Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 07-09-2021
Share:

By Village Missionary Movement

Tuesday, 07-Sep-2021

ଆଜିର ବାକ୍ୟ (Oriya) 07-09-2021

 

ପୁନଃଚାଲୁ ( ରିଷ୍ଟାଟ )

 

“ସେଦିନ ଆମ୍ଭେ ଦାଉଦର ପତିତ ତମ୍ବୁ ପୁନର୍ବାର ଉତ୍‍ଥାପନ କରିବା ଓ ତହିଁର ଫଟା ସ୍ଥାନ ସବୁ ବନ୍ଦ କରିବା; ପୁଣି, ତାହାର ଉଜାଡ଼ ସ୍ଥାନ ସବୁ ପୁନର୍ବାର ଉଠାଇବା ଓ ପୂର୍ବକାଳର ନ୍ୟାୟ ତାହା ନିର୍ମାଣ କରିବା; ତହିଁରେ ସେମାନେ ଆମ୍ଭ ନାମରେ ଖ୍ୟାତ ଇଦୋମର ଅବଶିଷ୍ଟାଂଶକୁ ଓ ଯାବତୀୟ ଗୋଷ୍ଠୀକୁ ଅଧିକାର କରିବେ।” ଏହି କର୍ମର ସାଧନକର୍ତ୍ତା ସଦାପ୍ରଭୁ ଏହା କହନ୍ତି।“ - ଆମୋଷ 9:11-12

    

ଗୋଟିଏ ବଡ଼ କମ୍ପାନୀରେ ନିର୍ମାଣ କରାଯାଇଥିବା ଜିନିଷ ହଟାତରେ ଆୟ କମିଗଲା !ସେତେବେଳେ ଅଧିକାରୀ ତାହାର କାରଣ ପଚାରିଲା, ଯନ୍ତ୍ରଅଂଶ ବେଗ କମିଯିବାରୁ, ବାହାରୁ ଆସୁଥିବା ଜିନିଷର ଉତ୍କର୍ଷ କମିବା ହେତୁ ହିଁ ବୋଲି ଜାଣିପାରିଲେ !କିନ୍ତୁ ତାହା କିପରି ଭଲ କରିବାକୁ ହେବ ଜାଣି ପାରିଲେନି !ତାହା ଦ୍ଵାରା ନଷ୍ଟ ହେଲା !କମ୍ପାନୀକୁ ବନ୍ଦ କରିବା ଛଡା ଆଉ ଅନ୍ୟ ପନ୍ଥା ନାହିଁ ବୋଲି ଅଧିକାରୀ ଜଣକ ଚିନ୍ତାରେ ଥାଆନ୍ତି !ସେତେବେଳେ ବହୁ ଦିନରୁ କାର୍ଯ୍ୟ କରିଆସୁଥିବା ଜଣେ ଶ୍ରମିକ ସମସ୍ତ ଅଂଶକୁ ଅନୁଧ୍ୟାନ କରି କହିଲା, ଏହା ପୁନଃଚାଲୁ କଲେ କାର୍ଯ୍ୟକ୍ଷମ ହେବ !ସଂଗେ ସଂଗେ ଅଧିକାରୀ ଜଣକ ଭଲ କରିବାକୁ ଲୋକଙ୍କୁ ଡାକି ଆଣ କହି ଶ୍ରମିକକୁ ପଠାଇଲା !ସେମାନେ ଆସି ସମସ୍ତ ଅଂଶକୁ ଫିଟାଇ, ସଫା କରି, ଖଣ୍ଡିଆ ହୋଇ ଥିବା ଅଂଶକୁ ଅଲଗା କରି, ନୂଆ ଯନ୍ତ୍ରଅଂଶ ଗୁଡିକ ଯୋଡ଼ି, ତେଲ ଓ ଗ୍ରୀଜ ପକାଇ ଯନ୍ତ୍ରଅଂଶର ଚେଇଁନକୁ ମୁଣିଆ କରି ପୁନଃଚାଲୁ କଲା !ଯନ୍ତ୍ରଅଂଶ ନୂଆ ହେଲା !ଶୀଘ୍ର କାର୍ଯକାରୀ ହେଲା !ତିଆରି କରାଯାଇଥିବା ଖାଦ୍ୟଜିନିଷର ଉତ୍କର୍ଷତା ବଢିଲା !ଆଉଥରେ ଲୋକଙ୍କ ଠାରୁ ଆୟ ପାଇଲା !

 

ପବିତ୍ର ଗ୍ରନ୍ଥରେ ଆୟୁବକୁ ବାରମ୍ବାର ନଷ୍ଟ, ବେଦନା ଆସିଲା !ଦୁଃଖକୁ ସହ୍ୟ କରି ନ ପାରି,ଆପଣା ଜନ୍ମ ଦିନକୁ ଶାପ ଦେଲା !କ୍ଲାନ୍ତ ହୋଇ ବିରକ୍ତିରେ କଥା ହେଲା !କିନ୍ତୁ କହିଲା, ସଦାପ୍ରଭୁ, ମୁଁ ଜାଣେ ଯେ, ତୁମ୍ଭେ ସବୁ କରିପାର ଓ ତୁମ୍ଭର କୌଣସି ସଂକଳ୍ପ ନିବାରଣ କରାଯାଇ ନ ପାରେ, କହି ତାଙ୍କ ଜୀବନ ଖ୍ରୀଷ୍ଟଙ୍କ ଠାରେ ସମର୍ପଣ କଲା !ସମର୍ପଣ କଲା ପରେ ପରମେଶ୍ୱର ତାଙ୍କ ଜୀବନକୁ ପୁନଃଚାଲୁ କଲେ !ସେତେବେଳେ ତାଙ୍କ ଜୀବନ ପୂର୍ବ ଅପେକ୍ଷା ଅଧିକ ଭାବେ ଆଶୀର୍ବାଦ ପାଇବାରେ ବଦଳିଲା !

 

ପ୍ରିୟ ବନ୍ଧୁଗଣ,ବାଧା ଓ ବ୍ୟାଧି ଯୋଗୁ କ୍ଲାନ୍ତ ହୋଇ, ମନ ଦୁର୍ବଳ ହୋଇଯାଇ, ବଂଚିବାକୁ ଆଶା ନ କରି ଅଛନ୍ତି କି ? ବିଚଳିତ ହୁଅନ୍ତୁ ନାହଁ !ଏହା ହିଁ ପୁନଃଚାଲୁ କରିବାର ସମୟ !ସେ ଆମ୍ଭ ଜୀବନର ସମସ୍ତ ଅଂଶକୁ ସଜାଡି, ଆମ୍ଭ ଜୀବନକୁ ଆଉଥରେ ସତେଜରେ ବଦଳାଇବେ, ଏଥିରେ ସନ୍ଦେହ ନାହିଁ !କିପରି ଏହିପରି ନୀଚୀତ କରି କହୁଛି ବୋଲି ଆଲୋଚନା କରୁଛନ୍ତି କି ? କାରଣ, ଜଣେ ଭଉଣୀ ତାଙ୍କ ସ୍ୱାମୀକୁ ହରାଇ, ସମସ୍ତଙ୍କ ଠାରୁ ହାତଛଡା ସ୍ଥିତିରେ, ମନରେ ବାଧା, ନିରାଶାରେ, ସମସ୍ତ ସରିଗଲା ବୋଲି ଭାବିବା ବେଳେ, ଏହିପରି ପରମେଶ୍ୱରଙ୍କ ବାକ୍ୟ ତାଙ୍କୁ ଉଚ୍ଚାହିତ କଲା !ସେହିଁ ଭଉଣୀ ତାଙ୍କର ଜୀବନକୁ ପରମେଶ୍ୱରଙ୍କ ନିକଟରେ ସମର୍ପଣ କଲା !ସମର୍ପଣ କଲା ପରେ,ହାତଗୋଡ଼ ବାନ୍ଧି, କଠିନ ବେଡିରେ ବାନ୍ଧି ହେବା ପରି ତାଡନା ଆସିଲା !କିନ୍ତୁ ତାହା ତାଙ୍କୁ ପରମେଶ୍ୱର ସଜାଡିବାର ଦିନ ! ଅଳ୍ପ ମାସ ପରେ ପରମେଶ୍ୱର ତାଙ୍କ ଜୀବନକୁ ସଜାଡି, ପୁନଃଚାଲୁ କଲା !

 

ତୁମ୍ଭେ ମଧ୍ୟ ଜୀବନରେ ବିରକ୍ତି ହୋଇ, ତାହାକୁ ପୂର୍ଣ୍ଣ କରିବାକୁ ହେବ ବୋଲି ତୁମ୍ଭେ ହିଁ ଏକ ନିର୍ଣ୍ଣୟ ଖୋଜିଲେ, ଆମେ ଏତେ ଦିନ ପାରି ହୋଇ ଆସିଥିବା ଜୀବନ ସବୁ ବୃଥା ହେଉଛି !ନର୍କ ସିନା ଆମ ଭାଗ, ସେଥିପାଇଁ ଏତେ ପରିଶ୍ରମ କଲୁ !ପରମେଶ୍ୱର ହିଁ ଆମକୁ ଜୀବନ ଦେଇଛନ୍ତି !ତାହା ପୂରା ହେବା ପର୍ଯ୍ୟନ୍ତ, ତାହାଙ୍କ ଇଚ୍ଛା ଅନୁସାରେ ଆମ୍ଭେ ସମର୍ପିତ ହୋଇ, ଜୀବନଯାପନ କଲେ,ସ୍ବର୍ଗୀୟ ଜୀବନ ନିଁଛିତ !

- ଶ୍ରୀମତୀ ଆନଭି ଜ୍ୟୋତି ଷ୍ଟାଲିନ

 

ପ୍ରାର୍ଥନାର ଅଂଶ :-

ଆମ୍ଭ ସହକର୍ମୀ ସେବକବୃନ୍ଦ ଗ୍ରାମ ଗୁଡିକୁ ଯାଇ ସୁସମାଚାର ପ୍ରକାଶ କରିବାକୁ ଆବଶ୍ୟକ ହେଉଥିବା ତିନି ଚକିଆ ଯାହାନ କ୍ରୟ କରିବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al