By Village Missionary Movement
Saturday, 11-Sep-2021ଆଜିର ବାକ୍ୟ (Oriya) 11-09-2021
ଅନୁଗମନ କରିବା ଉତ୍ତମ ଗୁଣ
“ଯୀଶୁ ପୁନର୍ବାର ଲୋକମାନଙ୍କୁ ଶିକ୍ଷା ଦେଇ କହିଲେ, ମୁଁ ଜଗତର ଜ୍ୟୋତିଃ; ଯେ ମୋହର ଅନୁଗମନ କରେ, ସେ କେବେ ହେଁ ଅନ୍ଧକାରରେ ଭ୍ରମଣ କରିବ ନାହିଁ, ବରଂ ଜୀବନର ଜ୍ୟୋତିଃ ପାଇବ ।“ - ଯୋହନ 8:12
ଜଣେ ବିଖ୍ୟାତ ଅଭିନେତା କହିଲା, ମୋର ଯିଏ ଅନୁଗମନ କରିବ, ତାହାଙ୍କୁ ଅନେକ ସାହାଯ୍ୟ କରିବି !ମୁଁ ଏହା କରିବି, ତାହା କରିବି, ତୁମ୍ଭର ଜୀବନକୁ ବଦଳାଇ ଦେବି ବୋଲି ସଫଥ କଲା !ସେ ସିନେମାରେ ପାଇଥିବା ଗୌରବକୁ ଦେଖି, ତାଙ୍କୁ ସତ୍ୟ ବୋଲି ବିଶ୍ୱାସ କରି ଅନେକ ଲୋକ ତାଙ୍କୁ ଅନୁଗମନ କଲେ !କିନ୍ତୁ ସେ ତାର ନିର୍ଣ୍ଣୟକୁ ବଦଳାଇ ସେ ହିଁ ପ୍ରସ୍ତୁତ କରିଥିବା ସମସ୍ତ ମଣ୍ଡଳୀକୁ ନ ଥିଲା ପରି କଲା !ବର୍ଷ ବର୍ଷ ଧରି ତାଙ୍କୁ ଅନୁଗମନ କରି ଆସୁଥିବା ଅନେକ ଲୋକ ଠକରେ ପଡିଲେ !ଏବେ ପର୍ଯ୍ୟନ୍ତ ଠକ ହୋଇ ଥିବା ଲୋକ ଓ ହାରି ଯାଇଥିବା ଲୋକ ଅନେକ ଅଛନ୍ତି !ଏହିପରି ଭାବେ ଆଜି ପର୍ଯ୍ୟନ୍ତ ଅନେକ ଲୋକ ସିନେମା ଅଭିନେତା ନାଇତ ଅଧିକାରୀମାନଙ୍କର ବାହ୍ୟ ଜୀବନକୁ ଦେଖି, ସେମାନଙ୍କୁ ଅନୁଗମନ କରି ଠକରେ ପଡିଥିବା ଲୋକେ ଅନେକ !ସେମାନଙ୍କର ପ୍ରକୃତ ଜୀବନକୁ ଗଭୀର ଭାବେ ଦେଖିବା ଯଦି, ସେମାନେ କହିବା ପରି କିଛିହିଁ କରନ୍ତି ନାହିଁ !ସେମାନେ କହିବା ବାକ୍ୟକୁ ବିଶ୍ୱାସ କରି, ଆଜି ପର୍ଯ୍ୟନ୍ତ ଅନେକ ଲୋକ ଯୁବକଯୁବତୀ ତାଙ୍କର ଜୀବନକୁ ବିନାଶ କରୁଛନ୍ତି !ଏକ ଅନ୍ଧକାରମୟ ଜୀବନକୁ ଚାଲିଯାଉଛନ୍ତି !ମାର୍ଗ ନ ଜାଣି, ଲକ୍ଷ୍ୟ ନ ଜାଣି, ଡାକରା ହେଉଥିବା ଏକ ବଡ଼ ସମାବେଶ ହିଁ ଅଛି !ଯଦି ତୁମ୍ଭେ ଏହି ଜଗତରେ ଥିବା କୌଣସି ମନୁଷ୍ୟକୁ ବିଶ୍ୱାସ କଲେ, ଠକରେ ପଡିବା ସମ୍ବାବନା ଅଛି !କିନ୍ତୁ ଯୀଶୁ କହନ୍ତି, ଯେ ମୋହର ଅନୁଗମନ କରେ, ସେ କେବେ ହେଁ ଅନ୍ଧକାରରେ ଭ୍ରମଣ କରିବ ନାହିଁ, ବରଂ ଜୀବନର ଜ୍ୟୋତିଃ ପାଇବ !
ଯୋହନ:-8:12ରେ ଯୀଶୁ ବାକ୍ୟକାରୀ ନୁହନ୍ତି, ଛୋଟ ବୟସରୁ ପ୍ରାୟ ସେ କାର୍ଯ୍ୟକାରି ଅଟନ୍ତି !ତିରିଶି ବର୍ଷ ହେବା ପର୍ଯ୍ୟନ୍ତ ସେ ତାଙ୍କ ପିତାମାତାଙ୍କ ଆଜ୍ଞାବହ ହୋଇ ଥିଲେ, ତାଙ୍କ ଶିଷ୍ୟମାନଙ୍କ ପାଦ ପ୍ରକ୍ଷାଳନ କଲେ, ଭୂତଗ୍ରସ୍ତ ହୋଇ ଅନ୍ଧକାରରେ ଥିବା ଅନେକଙ୍କୁ ମୁକ୍ତି ଦେଲେ, ଅନ୍ଧକୁ ଆଖି ଦେଲେ, ଛୋଟାକୁ ଭଲ କଲେ, ଅନେକ ଲୋକ ତାଙ୍କୁ ଭୁଲି ଗଲେ, ତାଙ୍କ ଚକ୍ଷୁରେ ମାରିଲେ, ମୁଖରେ ଛେପ ଦେଲେ, ଶେଷରେ କୃଶରେ ହତ୍ୟା କଲେ !ଯୀଶୁ ଆମ୍ଭ ପାପରୁ ମୁକ୍ତି ଦେବାକୁ ରକ୍ତ ଝରାଇ, ମୃତ୍ୟୁବରଣ କରି, ତୃତୀୟ ଦିନରେ ପୁନର୍ବାର ଉଠିଲେ !ଆଜି ପର୍ଯ୍ୟନ୍ତ ଜୀବନ୍ତ ହୋଇଅଛନ୍ତି !ତାହାଙ୍କୁ ଯିଏ ଅନୁଗମନ କରେ ସେମାନଙ୍କ ସମସ୍ତ ଅନ୍ଧକାରକୁ ଫିଟାଇ, ତାହାଙ୍କର ପବିତ୍ର ରକ୍ତରେ ଧୋଇ, ମୁକ୍ତି ଦେବେ !ତୁମ୍ଭର ଜୀବନକୁ ପ୍ରକାଶିତରେ ବଦଳାଇ, ତୁମ୍ଭଙ୍କୁ ଆଶୀର୍ବାଦ କରିବେ !
- ପି. ବି. ବିଲିଏମସ
ପ୍ରାର୍ଥନାର ଅଂଶ :-
ମିଶିନାରୀ ପିଲାମାନଙ୍କ ସ୍କୁଲ ପିସ ବାନ୍ଧିକୁ ଆବଶ୍ୟକ ହେଉଥିବା ଧନ ପାଇବା ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.