Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 13-09-2021
Share:

By Village Missionary Movement

Monday, 13-Sep-2021

ଆଜିର ବାକ୍ୟ (Oriya) 13-09-2021

 

ସୁସ୍ଥ ହେବାକୁ ଇଚ୍ଛା କରୁଅଛ କି ?

 

“ଯୀଶୁ ତାକୁ ପଡ଼ିରହିଥିବା ଦେଖି ବହୁକାଳର ରୋଗୀ ବୋଲି ଜାଣି ତାକୁ ପଚାରିଲେ, ତୁମ୍ଭେ କ'ଣ ସୁସ୍ଥ ହେବାକୁ ଇଚ୍ଛା କରୁଅଛ?” - ଯୋହନ 5:6

 

ଆଉ ଯୀଶୁଖ୍ରୀଷ୍ଟ ଯିହୂଦୀମାନଙ୍କର ଗୋଟିଏ ପର୍ବ ପଡ଼ିବାରୁ ଯିରୂଶାଲମକୁ ଯାତ୍ରା କଲେ ।ଯିରୂଶାଲମର ମେଷଦ୍ୱାର ନିକଟରେ ଗୋଟିଏ ପୁଷ୍କରିଣୀ ଥିଲା, ଏବ୍ରୀ ଭାଷାରେ ତାହାକୁ ବେଥେସ୍‍ଦା ବୋଲି କହନ୍ତି ସେଠାକୁ ଗଲେ।ସେଠାରେ ଅଠତିରିଶି ବର୍ଷାବଧି ରୋଗଗ୍ରସ୍ତ ଜଣେ ଲୋକ ଥିଲା ।ଯୀଶୁ ତାକୁ ପଡ଼ିରହିଥିବା ଦେଖି ବହୁକାଳର ରୋଗୀ ବୋଲି ଜାଣି ତାକୁ ପଚାରିଲେ, ତୁମ୍ଭେ କ'ଣ ସୁସ୍ଥ ହେବାକୁ ଇଚ୍ଛା କରୁଅଛ କି ? ଏହା ପବିତ୍ର ବାଇବାଲରେ ପଡୁଛୁ !ସୁସ୍ଥ ହେବାକୁ ନ ଭାବି କଣ ସେ ସେଠାରେ ଥିବ କି ? ଏହା କି ପ୍ରଶ୍ନ ବୋଲି ଆଲୋଚନା ଆସୁଛି ତ !ଇଏ ଅଠତିରିଶି ବର୍ଷ ସେଠାରେ ପଡିରହିଥିଲେ, ଜୀବନରେ ଅବିଶ୍ୱାସ ହୋଇ, ମୃତ୍ୟୁ ପର୍ଯ୍ୟନ୍ତ ଏହି ସ୍ଥାନ ହିଁ ମୋର ବୋଲି ବିରକ୍ତିରେ, ବାଧାରେ ରହିଥାଇ ପାରେ !ସେହିପରି ହୃଦୟରେ ବାଧା, ବିରକ୍ତିରେ ଭରି ରହିଥିବା ବେଳେ, ସେ ତାର ଅବସ୍ଥା ନିଜେ ଜାଣି ଥିବାବେଳେ ଯୀଶୁଖ୍ରୀଷ୍ଟ ଏହି ପ୍ରଶ୍ନ ପଚାରିଲେ !ଯୀଶୁ ହେଲେ ତାଙ୍କୁ ସେହି ବେଥେସଦାର ଭିତରକୁ ପ୍ରଥମେ ଘେନିଯିବ ବୋଲି ଭାବି ଥିବ !ତାଙ୍କୁ ପ୍ରଶ୍ନ ପଚାରି ଥିବା ଲୋକ ଯୀଶୁ ବୋଲି ସେ ଜାଣି ପାରିନାହିଁ !ତାଙ୍କର ଅବସ୍ଥାକୁ ଯୀଶୁଙ୍କ ଠାରେ କହିଲା !ଯୀଶୁ ସଂଗେ ସଂଗେ କହିଲେ, ଉଠ,ତୁମ୍ଭର ଖଟିଆ ଘେନି ଚାଲ !ସେହିକ୍ଷଣି ସେ ପ୍ରଭୁଙ୍କର ବାକ୍ୟକୁ ନତ ହୋଇ ଉଠିଲା, ଚାଲିଲା, ସୁସ୍ଥତା ପାଇଲା !କେତେ ବଡ଼ ଅଦଭୂତ ଦେଖନ୍ତୁ !ଯୀଶୁ ତାଙ୍କ ଠାରେ ସେହି ପ୍ରଶ୍ନ ନ ପଚାରି, ସାଧାରଣ ଭାବେ ତୁମ୍ଭେ ଉଠି, ଖଟିଆ ଘେନି ଚାଲ କହିଥିଲେ, ସେ ସେହିକ୍ଷଣି ନତ ହୋଇ ଉଠି, ସୁସ୍ଥତା ହୋଇଥାନ୍ତା ଏହା ସନ୍ଦେହ ଯୁକ୍ତ ଅଟେ !ତାହାଙ୍କୁ ସୁସ୍ଥତା କରିବା ପୂର୍ବରୁ ସେ ସୁସ୍ଥତା ପାଇବାକୁ ତାଙ୍କୁ ପ୍ରସ୍ତୁତ କରିବାକୁ ହିଁ ଏହି ପ୍ରଶ୍ନ ପଚାରିଲେ !

 

ଆଜି ଆମ ପ୍ରଭୁଯୀଶୁଖ୍ରୀଷ୍ଟ ପ୍ରତ୍ୟେକକୁ ଚାହିଁ ପଚାରୁଛନ୍ତି !ତୁମ୍ଭେ ସୁସ୍ଥତା ହେବାକୁ ଇଚ୍ଛା କରୁଛ କି ? ସର୍ବ ପ୍ରଥମେ ଆମ୍ଭେ କେମିତି ଅବସ୍ଥାରେ ଅଛୁ ଏହା ଆମ୍ଭେ ଜାଣିବାକୁ ହେବ !ଆମ୍ଭ ଆତ୍ମାରେ ଦୁର୍ବଳ, ରୋଗ, ରହିଥାଇ ପାରେ !ମଦର ଦାସତ୍ଵ, ନିଶା ସେବନର ଅଭ୍ୟାସ ଆଉ ଅନେକ ମନ୍ଦ ଅଭ୍ୟାସର ଦାସତ୍ଵ ହୋଇ, ପରିତ୍ୟାଗ କରି ନ ପାରି ରହିଥାଇ ପାରୁ !ନାଇତ ତାହାକୁ ପରିତ୍ୟାଗ କରିବାକୁ ଆଲୋଚନା ମଧ୍ୟ ଥାଇ ନ ପାରେ !ଏହା ଶୁଣୁ ଥିବା ପ୍ରତି ଲୋକଙ୍କୁ, ଏହା ପ୍ରଭୁଙ୍କର ଡାକରା !ପ୍ରଭୁ ମୁଁ ସୁସ୍ଥ ହେବାକୁ ଇଚ୍ଛା କରୁଛି !ତୁମ୍ଭ ରକ୍ତ ଦ୍ଵାରା ମୋର ସମସ୍ତ ପାପକୁ ଧୋଇ, ମୋତେ ପବିତ୍ର କରି, ମୋତେ ମୁକ୍ତି ଦିଅନ୍ତୁ ବୋଲି ସଂଗେ ସଂଗେ ପ୍ରଭୁଙ୍କ ଠାରେ ମାଗନ୍ତୁ !"ମାଗ ଦିଆ ଯିବ"ବାକ୍ୟ ଦ୍ଵାରା ସଂଗେ ସଙ୍ଗେ ପାପରୁ ମୁକ୍ତି ପାଇବ, ବ୍ୟାଧିରୁ ସୁସ୍ଥତା ପାଇବ !ତାହାଙ୍କର ପ୍ରେମର ସ୍ୱରକୁ ନତ ହେଲେ, ସେହିକ୍ଷଣି ପାପରୁ ମୁକ୍ତି ଓ ଆଶୀର୍ବାଦ ପାଇ ପାରିବ !ତୁମ୍ଭେ ସୁସ୍ଥତା ପାଇବାକୁ ଇଚ୍ଛା କରୁଛ କି ? ଏହିକ୍ଷଣି ଯୀଶୁଙ୍କ ନିକଟକୁ ଆସିଯା !ଆମେନ୍ !

- ଶ୍ରୀମତୀ ଭୁବନ ଧାନାବାଲାନ୍

 

ପ୍ରାର୍ଥନାର ଅଂଶ :-

ସହଯୋଗୀ ସେବକ ଦ୍ଵାରା, ସହଯୋଗ ହେଉଥିବା, ମଣ୍ଡଳୀ ନ ଥିବା ଗ୍ରାମରେ, ମଣ୍ଡଳୀ ନିର୍ମାଣ ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet padişahbet bets10 extrabet royalbet süperbetin padişahbet betcio romabet giriş romabet queenbet bahiscasino atlasbet bahiscasino atlasbet matbet matbet giriş bahiscasino celtabet queenbet casibom jojobet