By Village Missionary Movement
Thursday, 09-Sep-2021ଆଜିର ବାକ୍ୟ (Oriya) 09-09-2021
ଏକତା
“ଭାଇମାନେ ମିଳନରେ ଏକତ୍ର ବାସ କରିବା କିପରି ଉତ୍ତମ ଓ ମନୋହର !” - ଗୀତସଂହିତା 133:1
ଏକ କୃଷକଙ୍କ ଘରେ ମୂଷା,କୁକୁଡ଼ା, ବିଲେଇ,ଛେଳି ଥିଲା !କୃଷକ ଭାବିଲା, ମୂଷା ଅଧିକ ହୋଇଗଲା, ଏହାକୁ ଯେମିତି ହେଲେ ନ ଥିଲା ପରି କରିବାକୁ ହେବ !ସେଥିପାଇଁ ପାଇଁ ମୁଁ ମୂଷା ଧରିବାକୁ ଫାଶ କିଣିକି ଆଣିବି କହିଲା !ସଂଗେ ସଂଗେ ମୂଷା କୁକୁଡ଼ା ନିକଟକୁ ଯାଇ ଏହି ବିଷୟରେ କହି, ସାହାଯ୍ୟ ମାଗିଲା !କିନ୍ତୁ କୁକୁଡ଼ା କହିଲା, ମୁଁ ତୁମକୁ ସାହାଯ୍ୟ କରି ପାରିବିନି !ତାପରେ ଛେଳି ନିକଟକୁ ଗଲା !ଛେଳି କହିଲା, ଗେଲ୍ଲୀ ହୋଇ ବଢ଼ି ଥିବା ମୁଁ ହିଁ ତାଙ୍କ ଘର ନିକଟକୁ ବେଳେବେଳେ ଯାଏ, ତୁ ସବୁବେଳେ ଭିତରେ ରହି ଡ଼ିଆ ମାରୁଲୁତ !ତତେ ଏମିତି ହିଁ ହେବାକୁ ହେବ !ତାପରେ ମୂଷା ବିଲେଇ ନିକଟକୁ ଯାଇ ସାହାଯ୍ୟ ମାଗିଲା !ସେଥିପାଇଁ ବିଲେଇ କହିଲା, ମୋ ଦ୍ଵାରା ହେବ ନାହିଁ !ସେହେଲେ ସେହି ଉତ୍ତମ କାମ କରୁ !କୃଷକ ଫାଶ କିଣିକି ରଖିଲା !ମୂଷା ଧରିବାକୁ ବିଲେଇ ଦରକାର ନାହିଁ କହି ବିଲେଇକୁ ଧରି ବଣରେ ଛାଡି ଦେଲା !କୃଷକର ଝିଅଟି ଅଜାଣତରେ ସେହି ଫାଶରେ ହାତ ପୁରାଇ ଦେବାରୁ, ଟାଫ ଶବ୍ଦ ଆସିବାରୁ ସେହି ଝିଅଟି ଚିତ୍କାର କଲା !ବାପା ଶୀଘ୍ର ଆସିଲା !କୃଷକ ଝିଅର ହାତ ଫାଶରେ ଛନ୍ଦି ହୋଇ ଯାଇଛି !ରକ୍ତ ଝରୁଛି !ଡାକ୍ତରକୁ ଆଣିଲେ !ଡାକ୍ତର କହିଲେ, ଦେଶୀ କୁକୁଡ଼ା ରାନ୍ଧି ଦିଅନ୍ତୁ !କୁକୁଡ଼ା ରାନ୍ଧି ଦେବାରୁ କୁକୁଡ଼ା ଆଉ ରହିଲା ନାହିଁ, ସରିଗଲା !କୃଷକର ଝିଅଟି ସୁସ୍ଥ ହେବା କ୍ଷଣି, ଏକ ସମାବେଶ କରି, ସେଥିପାଇଁ ଛେଳିକୁ ହତ୍ୟା କରି ରାନ୍ଧି ଦେଲେ !ହେଲେ ମୂଷା ଭାବିଲା, ମୋତେ ସାହାଯ୍ୟ କରିଥିଲେ, ଆମେ ସମସ୍ତେ ରହିଥାନ୍ତୁ, କିନ୍ତୁ ଏବେ ମୁହିଁ ଅଛି !
ପବିତ୍ର ଗ୍ରନ୍ଥରେ ପକ୍ଷଘାତୀ ନାମକ ରୋଗ ପୀଡିତ ହୋଇ ଚାଲି ନ ପାରି ଶଯ୍ୟାରେ ପଡିରହିଥିବା ତାଙ୍କ ବନ୍ଧୁଙ୍କୁ ବଳକା ତାର ଚାରି ଜଣ ବନ୍ଧୁ ଯୀଶୁଙ୍କ ନିକଟକୁ ନେବାକୁ ଚିନ୍ତା କଲେ !ସେଥିପାଇଁ ବହୁତ ଚିନ୍ତା କରି, ଖଟିଆରେ ହିଁ ଘେନି ଯିବାକୁ ନିର୍ଣ୍ଣୟ କରି ଧରିକି ନେଲେ !ମାତ୍ର ସେମାନେ ଯୀଶୁଙ୍କ ନିକଟକୁ ଯାଇ ପାରିଲେନି !ହେଲେ ମଧ୍ୟ ଚେଷ୍ଟାକୁ ନ ଛାଡି, ଘରର ଛାତ କାଢିପକାଇ, ତାହା ଭାଙ୍ଗି, ପକ୍ଷଘାତୀ ବନ୍ଧୁଙ୍କୁ ଯୀଶୁଙ୍କ ସମୁଖରେ ଓଲାଇଲେ !ଯୀଶୁ ଏହି ଚାରି ଜଣ ବନ୍ଧୁଙ୍କ ଏକତାର ବିଶ୍ୱାସ ଦେଖିଲେ !ତାଙ୍କୁ ସୁସ୍ଥ କଲେ !
ଏହା ଶୁଣୁ ଥିବା ପ୍ରିୟ ବନ୍ଧୁଗଣ, ତୁମ୍ଭେ ବାସ କରୁଥିବା ସ୍ଥାନରେ, ପଡୋଶୀମାନଙ୍କ ସହିତ, ଚାକିରୀ କରୁଥିବା ସ୍ଥାନରେ, ସହକର୍ମଚାରୀଙ୍କ ସହ କିପରି ରହୁଛ ? ଏକତାରେ ରହୁଛ କି ? ହିଂସା, କପଟ ନ ରହି, କ୍ଷମା ଓ ସହାନୁଭୂତିରେ ରହୁଛ କି ? ସେହିପରି ଥିଲେ ତୁମ୍ଭଙ୍କୁ ସାହାଯ୍ୟ କରିବାକୁ ସହକର୍ମଚାରୀ ନାହିଁତ ପଡୋଶୀବୃନ୍ଦ, ନିଜର ବନ୍ଧୁବାନ୍ଦବ ଦୌଡ଼ି ଆସିବେ !ତୁମ୍ଭେ ମଧ୍ୟ ଆନନ୍ଦରେ ରହିପାର !ଏକତାର ଜୀବନ ଜଗତର ଜୀବନ !ଭାଇମାନେ ଏକତାର ଜୀବନ ଉତ୍ତମ ଓ ମନୋହର,ଏହା ପ୍ରଭୁଙ୍କର ବାକ୍ୟ !ସମସ୍ତଙ୍କ ସହିତ ମିଳନରେ ଏକତା ହୋଇ ଜୀବନଯାପନ କରିବା !ଉତ୍ତମତା ଓ ମନୋହର ପାଇବା !
- ଭାଇ. ଆରୁଣ ଆଇଆପାନ୍
ପ୍ରାର୍ଥନାର ଅଂଶ :-
ଆମ୍ଭ ସେବାରେ ଥିବା ଦୁଇ ଚକିଆ ଓ ଚାରି ଚକିଆ ବାହାନ ଗୁଡିକ ଉତ୍ତମ ରୂପେ କାର୍ଯକାରୀ ହେବା ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.