By Village Missionary Movement
Wednesday, 08-Sep-2021ଆଜିର ବାକ୍ୟ (Oriya) 08-09-2021
ମୋତେ ବଳବାନ କରିବା ଶକ୍ତି
“ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରି ପାରେ ।“ - ଫିଲିପ୍ପୀୟ 4:13
ଜଣେ ଭାଇ ଦୀର୍ଘ କୋଡିଏ ବର୍ଷ ହେବ ପ୍ରଚାର କରି ଆସୁଛନ୍ତି !2021ମସିହା ମାର୍ଚ୍ଚ ନଅ(9)ତାରିଖ ସନ୍ଧ୍ୟା ଆରାଧନାରେ ବାକ୍ୟ ପ୍ରଚାର କରନ୍ତୁ ବୋଲି ତାଙ୍କ ସଂସ୍ଥାର ମୁଖ୍ୟ ପରିଚାରକ ତାଙ୍କ ନିକଟରେ ଅନୁରୋଧ କଲେ !ଏହା ତାଙ୍କ ପାଇଁ ଏକ ମହାନ ଡାକରା ଥିଲା !କାରଣ -ଶାରୀରିକ ଦୁର୍ବଳ ହୋଇ ରୋଗୀଣା ତାଙ୍କ ସ୍ତ୍ରୀ 79 ଦିନ ଡାକ୍ତରଖାନାରେ କଠିନ ଭାବେ ଚିକିତ୍ସା ହୋଇ, ଆଉ 12 ଦିନ ଘରେ ଚିକିତ୍ସା ହେଉଥାଏ !ଶେଷରେ ସମସ୍ତ ଚେଷ୍ଟାରୁ ଓହରି ଯାଇ, ପ୍ରଭୁଙ୍କ ଠାରେ ମୃତ୍ୟୁ ହୋଇ, ମାର୍ଚ୍ଚ ମାସ ଆଠ (8)ତାରିଖ ଦିନ ସମାଧି କରାଗଲା !
ଏହିପରି ଅବସ୍ଥାରେ ମାର୍ଚ୍ଚ ମାସ ନଅ(9)ତାରିଖରେ ପ୍ରାୟ ପାଞ୍ଚ ଶହ ପର୍ଯ୍ୟନ୍ତ ଏକତ୍ରିତ ହୋଇଥିବା ସଭାରେ ପ୍ରଭୁଙ୍କର ବାକ୍ୟକୁ ଏକ ଘଣ୍ଟା ପର୍ଯ୍ୟନ୍ତ ଶକ୍ତିରେ ପ୍ରଚାର କଲା !କହି ନ ପାରିବା ଦୁଃଖ, ଅନିମନ୍ତ୍ରଣ ବନ୍ଧୁ ଦ୍ଵାରା, ଆଖିରୁ ଲୁହ ଝରୁ ଥିବା ବେଳେ, ତୁମ୍ଭଙ୍କୁ ଆମନ୍ତ୍ରଣ କରିଥିବା ପ୍ରଭୁ ବିଶ୍ୱସ୍ତ ବୋଲି ସନ୍ଦେଶ ଦେଲେ !ସନ୍ଦେଶର ଶେଷରେ ଅନେକ ଲୋକ ତାଙ୍କ ନିକଟକୁ ଆସି କଥା ହେଉ ହିଁ ଥାନ୍ତି !ସେଥିମଧ୍ୟରୁ ଆଚର୍ଯ୍ୟ ହୋଇ ଜଣେ ପଚାରିଲେ, ଆଜି ତୁମ୍ଭେ କିପରି ପ୍ରଚାର କଲ ? ସେ କହିଲା, ସମସ୍ତ ପ୍ରଭୁଙ୍କର କୃପା ଓ ତାଙ୍କରି ଶକ୍ତି !
ପାଉଲ ତାଙ୍କ ସହଯୋଗୀ ସେବକ ତୀମଥିକୁ ଲେଖିବା ବେଳେ କହିଲେ, ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି, ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ିଅଛି !ମହାନ ଡାକରାର ସମ୍ମୁଖୀନ ହୋଇ, ଯେକୌଣସି ଠାରେ ଅଧଉର୍ଯ୍ୟ ହୋଇ ପଳାଇ ନ ଯାଇ, ପାଉଲ ବିଜୟୀର ଡାକରା ଦେଉଛନ୍ତି !ଆଉ କରନ୍ତିୟକୁ ଲେଖିଥିବା ପତ୍ରିକାରେ କହନ୍ତି, ଆମ୍ଭ ପ୍ରଭୁଯୀଶୁଖ୍ରୀଷ୍ଟ ଦ୍ଵାରା ଆମ୍ଭଙ୍କୁ ବିଜୟୀ ଅନୁଗ୍ରହ କରୁଥିବା ପ୍ରଭୁଙ୍କର ଧନ୍ୟବାଦ ହେଉ !ଖ୍ରୀଷ୍ଟିଆନ ଜୀବନରେ ଆମେ ଜାଣି ନ ଥିବା ଯୁଦ୍ଧର ଡାକରା ଆମ୍ଭ ସମୁଖରେ ରଖା ଯାଇଛି !ମାତ୍ର ବିଜୟୀ ଆମର !ସେଥିପାଇଁ ପ୍ରଭୁଙ୍କର କୃପାରେ ଲମ୍ବି ରୁହନ୍ତୁ !ଡାକରାର ସମ୍ମୁଖୀନ ହୁଅନ୍ତୁ !
- ଟି. ଯାକୋବ ଶଙ୍କର
ପ୍ରାର୍ଥନାର ଅଂଶ :-
ଗାଁ ଗୁଡିକରେ ସେବା କରିବାକୁ ଆତସବାଜୀ ଯନ୍ତ୍ର(ମେଘାଫୋନ ) ଆବଶ୍ୟକ, ଏଥିପାଇଁ କେହି ଜଣେ ଦାନ କରିବା ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.