋକ ଗୁଡିକ ପଇସା ନିମନ୍ତେ ବିକ୍ରୟ କରିବା ଦେଖାଗଲା !ଭୋକିଲା ହୋଇ ଥିବା ସେହି ରଙ୍ଗବେରଙ୍ଗର ପକ୍ଷୀ, ତାହା ଦେଖିବା କ୍ଷଣି ମାଗିଲା, ଏକ ପୋକ ଖାଇବାକୁ ଦିଅ ! ସଂଗେ ସଂଗେ ସେହି ବ୍ୟବସାୟୀ ଜଣକ ପଇସା ମାଗିଲା !ସେହି ପକ୍ଷୀଙ୍କ ଠାରେ ଟଙ୍କା ନ ଥିବା ହେତୁ ସେହି ପକ୍ଷୀଟି କହିଲା, ମୋର ରଙ୍ଗବେରଙ୍ଗର ଡେଣାରୁ ଏକ ପରକୁ ଦେବି !ତାହା ଶୁଣି ବ୍ୟବସାୟୀ ଭାବିଲା, ଏହା ବହୁତ ସୌନ୍ଦର୍ଯ୍ୟ ଅଛି, ଏହାକୁ ବିକ୍ରୟ କଲେ ବହୁତ ଟଙ୍କା ଆସିବ ଆଲୋଚନା କରି ତାହାର ଡେଣାରୁ ଏକ ପର ନେଇ, ଗୋଟିଏ ପୋକ ଦେଲା !ଭୋକିଲା ରହିଥିବା ପକ୍ଷୀ ଆତୁରରେ ସେହି ପୋକକୁ ପାଟିରେ ପୁରାଇ ଗିଳି ଦେଲା !ଭୋକିଲା ହୋଇ ଥିବା ଯୋଗୁ, ଗୋଟିଏ ପୋକ ତାକୁ ଯଥେଷ୍ଟ ହେଲା ନାହିଁ !ସଂଗେ ସଂଗେ ବ୍ୟବସାୟୀ ନିକଟକୁ ଯାଇ, ଆଉ ଏକ ପୋକ ଦିଅ ବୋଲି ମାଗିଲା !ସେ ମଧ୍ୟ ଆଉ ଏକ ଡେଣାର ପରକୁ ନେଇ ପୋକଟି ଦେଲା !ଏହିପରି ତାର ମନକୁ ଆୟତ୍ତ କରି ନ ପାରି ତାହାର ସମସ୍ତ ପରକୁ ବ୍ୟବସାୟୀକୁ ଦେଇ, ପୋକ ଆଣି ଖାଇଦେଲା !ଏବେ ସେହି ରଙ୍ଗବେରଙ୍ଗର ପକ୍ଷୀ, ଡେଣା ନ ଥିବା ପକ୍ଷୀ ହୋଇଗଲା !ହଁ ଏବେ ତୃପ୍ତିରେ ମୋର ନିଜ ବସାକୁ ଯାଇ ଆସେ ବୋଲି ଉଡିବାକୁ ଚେଷ୍ଟା କଲାବେଳକୁ, ଦୁଃଖର ବିଷୟ ପକ୍ଷୀଟି ଉଡି ପାରିଲାନି !ବ୍ୟବସାୟୀ ଜଣକ ତାର ମାର୍ଗରେ ସେ ଚାଲି ଗଲା !ସେତେବେଳେ ହିଁ ପକ୍ଷୀ ତାର ଅଜ୍ଞାନତାକୁ ଜାଣି ପାରିଲା !ଅଳ୍ପ କିଛି ସମୟ ମଧ୍ୟରେ ତାହା ଠାରୁ ବଡ଼ ବଡ଼ ପକ୍ଷୀ ଗୁଡିକ ଆସି ସେହି ପକ୍ଷୀକୁ ଖାଇଦେଲେ !
ହଁ ଏହା ପାଠ କଲା ବେଳେ ସେହି ରଙ୍ଗବେରଙ୍ଗ ପକ୍ଷୀଙ୍କ ପ୍ରତି ଦୟାଳୁ ଓ ବେପାରୀଙ୍କ ପ୍ରତି କ୍ରୋଧ ଆମ୍ଭଙ୍କୁ ଆସି ପାରେ !କିନ୍ତୁ ଏହା ପାଠ କରୁଥିବା ତୁମ୍ଭେ,ସେହି ରଙ୍ଗବେରଙ୍ଗ ପକ୍ଷୀ ସଦୃଶ୍ୟ ଅଜ୍ଞାନ ହୋଇ ଯେକୌଣସି ଗୋଟିଏ ବିଷୟରେ, ତୁମ୍ଭର ଉପକୃତ କାର୍ଯ୍ୟକୁ ହରାଉଛ କି ? ଠକ କରିଥିବା ଶତ୍ରୁ ଏହି ବେପାରୀ ସଦୃଶ୍ୟ !ଆମ୍ଭ ଶାରୀରିକକୁ ଉଠାଇ ଇଶ୍ୱର ଆମ୍ଭଙ୍କୁ ଦେଇ ଥିବା ଉପକୃତ କାର୍ଯ୍ୟକୁ ଭୁଶୁଡାଇବାକୁ ଜାଲ ବିଛାଉ ଥିବ !ପ୍ରଥମ ପିତର :-5:8ରେ ଲେଖା ଯାଇ ଥିବା ପ୍ରକାରେ, ସଚେତନ ହୋଇ ଜାଗ୍ରତ ରୁହ। ତୁମ୍ଭମାନଙ୍କ ବିପକ୍ଷ ଶୟତାନ ସିଂହପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ, ଏହା ଖୋଜି ବୁଲୁଅଛି !ତେଣୁ ଏହି ବାକ୍ୟରେ ଲେଖା ଯାଇଥିବା ପରି ତୁମ୍ଭେ ସଚେତନ ହୋଇ ଧଉର୍ଯ୍ୟରେ ଜାଗ୍ରତ ରୁହ !ଆମ୍ଭ ଜୀବନରେ ପ୍ରଭୁ ଦେଇ ଥିବା ଜ୍ଞାନକୁ ଅଳ୍ପ କାର୍ଯ୍ୟ ନିମନ୍ତେ ନ ହରାଇ ଜାଗ୍ରତ ହେବା !ସଦାପ୍ରଭୁ ତୁମ୍ଭର ସହବର୍ତ୍ତୀ ହୁଅନ୍ତୁ !
- ଭଉଣୀ ଯେଭି
ପ୍ରାର୍ଥନାର ଅଂଶ :-
ସଦାପ୍ରଭୁ ଆମ୍ଭଙ୍କୁ ଦେଇଥିବା ଦର୍ଶନ ପୂର୍ଣ୍ଣ କରିବାକୁ, ପ୍ରତି ରାଜ୍ୟରେ ରହି ବାର ଜଣ ମିଶିନାରୀଙ୍କୁ ପ୍ରଭୁ ଦୟା କରିବାକୁ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.