Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 14-09-2021
Share:

By Village Missionary Movement

Tuesday, 14-Sep-2021

ଆଜିର ବାକ୍ୟ (Oriya) 14-09-2021

 

ଶିଟୀମ ଗଛ (କଣ୍ଟା ବୃକ୍ଷ )

 

“ଏଥିଉତ୍ତାରେ ବତ୍ସଲେଲ ଶିଟୀମ୍‍ କାଷ୍ଠରେ ଅଢ଼ାଇ ହସ୍ତ ଦୀର୍ଘ ଓ ଦେଢ଼ ହସ୍ତ ପ୍ରସ୍ଥ ଓ ଦେଢ଼ ହସ୍ତ ଉଚ୍ଚ, ଏକ ସିନ୍ଦୁକ ନିର୍ମାଣ କଲେ” - ଯାତ୍ରା ପୁସ୍ତକ 37:1

 

ଶିଟୀମ ଗଛ ଇଶ୍ରାଏଲ ଦେଶରେ ଦେଖା ଯାଉଥିବା ଏକ ପ୍ରକାର ଗଛ !ଏହି ଗଛର ସମସ୍ତ ଅଂଶ କଣ୍ଟାରେ ଭରପୁର ହୋଇଥାଏ !ପବନ ବୋହିବା ବେଳେ ସେହି ଶାଖା ଗୁଡିକରେ ଥିବା କଣ୍ଟା ଗୁଡିକ ହଲି ସେହି ଗଛକୁ ବାଜି କ୍ଷତ କରିବା ଦ୍ଵାରା ସେଥିରୁ ଅଟାପାଣି ଝରେ !ସେହି ଗଛ ମରୁଭୂମିରେ ରହିଥାଏ !ପାଣି ନ ଥାଇ ବଢେ !ଏପରି ଅବସ୍ଥାରେ ତାହାର କଣ୍ଟା ମଧ୍ୟ ସେହି ଗଛକୁ ବାଜି କ୍ଷତ କରିବା ଦ୍ଵାରା ପାଣି ବାହାରକୁ ଆସେ !ଏହିପରି ପାଣି ସବୁ ବାହାରକୁ ଆସୁ ଆସୁ, ସେହି ଗଛ ସବଳ ହେବାକୁ ଆରମ୍ଭ ହୁଏ !ଶେଷରେ ସବଳ ହୋଇ ଗଛଟି ମହାବୃକ୍ଷରେ ପରିଣତ ହୋଇ, ତାର କଣ୍ଟା ଗୁଡିକ ଝଡି ଯାଏ !ଏହି ଗଛ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ଜିନିଷ ପ୍ରାୟ ଚାରି ହଜାରରୁ ଉର୍ଦ୍ଧ ବର୍ଷ ହେବ ବ୍ୟବହାର କରୁଛନ୍ତି !କାହାକୁ ଆବଶ୍ୟକ ନ ଥିବା, ବ୍ୟବହାର ଯୋଗ୍ୟ ନ ଥିବା ଶିଟୀମ ଗଛ !ଏହାକୁ ମଧ୍ୟ ଆମ ସଦାପ୍ରଭୁ ପରମେଶ୍ୱର ମନେ ପକାଇଲେ !ଯାତ୍ରା ପୁସ୍ତକ :-25:8ରେ ପବିତ୍ର ଗ୍ରନ୍ଥରେ ବ୍ୟବହାର କରାଯାଇଥିବା ସିନ୍ଦୁକ, ବୋଝ ବୁହା କାଠ, କାଠ ଫାଲିଆ, ଏପରି କାଠ କାମ ସମସ୍ତ ଶିଟୀମ ଗଛରେ ପ୍ରସ୍ତୁତ ଅଟେ !ସଦାପ୍ରଭୁ ପବିତ୍ର ସ୍ଥାନ ନିର୍ମାଣ ନିମନ୍ତେ ମାଗି ଥିବା ଉପହାରରେ ଶିଟୀମ ଗଛ ଗୋଟିଏ !

 

ଏହିପରି ଭାବେ ମାର୍କ :-5:5ରେ ପ୍ରସ୍ତରରେ ଆପଣାକୁ କ୍ଷତବିକ୍ଷତ କରିଥିବା !ଅଶୁଛି ଆତ୍ମାବିଷ୍ଟକୁ ଖୋଜି ଖୋଜି ଯୀଶୁ ଆସିଲେ !ତାଙ୍କ ଠାରେ ଥିବା ହଜାର ହଜାର ଅଶୁଛି ଆତ୍ମାକୁ ବାହାର କଲେ !ସେ ବସ୍ତ୍ର ପରିଧାନ କରି ସୁସ୍ଥତା ହେବା ପରେ, ସେ ତାହାଙ୍କ ସାଙ୍ଗରେ ରହିବା ନିମନ୍ତେ ଥରକୁ ଥର ବିନତି କରିବାରୁ, ଯୀଶୁ ତାହାଙ୍କୁ ଦେଖି କହିଲେ, ତୁମ୍ଭର ଗୃହକୁ , ତୁମ୍ଭର ଆତ୍ମୀୟମାନଙ୍କ ନିକଟକୁ ଯାଅ, ପୁଣି, ପ୍ରଭୁ ତୁମ୍ଭ ନିମନ୍ତେ ଯେ ଯେ କର୍ମ କରିଅଛନ୍ତି ଓ ତୁମ୍ଭ ପ୍ରତି ଯେଉଁ ଦୟା ଦେଖାଇଅଛନ୍ତି, ସେହି ସବୁ ସେମାନଙ୍କୁ ଜଣାଅ, କହି ତାହାକୁ ପଠାଇ ଦେଲା !ଲୁକ :-8:39ବାକ୍ୟ ଦ୍ଵାରା ସେ ଯାଇ ଯୀଶୁ ତାହା ନିମନ୍ତେ ଯେ ଯେ କର୍ମ କରିଥିଲେ, ସେହିସବୁ ନଗରଯାକ ଘୋଷଣା କରିବାକୁ ଲାଗିଲା !ସେହିଦିନ ପର୍ଯ୍ୟନ୍ତ ଯୀଶୁଙ୍କୁ ଗ୍ରହଣ କରି ନ ଥିବା ସେହି ଗ୍ରାମବାସୀ, ତାହାର ସାକ୍ଷୀ ଶୁଣିବା ପରେ ଯୀଶୁଙ୍କୁ ଅପେକ୍ଷା କରି, ଆନନ୍ଦରେ ଯୀଶୁଙ୍କୁ ଗ୍ରହଣ କଲେ !

 

ଜୀବନରେ ବହୁ ବର୍ଷରୁ ସୃଷ୍ଟି ହୋଇଥିବା କ୍ଷତ ଦ୍ଵାରା ତୁମ୍ଭମାନଙ୍କ ମଧ୍ୟରେ କୌଣସି ଲୋକ ଆଘାତ ହୋଇଛ କି ? ଶିଟୀମ ନାମକ କଣ୍ଟା ଗଛକୁ ନ ଭୁଲି ତାହାର ମହାନ କାର୍ଯ୍ୟ ନିମନ୍ତେ ବ୍ୟବହାର କଲେ !ସେହିପରି ଭାବେ ସେ ନିଜକୁ ନିଜେ କ୍ଷତ ହୋଇ ସମାଜରେ ରହିଥିବା ଲୋକଙ୍କୁ ମଧ୍ୟ ପ୍ରଭୁ ଭୁଲି ଯାଇ ନାହାନ୍ତି !ତାହାକୁ ମଧ୍ୟ ତାଙ୍କର ନାମ ମହିମା ନିମନ୍ତେ ବିନିଯୋଗ କଲେ !ସେହି ଉତ୍ତମ ପରମେଶ୍ୱର, ଆଘାତ ହୋଇଥିବା ତୁମ୍ଭ ହୃଦୟକୁ ନିଚୟ ସ୍ବାନ୍ତନା ଦେବେ !ସେ ହିଁ କ୍ଷତକୁ ପଟି ବାନ୍ଧିବା ଇଶ୍ୱର !ତୁମ୍ଭେ ଦୁଃଖରୁ ଦୂରେଇ ଯାଇ ଆନନ୍ଦରେ ଜୀବନଯାପନ କରିବ !ଆମେନ୍ !

- ଶ୍ରୀମତୀ ମଞ୍ଜୁଲା 

 

ପ୍ରାର୍ଥନାର ଅଂଶ :-

ଆମ୍ଭ ମିଡ଼ିଆ ସେବାରେ କାର୍ଯ୍ୟ କରିବାକୁ ସାମର୍ଥ୍ୟ ଥିବା ଓ ସମର୍ପଣ ସେବକ ମିଳିବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet padişahbet bets10 extrabet royalbet süperbetin padişahbet betcio romabet giriş romabet queenbet bahiscasino atlasbet bahiscasino atlasbet matbet matbet giriş bahiscasino celtabet queenbet casibom jojobet