Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 12-09-2021 (Kids Special)
Share:

By Village Missionary Movement

Sunday, 12-Sep-2021

ଆଜିର ବାକ୍ୟ (Oriya) 12-09-2021 (Kids Special)

 

ବିଶେଷକରି ଛୋଟ ପିଲାଙ୍କ ପାଇଁ

 

“ସେ ଆମ୍ଭ ନିକଟରେ ପ୍ରାର୍ଥନା କଲେ, ଆମ୍ଭେ ତାହାକୁ ଉତ୍ତର ଦେବା; ଦୁଃଖ ବେଳେ ଆମ୍ଭେ ତାହାର ସହବର୍ତ୍ତୀ ହେବା; ଆମ୍ଭେ ତାହାକୁ ରକ୍ଷା କରିବା ଓ ତାହାକୁ ସମ୍ଭ୍ରମ କରିବା।“ - ଗୀତସଂହିତା 91:15

 

ତାହା ଏକ ସୁନ୍ଦର ଚିରହରିତ, ଜଳ ପ୍ରଭାହିତ ଛୋଟ ଗାଁଟି !ଏହି ଗାଁରେ ଗୋପୀକା ନାମକ ଏକ ଛୋଟ ଶିଶୁ ବାସ କରୁଛି !ପକ୍ଷୀ ପାଳନ କରିବାକୁ ତାହାର ବହୁତ ଇଚ୍ଛା !ପିଲାମାନେ ତୁମ୍ଭ ଘରେ କେଉଁ କେଉଁ ଗୃହପାଳିତ ପଶୁପକ୍ଷୀ ପାଳନ କରୁଛ ? ବିଲେଇ, କୁକୁର, କୁକୁଡ଼ା, ଶୁଆ, ଏହିପରି ଅନେକ ପାଳନ କରୁଛ ତ !ଗୋପୀକା ମଧ୍ୟ ତାଙ୍କୁ ଇଚ୍ଛା ହେଲା ଛଅ ରଙ୍ଗର କୁକୁଡ଼ା ଛୁଆଁକୁ ଏବଂ ଏକ କୁକୁଡ଼ା ମାଇଁକୁ କ୍ରୟ କରି ଅତି ଆଦରରେ ପାଳନ କଲା !ପ୍ରତିଦିନ ସକାଳ ସନ୍ଦ୍ୟାରେ ବାଧ୍ୟରେ ସେହି କୁକୁଡ଼ା ଛୁଆଁକୁ ଚାଉଳ ପକାଇବା, ପାଣି ଦେବା, ବସାକୁ ସଫା କରିବା କାମ ଗୁଡିକ ଉଚ୍ଚାହରେ କରୁଥାଏ !ତାପରେ ସେହି କୁକୁଡ଼ା ଛୁଆଁ ସହ ମିଶି ଛୋଟ ଛୋଟ ରଙ୍ଗୀନ ବଳରେ ଖେଳୁଥାଏ !ଏହିପରି ପ୍ରତିଦିନ କରିକି ଆସୁଥାଏ !ଗୋଟିଏ ଦିନ ସବୁଦିନ ପରି ସେହି କୁକୁଡ଼ା ଛୁଆଁ ଓ ମାଆକୁ ବାହାରେ ଛାଡି ବଳଗୁଡିକ ସେହି କୁକୁଡ଼ା ଛୁଆଁ ଖେଳିବାକୁ ଦେଇ, ତାର ସାଙ୍ଗ ପିଲାମାନଙ୍କ ସହ ମିଶି ଖେଳିବାକୁ ଚାଲିଗଲା !କୁକୁଡ଼ା ଛୁଆଁ ଆନନ୍ଦେ ସେହି ବଳରେ ଖେଳୁଥାନ୍ତି !ଖେଳୁଥିବା ବେଳେ ଗୋଟିଏ ବଳ ଗଡି ଗଡି ପାଖରେ ଥିବା ଏକ ଗାତରେ ପଡିଗଲା !ସଂଗେ ସଂଗେ ସେହି ଛଅଟି କୁକୁଡ଼ା ଛୁଆଁ ଗୁଡିକ ଏକତା ହୋଇ ସେହି ବଳ ଉଠାଇବାକୁ ଧାଇଁ ଧାଇଁ ଯାଇ, ସେହି ବଳଟି କିପରି ଉଠାଇବାକୁ ହେବ ବୋଲି ଭାବି ଭାବି ଠିଆ ହୋଇ ଦେଖୁଥାନ୍ତି !ଏତିକିରେ ସେହି ଭିତରୁ ଏକ ବଡ଼ ସାପ ସର.. ସର.. କରି ଫେଣ ଉଠାଇ, ସେହି କୁକୁଡ଼ା ଛୁଆଁକୁ ଖାଇବି ବୋଲି ଠିଆ ହୋଇଛି !କୁକୁଡ଼ା ଛୁଆଁ ଗୁଡିକ ସାପକୁ ଦେଖି ରାବିବାକୁ ଲାଗିଲେ !କୁକୁଡ଼ା ଛୁଆଁଙ୍କ ରାବକୁ ଶୁଣି ମାଆ କୁକୁଡ଼ା ଓଲଟି ଦେଖିଲା !ସେଠାରେ ସାପ କୁକୁଡ଼ା ଛୁଆଁରେ ଜୀବନ ନେବାକୁ ଠିଆ ହୋଇଥିବା ଦେଖି, ସେମାନଙ୍କୁ ରକ୍ଷା କରିବାକୁ ସେଠାକୁ ଶୀଘ୍ର ଉଡି ଆସି ଫେଣ ଉଠାଇ ଠିଆ ହୋଇଥିବା ସାପର ଆଖିକୁ ଫସ କିଣା ଗୁବିଲା !ସାପ ତଳେ ପଡିଗଲା !ସେତିକିରେ କୁକୁଡ଼ା ଛୁଆଁ ଶୀଘ୍ର ଧାଇଁ ଯାଉ ଲୁଚି ପଡିଲେ !ତାପରେ ମାଆ କୁକୁଡ଼ା ତାର ସମସ୍ତ ଛୁଆଁକୁ ଏକାଠି କରି ତାର ଡେଣା ତଳେ ଧରିଲା !ମାଆଙ୍କର ସହଯୋଗରେ କୌଣସି ଭୟ ନ ରହି ନିଶବ୍ଦରେ ଶୋଇଲେ !

 

ହେ ମୋର ଛୋଟ ଭାଇ ଓ ଭଉଣୀମାନେ ଏହି କୁକୁଡ଼ା ମାଆଙ୍କ ସଦୃଶ୍ୟ ଆମ୍ଭ ଯୀଶୁ ବାପା ମଧ୍ୟ ତୁମ୍ଭଙ୍କୁ କୌଣସି ଆପତ୍ତି କିଅବା ଆବଶ୍ୟକ ଥିବା ବେଳେ ଧାଇଁ ଆସି ସାହାଯ୍ୟ କରିବେ !ତୁମ୍ଭେ କରିବା କାମ କେବଳ ଯୀଶୁଙ୍କ ଆଡକୁ ଅନାଇ ତାଙ୍କୁ ଡାକିବା !ଓକେ ତ !ହେଲା ପିଲାମାନେ କାହାଣୀ ଶୁଣିଲ ତ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al