By Village Missionary Movement
Sunday, 19-Sep-2021ଆଜିର ବାକ୍ୟ (Oriya) 19-09-2021 (Kids Special)
ବିଶେଷକରି ସାନ ପିଲାଙ୍କୁ
“ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି; କାରଣ ମୁଁ ଭୟଙ୍କର ଓ ଆଶ୍ଚର୍ଯ୍ୟ ରୂପେ ନିର୍ମିତ; ତୁମ୍ଭର କର୍ମସକଳ ଆଶ୍ଚର୍ଯ୍ୟ; ଏହା ମୁଁ ଭଲ ରୂପେ ଜାଣେ।“ - ଗୀତସଂହିତା 139:14
ଗୋଟିଏ ଅରଣ୍ୟରେ ପଶୁପକ୍ଷୀ ଏବଂ ଅନେକ ଛୋଟ ଛୋଟ ଯିବଜନ୍ତୁ ସମସ୍ତ ଆନନ୍ଦରେ ଜୀବନଯାପନ କରି ଆସୁ ଥାଆନ୍ତି !ସେହି ଅରଣ୍ୟ ମଧ୍ୟରେ ଏକ ଚାଷ ଜମି ମଧ୍ୟ ଥିଲା !ମାଛ ଓ ବେଙ୍ଗ ଉଡି ଉଡି ଢ଼େଇ ଢ଼େଇ ଖେଳିବା ଦେଖିବାକୁ ବହୁତ ଅଦଭୂତ ଥାଏ ! ଏହି ଅରଣ୍ୟରେ ଦୁଇ ଜଣ ସାଙ୍ଗ ମଧ୍ୟ ରହିଥିଲେ !ତୁମ୍ଭଙ୍କୁ ମଧ୍ୟ ସାଙ୍ଗ ଅଛନ୍ତିତ !ସେମାନଙ୍କ ସହ କଥା ହେଉ ଥିବ ଏବଂ ଖୁସିରେ ଥିବତ !ସେହିପରି ବତକ ଓ ଠେକୁଆ ଦୁଇ ସାଙ୍ଗ ସବୁଦିନ ମିଲାମିଶା ହୁଅନ୍ତି !ଦିନେ ବତକ ଜମି କୂଲରେ ଠିଆ ହୋଇଛି !ସେତେବେଳେ ପାଣି ପିଇବାକୁ ଆସିଥିବା ଠେକୁଆ ଦୁଃଖରେ ଥିବା ତାର ସାଥୀ ବତକକୁ ଦେଖି ପଚାରିଲା, କଣ ଆଜି ତୁମ୍ଭେ ବହୁତ ଦୁଃଖରେ ଅଛ ? ତେବେ ବତକ କହିଲା, ହଁ ମୁଁ ନିଜକୁ ନିଜେ ପସନ୍ଦ ଲାଗୁନି !ମୋର ପାଟି ବହୁତ ଖଣ୍ଡିଆ ଅଛି !ଯଦି ବଗ ସଦୃଶ୍ୟ ମୋର ପାଟି ଲମ୍ବା ଥିଲେ,ମାଛ ଗୁଡିକ ବହୁତ ସହଜରେ ଧରିକି ଖାଇ ଥାଆନ୍ତି !ସେହିପରି ମୋ ଦ୍ଵାରା ହେଉ ନାହିଁ !ମୋର ଶରୀର ଦେଖ ନୌକା ସଦୃଶ୍ୟ ଅଛି !ଏହା ଦ୍ଵାରା ହଲି ନ ପାରି ଚାଲିବାକୁ ପଡୁଛି !ଶୀଘ୍ର ଶୀଘ୍ର ଚାଲି ପାରୁନି !ମୋର ଗୋଡ଼ ଦେଖ ଓଷାର ହେତୁ ଧାଇଁ ପାରୁନି !ମୁଁ ଏହିପରି ଥିବା ଯୋଗୁ ଖୁସିରେ ମଧ୍ୟ ରହିପାରୁନି, କହି ବତକ ବହୁତ ଦୁଃଖ ହେଲା !ତେବେ ଠେକୁଆ କହିଲା, କଣ ସାଙ୍ଗ ଏହିପରି କହିଲ, ମୋତେ ଦେଖ ମୋର କାନ ଦୁଇଟି ବଡ଼ ବଡ଼ ଅଛି !ମୋ ଗୋଡ଼କୁ ଦେଖ ଆଗ ଦୁଇ ଗୋଡ଼ ଛୋଟ ଓ ପଛେ ଥିବା ଗୋଡ଼ ଦୁଇଟି ବଡ଼ ବଡ଼ ରହିଛି !ହେଲେସୁଧା ଇଶ୍ୱର ଏହିପରି ସୃଷ୍ଟି କରିବା ଉତ୍ତମ ଅଟେ !
ସେତେବେଳେ ବତକ ପଚାରିଲା, କିପରି ଉତ୍ତମ ବୋଲି କହୁଛ ? ଠେକୁଆ କହିଲା, ଦିନେ ଅରଣ୍ୟରେ ସିଂହ ଗର୍ଜନର ଶବ୍ଦ ଶୁଣାଗଲା !ସଂଗେ ସଂଗେ ମୋ ଦୁଇ ବଡ଼ କାନକୁ ଓଷାର କରି କେଉଁ ଠାରୁ ସେହି ଶବ୍ଦ ଆସୁଛି ବୋଲି ଜାଣିଲି !ମୋତେ ହତ୍ୟା କରିବାକୁ ଆସିବା ସିଂହ ଠାରୁ ଖସି ଯିବାକୁ ମୋ ଗୋଡ଼ ଦ୍ଵାରା ଜରସେ ଧାଇଁ ଖସି ପଳାଇଲି !ସେତେବେଳେ ହିଁ ଇଶ୍ୱର ମୋତେ କେତେ ବିଶେଷକରି ସୃଷ୍ଟି କରିଛନ୍ତି ବୋଲି ଜାଣି ପାରି, ସଦାପ୍ରଭୁଙ୍କୁ କୃତଜ୍ଞତା ଜଣାଇଲି !ଏହା ଶୁଣିବା କ୍ଷଣି ବତକ ପାଣିରେ ଓଲାଇ ଦୁଇଟି ମାଛ ଧରି ଖାଇ ଖାଇ କହିଲା, ହଁ ବନ୍ଧୁ ତୁମ୍ଭେ କହିବା ସତ !ମୋତେ ମଧ୍ୟ ପ୍ରଭୁ ବହୁତ ବିଶେଷ କରି ସୃଷ୍ଟି କରିଛନ୍ତି !ଆଜିଠାରୁ ଦୁଃଖ ନ ହୋଇ ଖୁସିରେ ରହିବି କହି ବତକ ପାଣିରେ ପହଁରି ପହଁରି ଚାଲିଗଲା !
କଣ ପିଲାମାନେ କାହାଣୀ ଶୁଣିଲ କି ? ତୁମ୍ଭେ ମଧ୍ୟ ବତକ ପରି ଦୁଃଖ କରୁଛ କି ? ମୁଁ କଳା ଅଛି, ମୋର ନାକ ଛୋଟ ବା ବଡ଼ ଅଛି ବୋଲି ଦୁଃଖ ହେବାକୁ ନାହିଁ !ଯୀଶୁ ବାପା ତୁମ୍ଭଙ୍କୁ ବିଶେଷକରି ସୃଷ୍ଟି କରିଥିବା ଯୋଗୁ ନିବିଡ ଭାବେ ପ୍ରେମ କରୁଛତ !ଯୀଶୁବାପା ତୁମ୍ଭଙ୍କୁ ପ୍ରେମ କରିବା ହେତୁ ତୁମ୍ଭେ ମଧ୍ୟ ବିଶେଷତ୍ୱ ତ !ସୋ ଡୋନଟ ୱାରି, ଓକେ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.