By Village Missionary Movement
Monday, 20-Sep-2021ଆଜିର ବାକ୍ୟ (Oriya) 20-09-2021
ପରୀକ୍ଷାରୁ ବିଜୟୀ ହୁଅ
“ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ୱାଭାବିକ, ତାହା ଛଡ଼ା ଅନ୍ୟ ପ୍ରକାର ପରୀକ୍ଷା ତୁମ୍ଭମାନଙ୍କ ପ୍ରତି ଘଟି ନାହିଁ; କିନ୍ତୁ ଈଶ୍ୱର ବିଶ୍ୱାସ୍ୟ, ସେ ତୁମ୍ଭମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବେ ନାହିଁ, ମାତ୍ର ଯେପରି ତୁମ୍ଭେମାନେ ସହ୍ୟ କରି ପାର, ଏଥିପାଇଁ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ସେ ଉଦ୍ଧାରର ପଥ ମଧ୍ୟ ପ୍ରସ୍ତୁତ କରିବେ ।“ - କରିନ୍ଥୀୟ 10:13
ଦିନେ ବାବୁ ନାମକ ଜଣେ ଛୋଟ ବାଳକର ମାଆ ଚାରୋଟି କେକ କରି ଦୋକାନକୁ ଗଲା !ବାହାରକୁ ଯିବା ପୂର୍ବରୁ ସେ ମାଆ କହିଲା, ଏହି କେକ ସନ୍ଧ୍ୟାରେ ଜଳଖିଆ ପାଇଁ ପ୍ରସ୍ତୁତି କରି ରଖିଛି !ସନ୍ଧ୍ୟା ପର୍ଯ୍ୟନ୍ତ ଏହି କେକ ଖାଇବାକୁ ହେବ ନାହଁ ବୋଲି ବାବୁଙ୍କୁ ମାଆ କହିଁକି ଗଲା !କେକର ବାସନା ନାକକୁ ଆସିବା ଦ୍ଵାରା କେତେ ସାମ୍ବାଳିବି କହିଲେ ବି ବାବୁ ସାମ୍ବାଳି ପାରିଲାନି !ତେଣୁ ତିନୋଟି କେକ ଖାଇ ଦେଲା !ମାଆ ଘରକୁ ଫେରି, ଜାଣି ପାରି, ବାବୁ କରିଥିବା ଭୁଲ ଯୋଗୁ ତାଙ୍କୁ ରାଗିଲା !ବାବୁ କହିଲା, ମାଆ କେକର ବାସନା ନ ଆସିବାକୁ ନାକକୁ ହାତରେ ଗୋଡେଇଲି, ମାତ୍ର ନିଶ୍ୱାସ ନେବା ଆଣିବା କରି ନ ପାରିବାରୁ ହାତ ବାହାର କରି ଦେଲି !ତାପରେ ମୋର ଗୋଡ଼ ମୋତେ ନତ ନ ହେବାରୁ, ରନ୍ଧା ବଖରାକୁ ଗଲି !ସେଠାକୁ ଯିବା କ୍ଷଣି ମୋର ହାତ ଓ ପାଟି ମଧ୍ୟ ନତ ହେଲା ନାହିଁ !
ହଁ ମୋର ପ୍ରିୟ ବନ୍ଧୁଗଣ, ଆମ୍ଭେ ମଧ୍ୟ କିଛି ଭୁଲ ଗୁଡିକ ଜାଣି ଜାଣି କରିଦେଇ, ପରିସ୍ଥିତିର ଉପରେ ନାହିଁତ କିଛି ଵ୍ୟକ୍ତିଙ୍କ ପ୍ରତି ଓ ସଇତାନ ଉପରେ ନିନ୍ଦା କରିଦେଉଛୁ !ହବା ସର୍ପ ଉପରେ, ଆଦାମ ହବାଙ୍କ ଉପରେ ନିନ୍ଦା ଦେଲା ସଦୃଶ୍ୟ !ପ୍ରକୃତରେ ପରୀକ୍ଷା କିଏ, କାହିଁକି, କାରଣ, ଯାକୁବଙ୍କ ପତ୍ର :-1:14ରେ ଯଦି ଆମେ ଦେଖିବା, କିନ୍ତୁ ପ୍ରତ୍ୟେକ ଲୋକ ଆପଣା କାମନା ଦ୍ୱାରା ଆକର୍ଷିତ ଓ ପ୍ରବଞ୍ଚିତ ହୋଇ ପରୀକ୍ଷିତ ହୁଏ;ବୋଲି ଲେଖା ଯାଇଛି !ଆମ୍ଭ ଆଶା, ପରୀକ୍ଷା ଆଣୁ ଥିବା ପରିସ୍ଥିତି ଗୁଡିକ, କିଛି ପ୍ରକାର ଦ୍ରବ୍ୟ ଗୁଡିକ, ମଣିଷମାନଙ୍କ ସହ ମିଶିବା ପରିସ୍ଥିତି, ଆମ୍ଭଙ୍କୁ ପରୀକ୍ଷାରେ ପ୍ରଲୋଭନ କରୁଛି !ଧନ ଆଶାର ଜଣେ ଵ୍ୟକ୍ତି ଲାଞ୍ଚ ନାମକ ଜାଲରେ ଛନ୍ଦି ହୋଇ ଯାଏ !ଦ୍ରବ୍ୟ ପ୍ରତି ଆଶା ବ୍ୟକ୍ତି ଚୋର ମାର୍ଗକୁ କଢାଇ ନିଏ !ଶାରୀରିକ ଆଶା ବ୍ୟବିଚାରରେ ଛନ୍ଦି ହୁଏ !
ଯଦି ଆମେ ପକ୍ଷୀମାନଙ୍କୁ ନିରିଖେଇକି ଦେଖିବା, ତାହା ହେଲେ ସେମାନେ ଗୋଟିଏ ସ୍ଥାନରେ ବାସ କରିବା ପୂର୍ବରୁ ନାହିଁତ ବସା ବାନ୍ଧିବା ବେଳେ, ତାହାର ଚାରିପାର୍ଶ୍ୱରେ କଣ କିଛି ପ୍ରମାଦ ଅଛି କି ବୋଲି ବହୁତ ଗଭୀର ଭାବେ ଚିନ୍ତା କରୁଥାଏ !ଆମ୍ଭେ ପ୍ରତିଦିନ ଆମ୍ଭଙ୍କୁ ନ ଆସିବା ପରୀକ୍ଷା ବିଷୟରେ ଜାଗି ରହି ପ୍ରାର୍ଥନା କରିବାକୁ ହେବ !ମାର୍କ ସୁସମାଚାର :-14:38ରେ ଯଦି ଆମେ ଦେଖିବା, ଏଥିପାଇଁ ଜାଗି ରହି ପ୍ରାର୍ଥନା କର; ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ ବୋଲି ଆମ୍ଭ ପ୍ରଭୁଯୀଶୁଖ୍ରୀଷ୍ଟ କହୁଛନ୍ତି !ସ୍ବର୍ଗୀୟ ପ୍ରାର୍ଥନାରେ ଆମ୍ଭେ ପରୀକ୍ଷାରେ ନ ପଡ଼ିବାକୁ, ମନ୍ଦରେ ନ ପଡି ରହିବାକୁ ପ୍ରାର୍ଥନା କରିବା ଶିଖାଉଛନ୍ତି !ଶେଷରେ ଯୀଶୁଙ୍କ ସଦୃଶ୍ୟ ପବିତ୍ର ବାଇଵଲକୁ ନତ ହୋଇ ପରୀକ୍ଷାର କାରକ ହୋଇଥିବା ସଇତାନକୁ ମୁକାବିଲା କରି ଠିଆ ହେବାକୁ ହେବ !ପରୀକ୍ଷାରୁ ବିଜୟୀ ହେବାକୁ ପ୍ରଭୁ ଦେଖାଇ ଥିବା ମାର୍ଗରେ ଆମ୍ଭେ ଚାଲିବା, ଆମେନ୍ !
- ଶ୍ରୀମତୀ ଗୀତା ରିଚାର୍ଜ
ପ୍ରାର୍ଥନାର ଅଂଶ :-
ସାତ ହଜାର ମିଶିନାରୀ ଦ୍ଵାରା ଏକ ଲକ୍ଷ ଗ୍ରାମରେ ପାଇବା ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.