Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 31-08-2021
Share:

By Village Missionary Movement

Tuesday, 31-Aug-2021

ଆଜିର ବାକ୍ୟ (Oriya) 31-08-2021

 

ସମର୍ପଣ 

 

“ତୁମ୍ଭେ ଆମ୍ଭମାନଙ୍କର ଭଗିନୀ, ସହସ୍ର ସହସ୍ର ଲୋକର ମାତା ହୁଅ;।” - ଆଦି ପୁସ୍ତକ 24:60

 

ଜଣେ ପାଳକ ତାଙ୍କ ବିଶ୍ୱାସୀଙ୍କୁ ଦେଖା କରିବାକୁ ତାଙ୍କ ଘରକୁ ଗଲା !ସେହି ପରିବାର ପାଳକକୁ ବସାଇଲେ !ତାଙ୍କ ଘରର ଯୁବତୀ ଝିଅ ପାଳକଙ୍କ ନିମନ୍ତେ ଚା'ତିଆରି କରି ଆଣିଲା !ଚା 'ବଢ଼ାଇ ସେବକ ସେହି ଝିଅକୁ କହିଲା, ଝିଅ କଣ ତୁମେ ସେବା ନିମନ୍ତେ ସମର୍ପଣ କଲେ ହେବ ନାହିଁ କି ? ଆଚର୍ଯ୍ୟ ହୋଇ ସଂଗେ ସଂଗେ ଝିଅଟି କହିଲା, ବାପା ବର୍ତ୍ତମାନ ମୁଁ ଯୁବତୀ ଅଟେ !ବର୍ତ୍ତମାନ ମୁଁ ଅଧ୍ୟୟଣ କରୁଛି, ଆଉ ଚାକିରୀ, ତାପରେ ମୋର ବିବାହ, ତାପରେ ପରିବାର,ତାପରେ ଭବିଷ୍ୟତ, ଏହିରୂପେ ଗୋଟିଏ ପରେ ଗୋଟିଏ କହିକି ଗଲା !ଆଉ ମୋର ଷାଠିଏ ବର୍ଷ ଆସିଲା ପରେ ମୁଁ ହିଁ ନିଜେ କରି ପାରିବା ସେବା କରିବି !ଚା'ପିଇକି ଶୁଣୁ ଥିବା ସେବକ, ସେହି ବଳକା ଚା'କୁ ଦେଇ ହସି ହସି କହିଲା, ଏହି ବଳକା ଚା'ତୁମେ ସେବନ କର !ସେହି ଯୁବତୀ ଝିଅକୁ ରାଗ ଆସିଲା !ତାଙ୍କ ପରିବାର ମଧ୍ୟ କିଛି ବୁଝି ନ ପାରି ପରସ୍ପରକୁ ଚାହିଁ ରହିଥାନ୍ତି !

 

ସେହି ସେବକ ହସି ହସି ଏହିପରି କହିବା ଆରମ୍ଭ କଲା, ବଳକା ଚା'କୁ ତୁମ୍ଭଙ୍କୁ ଦେବାରୁ କିପରି ରାଗ ଆସିଲା ? ତୁମ୍ଭେ ତୁମ୍ଭର ବଳବାନ ଜୀବନକୁ ସଂପୂର୍ଣ୍ଣ ରୂପେ ତୁମ୍ଭ ନିମନ୍ତେ ଜୀବନଯାପନ କରି, ଆଉ ବଳକା ଜୀବନକୁ ତୁମ୍ଭକୁ ସୃଷ୍ଟି କରିଥିବା ପ୍ରଭୁଙ୍କୁ ଦେବି କହୁଛ !ଏହା ଶୁଣି ଯୁବତୀ ଜଣକ ଆଲୋଚନା କଲା !କିଛି ଦିନ ମଧ୍ୟରେ ପ୍ରଭୁଙ୍କର ନିମନ୍ତେ ସମର୍ପଣ କଲା !

 

ଏହିପରି ଭାବରେ ପବିତ୍ରଗ୍ରନ୍ଥରେ ଜଣେ ସ୍ତ୍ରୀ ସେ ନିଜକୁ ସମର୍ପଣ କରିବା ଦ୍ଵାରା ଆଶୀର୍ବାଦ ପାଇଲା !ମହାନ ହୋଇଥିବା ତାଙ୍କ ମାଲିକ ଅବ୍ରାହମର ପୁତ୍ରକୁ ତାହାର ପ୍ରଥମ ଦାସ ସ୍ତ୍ରୀକୁ ଖୋଜିବାକୁ ଆସିବା ବେଳେ ସଦାପ୍ରଭୁଙ୍କ ଠାରେ ଏକ ଚି଼ହ୍ନ ପଚାରିଲା !ସେହି ଚିହ୍ନ ଦ୍ଵାରା ଜଳ ଆଣିବାକୁ ଆସିଥିବା ରିବିକାଙ୍କ ସହ କଥା ହେଲା !ସେହି ସ୍ତ୍ରୀ ଆଉ ଉତ୍ତର ନ କରି ତାଙ୍କୁ ଓ ତାହାର ଦଶଟି ଓଟକୁ ଜଳ ବଢ଼ାଇ ଦେଲା !କେବଳ ସେଥିକି ନୁହେଁ ସେ ତାଙ୍କ ଘରକୁ ନେଇ, ସମସ୍ତଙ୍କୁ ପରିଚୟ କରାଇ, ତାଙ୍କର ସମସ୍ତ ପରିବାରର ଇଚ୍ଛାରେ, ଆଜି ପର୍ଯ୍ୟନ୍ତ ଦେଖା କରି ନ ଥିବା ବରଙ୍କୁ ତାଙ୍କୁ ସମର୍ପଣ କରି, ସେହି ଦାଶଙ୍କ ସହିତ ତାର ଯାତ୍ରା ଆରମ୍ଭ କଲା !ସନ୍ତୋଷମୟ ଜୀବନ ପାଇଲା !

 

ଏହା ଶ୍ରବଣ କରୁଥିବା ପ୍ରିୟ ଭାଇ ଓ ଭଉଣୀମାନେ, ତୁମ୍ଭ ଜୀବନକୁ ପ୍ରଭୁଙ୍କର ଇଚ୍ଛାକୁ ସମର୍ପିତ କରିବ କି ? ନାଇତ, ତୁମ୍ଭ ହୃଦୟର ମନବଞ୍ଚା ଅନୁସାରେ ଜୀବନଯାପନ କରି, ବଳକା ଜୀବନକୁ ଦେବ କି ? ଆମ୍ଭେମାନେ ସଂପୂର୍ଣ୍ଣ ଭାବରେ ପ୍ରଭୁଙ୍କୁ ସମର୍ପଣ କଲେ, ଜୀବନ ଆଶୀର୍ବାଦ ହେବ !ଅନ୍ଅନ୍ୟମାନଙ୍କୁ ପ୍ରୟୋଜନର ଜୀବନ ହୋଇ ଥିବ !

- ଆର. ମଞ୍ଜୁଲା 

 

ପ୍ରାର୍ଥନାର ଅଂଶ :-

ବର ଜଣ ମିଶିନାରୀ ଦ୍ଵାରା ସେହି ରାଜ୍ୟରେ ସମର୍ପଣ ହୋଇଥିବା ପାଞ୍ଚ ହଜାର ମିଶିନାରୀ ପରମେଶ୍ୱର ଯୋଗାଇବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş betcio jojobet giriş casibom milanobet piabellacasino betpas bahiscasino atlasbet holiganbet giriş casibom giriş bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino